ପରୀକ୍ଷା ନେଇ ଚିନ୍ତାରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୁଲାଇ ୬ରୁ ଆରମ୍ଭ ହେଉଥିବା ଯୁକ୍ତ ୩ ସେମିଷ୍ଟାର ତଥା ପିଜି ଶେଷବର୍ଷ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ କରୋନାର ପ୍ରକୋପ ବଢ଼ିଚାଲିଥିବା ବେଳେ ମହାବିଦ୍ୟାଳୟ ଛାତ୍ରୀଛାତ୍ର ସୋମବାର ଅଧ୍ୟକ୍ଷଙ୍କୁ ଭେଟି ପରୀକ୍ଷା ବାତିଲ୍‌ କିମ୍ବା କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ପାଇଁ ଦାବି କରିଛନ୍ତି। ଛାତ୍ରୀଛାତ୍ରଙ୍କର ଦାବି ଅନୁଯାୟୀ ବର୍ତ୍ତମାନ ସମୟରେ ବସ୍‌ ତଥା ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ଛାତ୍ରୀଛାତ୍ରମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ସ୍ଥାନୀୟ ହଷ୍ଟେଲ ତଥା ମେସ୍‌ ମାଲିକମାନେ ମଧ୍ୟ ବାହାରୁ ଆସୁଥିବା ଛାତ୍ରୀଛାତ୍ରମାନଙ୍କୁ ରଖିବା ପାଇଁ ରାଜି ହେଉନାହାନ୍ତି। ବର୍ତ୍ତମାନ ସମୟରେ ସେମାନଙ୍କଠାରୁ କରେନା ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ଏତଦ୍‌ବ୍ୟତୀତ ହଷ୍ଟେଲ ତଥା ମେସ୍‌ରେ ସାମାଜିକ ଦୂରତା ରଖିବା ସମ୍ଭବପର ନ ଥିବାରୁ କରୋନା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏନେଇ ମହାବିଦ୍ୟାଳୟର ଛାତ୍ରୀଛାତ୍ର ସୌରଭ ଦାଶ, ମନୀଷ ଜୈନ, ସୁହାନା କାଦ୍ରି, ଶୁଭଙ୍କର ଦାଶ ପ୍ରମୁଖ କଲେଜ ଅଧ୍ୟକ୍ଷଙ୍କୁ ଭେଟିଥିଲେ। ଆଗାମୀ ଦିନରେ ଛାତ୍ରୀଛାତ୍ରଙ୍କର ଦାବି ପୂରଣ ନ ହେଲେ ସେମାନେ ଉଚ୍ଚଶିକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ ବୋଲି ସୋମବାର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri