Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରିତାର

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅନେକ ଐତିହାସିକ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଝରଣା, ହ୍ରଦ ଓ ତା’ ସହିତ ବୋଟିଂ ତଥା ଟ୍ରେକିଂର ମଜା ନେବାକୁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଲାଗିରହେ..

ସିକ୍କିମ୍‌ସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଇତିହାସକୁ ନିଜ ଭିତରେ ସାଇତି ରଖିଥିବାରୁ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି। ଖାସ୍‌ କରି ଏଠାକାର ଘଞ୍ଚ ଜଙ୍ଗଲ, ପାହାଡ଼ ତଥା ଆକର୍ଷଣୀୟ ଝରଣାର ସୌନ୍ଦର୍ଯ୍ୟ ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

କେବେ ଓ କେମିତି ଯିବେ
ବର୍ଷସାରା ଅରିତାରର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିଲେ ହେଁ ବର୍ଷାଦିନ ତୁଳନାରେ ବାକି ଅନ୍ୟ ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ତେବେ ବାଗ୍‌ଡୋଗ୍ରା ଏହାର ନିକଟତମ ମୁଖ୍ୟ ବିମାନବନ୍ଦର ହୋଇଥିବାବେଳେ ନ୍ୟୁ ଜଲପାଇଗୁଡ଼ି ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ।

କ’ଣ ଦେଖିବେ
ଅରିତାରରେ ବି ଏମିତି ଅନେକ ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲି ଯାଇଥାନ୍ତି। ଯେମିତିକି:

ଲମ୍ପୋଖରୀ : ଏହା ହେଉଛି ସ୍ଥାନୀୟ ଏକ ପ୍ରାଚୀନ ହ୍ରଦ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏବେ ଏଠାରେ ବୋଟିଂର ବ୍ୟବସ୍ଥା ମଧ୍ୟ କରାଗଲାଣି।

ଡାକବଙ୍ଗଳା: ଏହାକୁ କେହି କେହି ଅରି ବଙ୍ଗଳା ବୋଲି ମଧ୍ୟ କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ଏହି ବଙ୍ଗଳାଟି କୁଆଡେ ୧୮୯୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏତେ ପୁରୁଣା ହୋଇଥିଲେ ମଧ୍ୟ ଏବେ ବି ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁଛି।

ପାର୍ବତେଶ୍ୱର ଶିବାଳୟ ମନ୍ଦିର: ଏହା ହେଉଛି ସ୍ଥାନୀୟ ଏକ ଶିବ ମନ୍ଦିର। ବର୍ଷର ସବୁ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲେ ହେଁ ଖାସ୍‌ କରି ଶ୍ରାବଣ ମାସରେ ପ୍ରଭୁଙ୍କ ଦର୍ଶନ ସହିତ ଜଳଲାଗି କରିବା ପାଇଁ ଏଠାକୁ ବୋଲ୍‌ବମ୍‌ ଭକ୍ତଙ୍କର ସୁଅ ଛୁଟିଥାଏ।

ମନ୍‌ଖିମ୍‌: ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୬୫୦୦ ଫୁଟ ଉଚ୍ଚତାରେ ଥିବା ସ୍ଥାନୀୟ ଏକ ପ୍ରସିଦ୍ଧ ଦେବାଳୟ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା।

କେବଳ ଏତିକି ନୁହେଁ, ଅରିତାରରେ କାଲି ଖୋଲା ଓ ଚାଙ୍ଗେ ନାମରେ ଦୁଇଟି ଜଳପ୍ରପାତ ବି ରହିଛି। ସେହିପରି ଏଠାରେ ଅଛି ଏକ ଫୁଲ ବଗିଚା, ଯେଉଁଠାରେ ନାନାଦି ପ୍ରଜାତିର ଆକର୍ଷଣୀୟ ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ।

ଟ୍ରେକିଂର ମଜା ନେଇହେବ
ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଦୁଃସାହସିକ ପର୍ଯ୍ୟଟନର ମଜା ନେବାକୁ ଚାହୁଁଥିଲେ ଅରିତାରଠୁ ବଳି ଭଲ ସ୍ଥାନ ଆଉ କ’ଣ ହୋଇପାରେ। କାରଣ ଏଠାରେ ଥିବା ସୁନ୍ଦର ଜଙ୍ଗଲ, ଲମ୍ବା ଲମ୍ବା ବୃକ୍ଷ ତଥା ବିଶାଳ ପାହାଡ଼ର ଦୃଶ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଟ୍ରେକିଂ ଓ ବୋଟିଂର ମଧ୍ୟ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri