Posted inଖେଳ

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨-
ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ମାର୍ନୁସ ଲାବୁସେନଙ୍କ ଶତକପରେ ଶେଷଭାଗ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ କରିଛି। ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଦଳ ୧୦୯ ରନରେ ନ୍ୟୁଜିଲାଣ୍ଡର ୫ ଉଇକେଟ ଅକ୍ତିଆର କରି ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି। ନ୍ୟୁଜିଲାଣ୍ଡ ହାତରେ ଆଉ ୫ ଉଇକେଟ ଥିବାବେଳେ ଅଷ୍ଟ୍ରେଲିଆ ଆହୁରି ୩୦୭ ରନରେ ଅଗ୍ରଣୀ ରହିଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୪୮/୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସରେ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲା। ୫ମ ଉଇକେଟରେ ୭୬ ରନ ଯୋଗ ହେବାପରେ ଲାବୁସେନ ବ୍ୟକ୍ତିଗତ ୧୪୩ ରନ କରି ଆଉଟ ହୋଇଥିଲେ। ସେ ୨୪୦ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୮ ଚୌକା ଓ ୧ ଛକା ମାରିଥିଲେ। ତାଙ୍କ ପାର୍ଟନର ଟ୍ରାଭିସ ହେଡ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୯୭ଟି ବଲ୍‌ ଖେଳି ୧୦ ଚୌକା ସହ ୫୬ ରନ କରିଥିଲେ। ଏହି ଯୋଡ଼ି ଭାଙ୍ଗିବାପରେ ମଧ୍ୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ଅଧିନାୟକ ଟିମ୍‌ ପେନ୍‌ ୩୯(୧୦୫ ବଲ, ୨ ଚୌକା), ପ୍ୟାଟ୍‌ କୁମିନ୍ସ ୨୦(୮୫ ବଲ, ୨ ଚୌକା) ଓ ମିଚେଲ ଷ୍ଟାର୍କ ୩୦(୪୧ ବଲ, ୩ ଚୌକା, ୧ ଛକା) ରନ କରି ଅଷ୍ଟ୍ରେଲିଆ ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସୌଦୀ ଓ ନେଲ ଓ୍ବାଗନର ୪ଟି ଲେଖାଏ ଏବଂ କଲିନ ଡି’ ଗ୍ରାଣ୍ଡହୋମ ଓ ଜୀତ୍‌ ରାଭାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଇନିଂସ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ଟମ୍‌ ଲାଥାମ ଖାତା ଖୋଲିବା ପୂର୍ବରୁ ଏବଂ ଦ୍ୱିତୀୟ ଓଭରରେ ଜୀତ ରାଭାଲ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଫଳରେ ୧ ରନରେ ୨ ଓପନରଙ୍କୁ ହରାଇ ନ୍ୟୁଜିଲାଣ୍ଡ ବିପଦରେ ପଡ଼ିଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ରସ୍‌ ଟେଲର ସତର୍କତାର ସହିତ ଖେଳି ଦଳକୁ ବିପଦରୁ ବାହାର କରିଥିଲେ। ତେବେ ତୃତୀୟ ଉଇକେଟ ଯୋଡ଼ିରେ ୭୬ ରନ ଯୋଗ ହେବାପରେ ଓ୍ବିଲିୟମସନଙ୍କୁ ଆଉଟ କରି ପୁଣି ନ୍ୟୁଜିଲାଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ ଷ୍ଟାର୍କ। ୭୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ୭ ଚୌକା ସହାୟତାରେ ୩୪ ରନ କରିଥିବାବେଳେ ଦ୍ୱିତୀୟ ସ୍ଲିପ୍‌ରେ ଷ୍ଟିଭ୍‌ ସ୍ମିଥଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ପରେ ହେନରି ନିକୋଲାସ(୭) ଓ ନେଲ୍‌ ଓ୍ବାଗନର(୦)ଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଷ୍ଟାର୍କ। ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଟେଲର ୬୬(୮୬ ବଲ, ୮ ଚୌକା) ଓ ବି.ଜେ. ଓ୍ବାଟଲିଙ୍ଗ୍‌ କୌଣସି ରନ ନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆର ଷ୍ଟାର୍କ ୩୧ ରନରେ ୪ଟି ଏବଂ ଜୋଶ୍‌ ହାଜଲେଉଡ୍‌ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୧୬/ଅଲଆଉଟ (ଲାବୁସେନ-୧୪୩, ହେଡ୍‌-୫୬, ସ୍ମିଥ-୪୩, ଓ୍ବାର୍ନର-୪୩, ପେନ୍‌-୩୯, ଷ୍ଟାର୍କ-୩୦, ଓ୍ବାଗନର-୪/୯୨, ସୌଦୀ-୪/୯୩, ଗ୍ରାଣ୍ଡହୋମ-୧/୩୭, ଜୀତ ରାଭାଲ-୧/୩୩)। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୦୯/୫(ଟେଲର-୬୬*, ଓ୍ବିଲିୟମସନ-୩୪, ଷ୍ଟାର୍କ-୪/୩୧, ହାଜଲେଉଡ-୧/୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri