ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ କର: ଭକ୍ତ ଦାସ

ବଲାଙ୍ଗୀର ଅଫିସ, ୪ା୩-ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହରରେ ରାଜ୍ୟର ଦ୍ୱିତୀୟ ରାଜଧାନୀ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଦାବି କରିଛନ୍ତି ା ବଲାଙ୍ଗୀର ସାମ୍ବାଦିକ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦାସ କହିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିକାଶ ଏ ପର୍ଯ୍ୟନ୍ତ ହୋଇନାହିଁ ା ସରକାର ଯେତେ ବାହାବା ନେଲେ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦାରିଦ୍ର୍ୟ, ଦାଦନ ଶ୍ରମିକ, ବେକାରୀ, ବେରୋଜଗାରୀ, କୁପୋଷଣ, ପାନୀୟ ଜଳ ସମସ୍ୟା, ଅଶିକ୍ଷା ଭରି ରହିଛି ା ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଏହି ଅଞ୍ଚଳର ରାଜନେତାମାନଙ୍କୁ ମଧ୍ୟ ସମ୍ମାନ ମିଳୁନାହିଁ ା ଏପରି କି ଭାଜପାର ସୁରେଶ ପୂଜାରୀ, ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସର ନରସିଂହ ମିଶ୍ରଙ୍କୁ ମଧ୍ୟ ଦକ୍ଷତା ଅନୁସାରେ ଉଚିତ୍‌ ସମ୍ମାନ ମିଳୁନାହିଁ ା ପଶ୍ଚିମ ଓଡ଼ିଶାର ରାଜନେତାମାନଙ୍କୁ ରାଜନୈତିକ ଶ୍ରମିକ ଭଳି ବ୍ୟବହାର କରାଯାଉଛି ା ଯାହା ବିକାଶ ହୋଇଛି କଟକ, ଭୁବନେଶ୍ୱରରେ ସୀମିତ ରହିଛି ା ସରକାର ରାଜ୍ୟର ଅନ୍ୟ ଅଞ୍ଚଳରେ ସେଭଳି ବିକାଶ ଚିତ୍ର ଦେଖାଇ ପାରିବେ ନାହିଁ ା ଏଣୁ ଅନୁନ୍ନତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ବିକାଶ ଓ ସାମଗ୍ରିକ ଉନ୍ନତି ସକାଶେ ସେହି ଅଞ୍ଚଳର ପ୍ରମୁଖ ସ୍ଥଳରେ ଦ୍ୱିତୀୟ ରାଜଧାନୀ କରାଯାଉ ବୋଲି ସେ ଦାବି କରିଛନ୍ତି ା
ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ବର୍ଷରେ ତାଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇ ସମଗ୍ର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଏକ ବଡଧରଣର ସ୍ବାଭିମାନ ସଚେତନତା ଅଭିଯାନ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ ା ଭକ୍ତ ଆହୁରି କହିଥିଲେ, କେବିକେ-କନ୍ଧମାଳ ସ୍ବୟଂଶାସିତ ପରିଷଦ ଗଠନ କରାଯାଉ ା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ବ୍ୟାପକ ଅଞ୍ଚଳକୁ ସାମିଲ କରାଯାଇ ଏହି ଅଞ୍ଚଳର ବିକାଶ ପାଇଁ ସରକାର ଆଗାମୀ ୧୦ ବର୍ଷ ସକାଶେ ରାଜ୍ୟ ବଜେଟର ଏକ ତୃତୀୟାଂଶ ଟଙ୍କା ଯୋଗାଇ ଦିଅନ୍ତୁ ା କ୍ଷମତାର ବିକେନ୍ଦ୍ରୀକରଣ କରିବାକୁ ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା କରାଯାଉ ା ସେଠାରେ ବିଧାନସଭା ଅଧିବେଶନ ବସାଯିବା ସହ କଟକ-ଭୁବନେଶ୍ୱରରେ ଥିବା ସମସ୍ତ ଅଫିସରଙ୍କ ଦ୍ୱିତୀୟ ଅଫିସ ଉକ୍ତ ଦ୍ୱିତୀୟ ରାଜଧାନୀରେ କରାଯାଉ ବୋଲି ଦାବି କରିଥିଲେ ା ଏହି ମର୍ମରେ ଅବିଭକ୍ତ କୋରାପୁଟ ଓ କନ୍ଧମାଳରେ ଦୁଇଟି ବୈଠକ ହୋଇଛି ଓ ଆଜି ବଲାଙ୍ଗୀରରେ ତୃତୀୟ ବୈଠକ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ା ବୈଠକ ପରେ ସେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଭେଟିବେ ଓ ପରବର୍ତ୍ତୀ ସମୟରେ ପଶ୍ଚିମ ଓଡିଶାର ଭାଜପା ଓ ବିଜେଡି ଦଳର ନେତାମାନଙ୍କୁ ମଧ୍ୟ ଭେଟିବେ ବୋଲି ସେ କହିଥିଲେ ା ଏହି ଖବରଦାତା ସମ୍ମିଳନୀରେ ଗ୍ରୀନ୍‌ କଳାହାଣ୍ଡିର ସିଦ୍ଧାର୍ଥ ନାଏକ ଓ ଆଡଭୋକେଟ କିଶୋର ପଣ୍ଡା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri