Posted inଖେଳ

ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌: ରାମକୁମାର, ସୁମିତଙ୍କ ଦମ୍‌ଦାର ପ୍ରଦର୍ଶନ ଭାରତ ୨-୦ରେ ଅଗ୍ରଣୀ

ନୁର-ସୁଲତାନ,୩୦।୧୧(ପି.ଟି.)- କାଜାଖସ୍ତାନ ରାଜଧାନୀ ନୁର- ସୁଲତାନଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭେଡିସ୍‌ କପ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ରାମ୍‌କୁମାର ରମାନାଥନ ଓ ସୁମିତ ନାଗାଲଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଓପନିଂ ସିଙ୍ଗଲ୍ସ ମ୍ୟାଚ୍‌ରେ ରାମକୁମାର ୧୭ ବର୍ଷୀୟ ପାକିସ୍ତାନ ଖେଳାଳି ମହମ୍ମଦ ସୋଏବଙ୍କୁ ମାତ୍ର ୪୨ ମିନିଟ୍‌ରେ ହରାଇ ବିଜୟୀ ହୋଇଥିଲେ। ସେକେଣ୍ଡ ସେଟ୍‌ର ଷଷ୍ଠ ଗେମ୍‌ରେ ସୋଏବ ଲଢ଼େଇ କରିବା ଭଳି ଲାଗୁଥିଲେ। ତେବେ ସେ ରାମକୁମାରଙ୍କ ସମ୍ମୁଖରେ ମାମୁଲି ପ୍ରଦର୍ଶନ କରି ବେଶ୍‌ ଅପରିପକ୍ୱ ଲାଗୁଥିଲେ। ଫଳରେ ରାମକୁମାର ୬-୦, ୬-୦ ସେଟ୍‌ରେ ବିଜୟୀ ହୋଇଥିଲେ।
ସେହିପରି ଦ୍ୱିତୀୟ ସିଙ୍ଗଲ୍ସ ମ୍ୟାଚ୍‌ରେ ସୁମିତ ୬-୦, ୬-୨ ସେଟ୍‌ରେ ହୁଫାଇଜା ମହମ୍ମଦ ରହମାନଙ୍କୁ ପରାସ୍ତ କରିଥିଲେ। ମାତ୍ର ୬୪ ମିନିଟିରେ ସୁମିତ ମ୍ୟାଚ୍‌ ଜିତିନେଇଥିଲେ। ଏଥି ସହିତ ସୁମିତ କ୍ୟାରିୟରର ପ୍ରଥମ ଡେଭିସ କପ୍‌ ମ୍ୟାଚ୍‌ ବିଜୟ ହାସଲ କରିଥିଲେ। ପାକିସ୍ତାନର ଶ୍ରେଷ୍ଠ ଖେଳାଳିମାନେ ଏହି ଟାଇରୁ ଓହରିଯାଇଥିଲେ। ଇସ୍‌ଲାମାବାଦରୁ ନିରପେକ୍ଷ ଭେନ୍ୟୁକୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ଏମାନେ ବିରୋଧ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ଟାଇରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ ଅଭିଜ୍ଞ ଲିଆଣ୍ଡର ପେସ୍‌ ଓ ଡେଭିସ୍‌କପ୍‌ ପଦାର୍ପଣ କରିବାକୁ ଥିବା ଜୀବନ ନେଦୁନଚେଝିଆନ ଶନିବାର ଡବଲ୍ସ ରବରରେ ପାକିସ୍ତାନ ଯୋଡି ହୁଫାଇଜା ଓ ସୋଏବଙ୍କୁ ଭେଟିବେ। ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ତେବେ ଭାରତ କୌଣସି ଟାଇରେ ପରାଜୟବରଣ କରିନାହିଁ। ଡବଲ୍ସ ରବରରେ ବିଜୟୀ ହେଲେ ଲିଆଣ୍ଡରଙ୍କ ପାଇଁ ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହେବ। ଜିତିଲେ ଡେଭିସ୍‌ କପ୍‌ ଇତିହାସରେ ଲିଆଣ୍ଡର ସର୍ବାଧିକ ଡବଲ୍ସ ବିଜୟ ହାସଲ କରି ରେକର୍ଡ କରିବେ। ଏପର୍ଯ୍ୟନ୍ତ ଡେଭିସ୍‌ କପ୍‌ରେ ସେ ୪୩ଥର ବିଜୟୀ ହୋଇଛନ୍ତି। ପାକିସ୍ତାନକୁ ହରାଇ ଭାରତ ଏବେ ଓ୍ବଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସ ଖେଳିବାକୁ କ୍ରୋଏସିଆ ଯାତ୍ରା କରିବ। ଏହା ଆସନ୍ତା ମାର୍ଚ୍ଚ ୬ ଓ ୭ ତାରିଖରେ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?