Posted inଖେଳ

ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ

ଜିନଚେଓନ,୨୦।୫- ଭାରତୀୟ ମହିଳା ହକି ଦଳ ଆୟୋଜକ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ଲାଗି ଯୁବା ଷ୍ଟ୍ରାଇକର ଲାଲରେସିଆମି (୨୦ତମ ମିନିଟ୍‌) ଓ ନବନୀତ କୌର (୪୦ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ବିଜୟ ସହ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜରେ ୧-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି।
ସ୍ପେନ୍‌ ଓ ମାଲେସିଆରେ ଭଲ ପ୍ରଦର୍ଶନ ପରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଦକ୍ଷିଣ କୋରିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା, ହେଲେ ଏହା ବେକାର ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍‌ର ୨୦ତମ ମିନିଟରେ ଲାଲରେସିଆମିଙ୍କ ଫିଲ୍ଡ ଗୋଲ ଜରିଆରେ ଭାରତ ଖାତା ଖୋଲିଥିଲା। ଭ୍ରମଣକାରୀ ଦଳର ଅଗ୍ରଣୀ ବ୍ୟବଧାନକୁ ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ନବନୀତ ବଢ଼ାଇଥିଲେ। ପୂରା ମ୍ୟାଚ୍‌ରେ ଆୟୋଜକ ଦଳ ୫ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ କେବଳ ଥରେ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଶିନ ହିଜୋଙ୍ଗ (୪୮ ତମ) ଏହି ଗୋଲ ଦେଇଥିଲେ। ଅଭିଜ୍ଞ ଗୋଲକିପର ସବିତାଙ୍କ ଉନ୍ନତ ପ୍ରଦର୍ଶନ ଯୋଗୁ ଭାରତୀୟ ଦଳ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ସିରିଜର ଦ୍ୱିତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଭାରତ ଆସିବେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ! ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ..

ନୂଆଦିଲ୍ଲୀ,୧୬।୫: ୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି। ପ୍ରକୃତରେ, ଅହମଦାବାଦରେ ଏକ ଆଇସିସି (ଆନ୍ତର୍ଜାତୀୟ…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ଆଇପିଏଲ୍‌ ଛାଡ଼ିଲେ ରାଚିନ ରବୀନ୍ଦ୍ର

କୋଲକାତା,୧୫ା୫: ନ୍ୟୁଜିଲାଣ୍ଡର ଇଂଲଣ୍ଡ ଟେଷ୍ଟ ଟୁର୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ରାଚିନ ରବୀନ୍ଦ୍ର ଆଇପିଏଲ୍‌ ଛାଡ଼ିଛନ୍ତି। ଗୁଜରାଟ…

ଦଣ୍ଡିତ ହେଲା ପାକିସ୍ତାନ

ମୀରପୁର,୧୫ା୫: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri