Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନାରକଣ୍ଡା

ନାରକଣ୍ଡା ହିମାଚଳ ପ୍ରଦେଶସ୍ଥିତ ଏକ ଛୋଟ ସହର;ଯାହା ନିଜର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସ୍କିଂ ପଏଣ୍ଟ ପାଇଁ ସାରା ଭାରତରେ ବେଶ୍‌ ପ୍ରସିଦ୍ଧିଲାଭ କରିପାରିଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୨, ୭୦୮ ମିଟର ଉଚ୍ଚତାରେ
ଅବସ୍ଥିତ ନାରକଣ୍ଡାରେ ଭରିରହିଛି ବହୁ ଉଚ୍ଚ ପାହାଡ଼, ସବୁଜ ବନାନୀ ତଥା ଅନେକ ପର୍ଯ୍ୟଟନସ୍ଥଳୀ…

ହିମାଚଳ ପ୍ରଦେଶର ଶିମ୍‌ଲା ଜିଲା ଅନ୍ତର୍ଗତ ଏକ ପାର୍ବତ୍ୟ ସହର ହେଉଛି ନାରକଣ୍ଡା। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସହରରେ ପର୍ଯ୍ୟଟକ ବହୁ ଉଚ୍ଚ ପାହାଡ଼, ସବୁଜ ବନାନୀ ଦେଖିବା ସାଙ୍ଗକୁ ସ୍କିଂ ତଥା ଟ୍ରେକିଂର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ ଏଠାକାର ରାସ୍ତାଘାଟର ଉଭୟ ପାର୍ଶ୍ୱରେ ଜାତିଜାତିକା ବୃକ୍ଷ ବିଶେଷକରି ଦେବଦାରୁ, ଚେରି, ସେଓ ତଥା ନାନାଦି ରଙ୍ଗର ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ। ଏଥିସହିତ କୋଟଗଢ଼ ଏବଂ ଥାନେଧାର ହେଉଛି ନାରକଣ୍ଡାସ୍ଥିତ ଏମିତି ଦୁଇଟି ସ୍ଥାନ; ଯେଉଁଠାରେ ମୁଖ୍ୟତଃ ସେଓ ଚାଷ କରାଯାଇଥାଏ। ଖାସ୍‌ ଏହିସବୁ କାରଣ ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳେ।

ଜଳବାୟୁ
ନାରକଣ୍ଡାର ଜଳବାୟୁ ବର୍ଷସାରା ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହୁଥିଲେ ବି ଏଠାରେ ଏପ୍ରିଲ୍‌ରୁ ଜୁନ୍‌ ଗ୍ରୀଷ୍ମ, ଜୁଲାଇରୁ ସେପ୍ଟେମ୍ବର ବର୍ଷା ଏବଂ ଅକ୍ଟୋବରରୁ ମାର୍ଚ୍ଚ ଶୀତ ଋତୁ ଅନୁଭୂତ ହୋଇଥାଏ। ଗ୍ରୀଷ୍ମଦିନେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୨୦ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ଅନ୍ୟପକ୍ଷେ ଶୀତଦିନେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୭ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବା ବେଳେ ସମୟେ ସମୟେ ତାପମାତ୍ରା କମିଯାଇ -୫ରୁ -୧୦ ଡିଗ୍ରୀ ମଧ୍ୟ ହୋଇଯାଇଥାଏ। କହିବାକୁ ଗଲେ ଶୀତଦିନେ ଏଠାକାର ଚାରିଆଡ଼େ ବରଫର ଚାଦର ଘୋଡ଼େଇ ହେଲାଭଳି ଦେଖାଯାଇଥାଏ।

କ’ଣ ଦେଖିବେ?
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି:
* ହାଟୁ ଶିଖର: ନାରକଣ୍ଡାଠାରୁ ମାତ୍ର ୮ କି.ମି. ଦୂରରେ ରହିଛି ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏଠାରେ ପର୍ଯ୍ୟଟକ ହାଟୁ ମାତାଙ୍କ ମନ୍ଦିର ଦେଖିବା ସହ ଶୀତଦିନେ ସ୍କିଂର ଭରପୂର ମଜା ନେଇପାରିବେ।
* ଭୀମ୍‌କା ଚୁଲା: କିମ୍ବଦନ୍ତୀ ଅନୁଯାୟୀ, ଅଜ୍ଞାତବାସ ସମୟରେ ପଞ୍ଚୁ ପାଣ୍ଡବ କୁଆଡ଼େ ଏହି ସ୍ଥାନରେ କିଛିଦିନ ବିତାଇବା ସହ ରୋଷେଇ କରି ଖାଇଥିଲେ। ଏହି ପବିତ୍ର ସ୍ଥାନଟି ହାଟୁ ମାତାଙ୍କ ମନ୍ଦିରଠାରୁ ମାତ୍ର ଅଳ୍ପ କିଛି ଦୂରରେ ଥିବାର ଦେଖାଯାଇଥାଏ।
* କୁମାରସୈନ: ନାରକଣ୍ଡାଠାରୁ ମାତ୍ର ୨୦ କି.ମି. ଦୂରରେ ରହିଛି ଏହି ସ୍ଥାନଟି। ଏଠାରେ ପର୍ଯ୍ୟଟକ ପାହାଡ଼ ଉପରେ କେମିତି ସୁନ୍ଦର ସୁନ୍ଦର ଘର ଆଦି ତିଆରି କରାଯାଇଛି; ତାହାର ଅନେକ ଝଲକ ଦେଖିବାକୁ ପାଇପାରିବେ।
* ନାରକଣ୍ଡା ବଜାର: ନାରକଣ୍ଡାର ଏହି ବଜାରରେ ପର୍ଯ୍ୟଟକ ସୁଲଭ ମୂଲ୍ୟରେ ଶୀତବସ୍ତ୍ର କିଣିବାର ସୁଯୋଗ ପାଇପାରିବେ।

ବୁଲିବାର ପ୍ରକୃଷ୍ଟ ସମୟ
ଏଠାକାର ଜଳବାୟୁକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ଖରାଦିନେ ଏଠାକୁ ବୁଲିଯିବା ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ନା ବେଶି ଗରମ ହେଉଥାଏ ନା ଶୀତ। କିନ୍ତୁ ଯେଉଁମାନଙ୍କର ସ୍କିଂ କରିବା ପସନ୍ଦ ସେମାନେ ଚାହିଁଲେ ଶୀତଦିନେ ଏଠାକୁ ବୁଲିଯାଇ ପାରବେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?