ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ କର: ଭକ୍ତ ଦାସ

ବଲାଙ୍ଗୀର ଅଫିସ, ୪ା୩-ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହରରେ ରାଜ୍ୟର ଦ୍ୱିତୀୟ ରାଜଧାନୀ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଦାବି କରିଛନ୍ତି ା ବଲାଙ୍ଗୀର ସାମ୍ବାଦିକ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦାସ କହିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିକାଶ ଏ ପର୍ଯ୍ୟନ୍ତ ହୋଇନାହିଁ ା ସରକାର ଯେତେ ବାହାବା ନେଲେ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦାରିଦ୍ର୍ୟ, ଦାଦନ ଶ୍ରମିକ, ବେକାରୀ, ବେରୋଜଗାରୀ, କୁପୋଷଣ, ପାନୀୟ ଜଳ ସମସ୍ୟା, ଅଶିକ୍ଷା ଭରି ରହିଛି ା ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଏହି ଅଞ୍ଚଳର ରାଜନେତାମାନଙ୍କୁ ମଧ୍ୟ ସମ୍ମାନ ମିଳୁନାହିଁ ା ଏପରି କି ଭାଜପାର ସୁରେଶ ପୂଜାରୀ, ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସର ନରସିଂହ ମିଶ୍ରଙ୍କୁ ମଧ୍ୟ ଦକ୍ଷତା ଅନୁସାରେ ଉଚିତ୍‌ ସମ୍ମାନ ମିଳୁନାହିଁ ା ପଶ୍ଚିମ ଓଡ଼ିଶାର ରାଜନେତାମାନଙ୍କୁ ରାଜନୈତିକ ଶ୍ରମିକ ଭଳି ବ୍ୟବହାର କରାଯାଉଛି ା ଯାହା ବିକାଶ ହୋଇଛି କଟକ, ଭୁବନେଶ୍ୱରରେ ସୀମିତ ରହିଛି ା ସରକାର ରାଜ୍ୟର ଅନ୍ୟ ଅଞ୍ଚଳରେ ସେଭଳି ବିକାଶ ଚିତ୍ର ଦେଖାଇ ପାରିବେ ନାହିଁ ା ଏଣୁ ଅନୁନ୍ନତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ବିକାଶ ଓ ସାମଗ୍ରିକ ଉନ୍ନତି ସକାଶେ ସେହି ଅଞ୍ଚଳର ପ୍ରମୁଖ ସ୍ଥଳରେ ଦ୍ୱିତୀୟ ରାଜଧାନୀ କରାଯାଉ ବୋଲି ସେ ଦାବି କରିଛନ୍ତି ା
ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ବର୍ଷରେ ତାଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇ ସମଗ୍ର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଏକ ବଡଧରଣର ସ୍ବାଭିମାନ ସଚେତନତା ଅଭିଯାନ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ ା ଭକ୍ତ ଆହୁରି କହିଥିଲେ, କେବିକେ-କନ୍ଧମାଳ ସ୍ବୟଂଶାସିତ ପରିଷଦ ଗଠନ କରାଯାଉ ା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ବ୍ୟାପକ ଅଞ୍ଚଳକୁ ସାମିଲ କରାଯାଇ ଏହି ଅଞ୍ଚଳର ବିକାଶ ପାଇଁ ସରକାର ଆଗାମୀ ୧୦ ବର୍ଷ ସକାଶେ ରାଜ୍ୟ ବଜେଟର ଏକ ତୃତୀୟାଂଶ ଟଙ୍କା ଯୋଗାଇ ଦିଅନ୍ତୁ ା କ୍ଷମତାର ବିକେନ୍ଦ୍ରୀକରଣ କରିବାକୁ ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା କରାଯାଉ ା ସେଠାରେ ବିଧାନସଭା ଅଧିବେଶନ ବସାଯିବା ସହ କଟକ-ଭୁବନେଶ୍ୱରରେ ଥିବା ସମସ୍ତ ଅଫିସରଙ୍କ ଦ୍ୱିତୀୟ ଅଫିସ ଉକ୍ତ ଦ୍ୱିତୀୟ ରାଜଧାନୀରେ କରାଯାଉ ବୋଲି ଦାବି କରିଥିଲେ ା ଏହି ମର୍ମରେ ଅବିଭକ୍ତ କୋରାପୁଟ ଓ କନ୍ଧମାଳରେ ଦୁଇଟି ବୈଠକ ହୋଇଛି ଓ ଆଜି ବଲାଙ୍ଗୀରରେ ତୃତୀୟ ବୈଠକ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ା ବୈଠକ ପରେ ସେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଭେଟିବେ ଓ ପରବର୍ତ୍ତୀ ସମୟରେ ପଶ୍ଚିମ ଓଡିଶାର ଭାଜପା ଓ ବିଜେଡି ଦଳର ନେତାମାନଙ୍କୁ ମଧ୍ୟ ଭେଟିବେ ବୋଲି ସେ କହିଥିଲେ ା ଏହି ଖବରଦାତା ସମ୍ମିଳନୀରେ ଗ୍ରୀନ୍‌ କଳାହାଣ୍ଡିର ସିଦ୍ଧାର୍ଥ ନାଏକ ଓ ଆଡଭୋକେଟ କିଶୋର ପଣ୍ଡା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri