ପରିବେଶକୁ ସୁରକ୍ଷା ଦେବ ବ୍ରାହ୍ମଣୀ ଅବବାହିକା:ବର୍ଷକରେ ଲାଗିବ ୬୫ ହଜାର ବୃକ୍ଷ

ଢେଙ୍କାନାଳ ଅଫିସ,୧୮ା୬ବିଗୁଡ଼ୁଛି ପରିବେଶ। ଦିନକୁ ଦିନ ବଢୁଛି ତାତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଡହଳବିକଳ ହେଉଛି ମଣିଷ ଜୀବନ। ସ୍ଥିତିକୁ ଅଧିକ ସଙ୍କଟ କରିଛି ଜଳସ୍ତର ହ୍ରାସ। ଏହି କାରଣରୁ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କାର୍ଯ୍ୟକାରୀ ହେଉଛି ସବୁଜ ମହାନଦୀ ମିଶନ। ୨୦୧୮-୧୯ ବର୍ଷରେ ପ୍ରଥମେ ମହାନଦୀ ଅବବାହିକା ତଥା ରାଜ୍ୟର ୧୪ଟି ବନଖଣ୍ଡରେ ଏହି ଯୋଜନାରେ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସ୍ତର ହ୍ରାସ ଚିନ୍ତାଜନକ ହୋଇଥିବାରୁ ୨୦୧୯-୨୦ରେ ବ୍ରାହ୍ମଣୀ ସମେତ ରାଜ୍ୟର ଆଉ ୪ଟି ନଦୀକୁ ଯୋଜନାରେ ସାମିଲ କରାଯାଇଛି। ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ଏହି ବ୍ରାହ୍ମଣୀ ନଦୀ ଅବବାହିକାରେ ୬୫ ହଜାର ବୃକ୍ଷରୋପଣ କରାଯିବ। ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ସମେତ ସବୁଜ ମହାନଦୀ ମିଶନରେ ନୂଆକରି ସାମିଲ ହୋଇଥିବା ନଦୀଗୁଡ଼ିକ ହେଲା ଗଞ୍ଜାମ ଜିଲାର ଋଷିକୂଲ୍ୟା, କେଉଁଝର ଜିଲା ଦେଇ ଯାଇଥିବା ବୈତରଣୀ ଓ କୋରାପୁଟ ଜିଲାରେ ଥିବା ବଂଶଧାରା। ଏସବୁ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଯୋଜନା ଅନୁଯାୟୀ, ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ୱ ସମେତ ଏହାର ଉପନଦୀ ଓ ଶାଖାନଦୀ କୂଳରେ ମଧ୍ୟ ପର୍ଯ୍ୟାପ୍ତ ବୃକ୍ଷରୋପଣ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଶେଷକରି ଫାସି, ନିମ୍ବ, କରଞ୍ଜ ଭଳି ବୃକ୍ଷ ଲଗାଯିବ। ବ୍ରାହ୍ମଣୀ ଅବବାହିକାରେ ଆସୁଥିବା ଭୁବନ ବିଜ୍ଞାପିତ ଅଞ୍ଚଳରେ ୫ ହଜାର, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ୫ ହଜାର, ଷଡଙ୍ଗୀ ରେଞ୍ଜ୍‌ରେ ୧୦ ହଜାର, ଭୁବନ ଓ ମହାବୀରରୋଡ ରେଞ୍ଜରେ ୨୦ ହଜାର ଲେଖାଏ ବୃକ୍ଷରୋପଣ କରାଯିବ। ସେହିପରି ଢେଙ୍କାନାଳ ସଦର ରେଞ୍ଜରେ ୧୦ ହଜାର ଗଛ ଲଗାଯିବ। ଏଥିପାଇଁ ପ୍ରାଥମିକସ୍ତରରେ ସରକାରଙ୍କ ପକ୍ଷରୁ ୮୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ କାର୍ଯ୍ୟ ଆରମ୍ଭ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଲାଗିବାକୁ ଥିବା ଗଛ ଗୁଡିକର ସୁରକ୍ଷା ପାଇଁ କାଠବାଡ ଦିଆଯିବ। ଯେହେତୁ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି ଏବଂ ଚଲାବୁଲା କରୁଛନ୍ତି, ସେଥିପାଇଁ ଲୁହାବାଡ ଦିଆଯିବ ନାହିଁ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ହାତୀ ଉପଦ୍ରବରୁ ଗଛ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାୟ ଏକବର୍ଷ ମଧ୍ୟରେ ଏହି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟ ଶେଷ ହେବ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, ପ୍ରଥମେ ମହାନଦୀ କୂଳରେ ଥିବା ୧୪ଟି ବନଖଣ୍ଡ ଅଞ୍ଚଳକୁ ନେଇ ସବୁଜ ମହାନଦୀ ମିଶନ ଆରମ୍ଭ ହୋଇଥିଲା। ତାପମାତ୍ରା ବୃଦ୍ଧି ପାଇବା, ଜଳସ୍ତର କମିବା ଓ ଆଗକୁ ଭୟାବହ ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଉକ୍ତ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ବୃକ୍ଷରୋପଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲାରେ ଥିବା ନଦୀ ଏବଂ ଏହାର ଉପନଦୀ ତଥା ଶାଖା ନଦୀ କୂଳରେ ବୃକ୍ଷରୋପଣ ହେବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri