ପରିବେଶକୁ ସୁରକ୍ଷା ଦେବ ବ୍ରାହ୍ମଣୀ ଅବବାହିକା:ବର୍ଷକରେ ଲାଗିବ ୬୫ ହଜାର ବୃକ୍ଷ

ଢେଙ୍କାନାଳ ଅଫିସ,୧୮ା୬ବିଗୁଡ଼ୁଛି ପରିବେଶ। ଦିନକୁ ଦିନ ବଢୁଛି ତାତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଡହଳବିକଳ ହେଉଛି ମଣିଷ ଜୀବନ। ସ୍ଥିତିକୁ ଅଧିକ ସଙ୍କଟ କରିଛି ଜଳସ୍ତର ହ୍ରାସ। ଏହି କାରଣରୁ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କାର୍ଯ୍ୟକାରୀ ହେଉଛି ସବୁଜ ମହାନଦୀ ମିଶନ। ୨୦୧୮-୧୯ ବର୍ଷରେ ପ୍ରଥମେ ମହାନଦୀ ଅବବାହିକା ତଥା ରାଜ୍ୟର ୧୪ଟି ବନଖଣ୍ଡରେ ଏହି ଯୋଜନାରେ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସ୍ତର ହ୍ରାସ ଚିନ୍ତାଜନକ ହୋଇଥିବାରୁ ୨୦୧୯-୨୦ରେ ବ୍ରାହ୍ମଣୀ ସମେତ ରାଜ୍ୟର ଆଉ ୪ଟି ନଦୀକୁ ଯୋଜନାରେ ସାମିଲ କରାଯାଇଛି। ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ଏହି ବ୍ରାହ୍ମଣୀ ନଦୀ ଅବବାହିକାରେ ୬୫ ହଜାର ବୃକ୍ଷରୋପଣ କରାଯିବ। ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ସମେତ ସବୁଜ ମହାନଦୀ ମିଶନରେ ନୂଆକରି ସାମିଲ ହୋଇଥିବା ନଦୀଗୁଡ଼ିକ ହେଲା ଗଞ୍ଜାମ ଜିଲାର ଋଷିକୂଲ୍ୟା, କେଉଁଝର ଜିଲା ଦେଇ ଯାଇଥିବା ବୈତରଣୀ ଓ କୋରାପୁଟ ଜିଲାରେ ଥିବା ବଂଶଧାରା। ଏସବୁ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଯୋଜନା ଅନୁଯାୟୀ, ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ୱ ସମେତ ଏହାର ଉପନଦୀ ଓ ଶାଖାନଦୀ କୂଳରେ ମଧ୍ୟ ପର୍ଯ୍ୟାପ୍ତ ବୃକ୍ଷରୋପଣ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଶେଷକରି ଫାସି, ନିମ୍ବ, କରଞ୍ଜ ଭଳି ବୃକ୍ଷ ଲଗାଯିବ। ବ୍ରାହ୍ମଣୀ ଅବବାହିକାରେ ଆସୁଥିବା ଭୁବନ ବିଜ୍ଞାପିତ ଅଞ୍ଚଳରେ ୫ ହଜାର, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ୫ ହଜାର, ଷଡଙ୍ଗୀ ରେଞ୍ଜ୍‌ରେ ୧୦ ହଜାର, ଭୁବନ ଓ ମହାବୀରରୋଡ ରେଞ୍ଜରେ ୨୦ ହଜାର ଲେଖାଏ ବୃକ୍ଷରୋପଣ କରାଯିବ। ସେହିପରି ଢେଙ୍କାନାଳ ସଦର ରେଞ୍ଜରେ ୧୦ ହଜାର ଗଛ ଲଗାଯିବ। ଏଥିପାଇଁ ପ୍ରାଥମିକସ୍ତରରେ ସରକାରଙ୍କ ପକ୍ଷରୁ ୮୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ କାର୍ଯ୍ୟ ଆରମ୍ଭ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଲାଗିବାକୁ ଥିବା ଗଛ ଗୁଡିକର ସୁରକ୍ଷା ପାଇଁ କାଠବାଡ ଦିଆଯିବ। ଯେହେତୁ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି ଏବଂ ଚଲାବୁଲା କରୁଛନ୍ତି, ସେଥିପାଇଁ ଲୁହାବାଡ ଦିଆଯିବ ନାହିଁ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ହାତୀ ଉପଦ୍ରବରୁ ଗଛ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାୟ ଏକବର୍ଷ ମଧ୍ୟରେ ଏହି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟ ଶେଷ ହେବ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, ପ୍ରଥମେ ମହାନଦୀ କୂଳରେ ଥିବା ୧୪ଟି ବନଖଣ୍ଡ ଅଞ୍ଚଳକୁ ନେଇ ସବୁଜ ମହାନଦୀ ମିଶନ ଆରମ୍ଭ ହୋଇଥିଲା। ତାପମାତ୍ରା ବୃଦ୍ଧି ପାଇବା, ଜଳସ୍ତର କମିବା ଓ ଆଗକୁ ଭୟାବହ ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଉକ୍ତ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ବୃକ୍ଷରୋପଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲାରେ ଥିବା ନଦୀ ଏବଂ ଏହାର ଉପନଦୀ ତଥା ଶାଖା ନଦୀ କୂଳରେ ବୃକ୍ଷରୋପଣ ହେବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri