ପରିବେଶ ଓ ପ୍ରାଣୀଙ୍କ ଆଖି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଜଗତରେ ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ରହିଛି। ଗୋଟିଏ ପ୍ରାଣୀର ଆଖି କେମିତିି ହେବ ଓ କିପରି କାର୍ଯ୍ୟ କରିପାରିବ ତାହା ତା’ ଚାରିପାଖର ପରିବେଶ ସ୍ଥିର କରିବାରେ ମୁଖ୍ୟ ଭୂମିକା ନେଇଥାଏ। ଉଦାହାରଣ ସ୍ବରୂପ, ଷ୍ଟାର୍‌ଫିଶ୍‌ (ତାରକାମାଛ)ର ୫ଟି ବାହୁ ଶେଷଭାଗରେ ଗୋଟିଏ ଲେଖାଏ ଆଖି ରହିଛି। କିନ୍ତୁ ଏହା କେବଳ ଛାଇ, ଆଲୁଅ ଓ ବଡସ୍ଥାନ ଦେଖିପାରେ। ପ୍ରବାଳ ପ୍ରାଚୀର ବ୍ୟତୀତ ଏହି ଜୀବକୁ ଆଉ କିଛି ବି ଦେଖିବା ଦରକାର ପଡ଼େ ନାହିଁ। ସେହି ଅନୁଯାୟୀ ସେମାନଙ୍କ ଆଖି ବିକଶିତ ହୋଇଛି। ରାତ୍ରିଚର ଏଲିଫ୍ୟାଣ୍ଟ ହକ୍‌ ମଥ୍‌ (ଏକପ୍ରକାର ପତଙ୍ଗ)ର ଆଖି ଅତି ସାମାନ୍ୟ ଆଲୋକରେ ଦେଖିପାରେ। ଏପରିକି ଅସ୍ପଷ୍ଟ ତାରା ଆଲୋକରେ ଏହା ପୁଷ୍ପମଧୁ (ମକରନ୍ଦ) ଥିବା ଫୁଲର ରଙ୍ଗକୁ ବି ବାରିପାରେ। ଲିମର (ମାଡାଗାସ୍କାରରେ ଦେଖାଯାଉଥିବା ମାଙ୍କଡ଼ ଜାତୀୟ ପ୍ରାଣୀ) ରାତିରେ ଖାଦ୍ୟ ଖୋଜିବାକୁ ସୁରକ୍ଷିତ ମଣିଥାଏ। ଏହି ଜୀବର ଦୃଷ୍ଟିଶକ୍ତି ଏତେ ବଢିଆ ଯେ ତାହା ଘନ ଅନ୍ଧାରରେ ବି ବିଭିନ୍ନ ରଙ୍ଗ ବାରିପାରେ।
ଏବେ ଆସନ୍ତୁ ପ୍ରକୃତିର ବିଭିନ୍ନ ଜୀବଙ୍କ ଆଖି ପିତୁଳାର ରହସ୍ୟ ବିଷୟରେ ଜାଣିବା। ବିଲେଇ, ଶିଆଳ, କୁମ୍ଭୀର, ସାପ ଓ ଝିଟିପିଟି ଆଦି ଜୀବଙ୍କର ଅଖିରେ ଉଲ୍ଲମ୍ବ ପିତୁଳା ରହିଛି॥ ଏଥିପାଇଁ ସେମାନେ ଘାତକ ଶିକାରୀ ଭାବେ ଜଣାଶୁଣା। ଉଭୟ ରାତି ଓ ଦିନରେ ସେମାନେ ଶିକାର କରିପାରନ୍ତି। ଉଲ୍ଲମ୍ବ ପଟଳ ଥିବା ପ୍ରାଣୀମାନେ ଅସ୍ପଷ୍ଟ ଆଲୋକରେ ବି ଭଲଭାବେ ଦେଖିପାରନ୍ତି। କୁମ୍ଭୀର ସନ୍ଧ୍ୟା କିମ୍ବା ରାତିରେ ଦେଖିପାରେ। ଏହାର କାରଣ, ସେମାନେ ଆଖି ଭିତରକୁ କେତେ ଆଲୋକ ପ୍ରବେଶ କରିବା ଦରକାର ସେହି ଅନୁସାରେ ଆଖିକୁ ପୂରା ବା ଅଧା ବା ସାମାନ୍ୟ ଖୋଲା ରଖିପାରନ୍ତି। ଆମେ ଆମ ପଟଳକୁ ୧୫ ଗୁଣ ଅଧିକ ବିସ୍ତାର କରିପାରୁଥିବାବେଳେ ବିରାଡ଼ି ତାହା ୧୩୫ ଗୁଣ ସମ୍ପ୍ରସାରିତ କରିପାରେ।
ଛେଳି, ମେଣ୍ଢା, ଘୋଡା, ହରିଣ ଆଦି ତୃଣଭୋଜୀ ପ୍ରାଣୀଙ୍କର ସମାନ୍ତରାଳ ପଟଳ ରହିଛି। ସାଧାରଣତଃ ଏଭଳି ପଟଳ ଥିବା ଆଖିତ୍ ପ୍ରାଣୀମାନଙ୍କ ମୁଣ୍ଡର ଦୁଇପାଖରେ ରହିଥାଏ। ଏହାଦ୍ୱାରା ଆଗପଛ ଦୁଇପାଖରୁ ଦୂର କିମ୍ବା ପାଖ ଜିନିଷକୁ ଏମାନେ ଦେଖିପାରନ୍ତି। ଶତ୍ରୁକୁ ଦେଖି ପଳାଇଯିବା ସମୟରେ ବି ଶତ୍ରୁ ଉପରେ ନଜର ରଖିବାରେ ଏହି ପ୍ରାଣୀମାନେ କ୍ଷମ।
ଜଳଚର ଜୀବମାନଙ୍କର କ୍ରିସେଣ୍ଟ (ଅର୍ଦ୍ଧଚନ୍ଦ୍ରାକାର) ପଟଳ ରହିଥାଏ। ଏହା ବେଶି ସମୟ ସ୍ଥିର ରହିପାରେ। ସ୍କେଟ୍‌, ରେ, ଫ୍ଲାଟ୍‌ଫିଶ, କ୍ୟାଟ୍‌ଫିଶ ଓ ତିମିଙ୍କ ଉଦାହରଣ ଏଠାରେ ନିଆଯାଇପାରେ। ସମାନ କ୍ଷେତ୍ର ମଧ୍ୟରେ କ୍ରିସେଣ୍ଟ ପଟଳ ଗୋଲାକାର ପଟଳଠାରୁ ଅଧିକ ଭଲଭାବେ ଦେଖିପାରେ। ଏହି ପଟଳ ଜୀବ ସମ୍ମୁଖରେ ଥିବା ଆଲୋକକୁ ୟୁ (ଉପର ମୁହଁା କ୍ରିସେଣ୍ଟ) ଆକାର ଓ ପଛରେ ଥିବା ଆଲୋକକୁ ଓଲଟା ୟୁ (ତଳମୁହଁା କ୍ରିସେଣ୍ଟ) ଆକାର କରିଦିଏ। ପାଖରେ ବସ୍ତୁ ରହିଲେ ୟୁ ଆକାର ବଡ଼ ହୋଇଥାଏ ଓ ଦୂରରେ ରହିଲେ ଏହା ଛୋଟ ହୋଇଥାଏ। ଫ୍ଲଣ୍ଡର (ଏକ ପ୍ରକାର ସାମୁଦ୍ରିକ ବାଳିଆ ମାଛ) ସମୁଦ୍ରପୃଷ୍ଠରେ ତା’ କଡରେ ପହଁରୁଥିବା ମାଛଦଳକୁ ନିରୀକ୍ଷଣ କରିବା ସମୟରେ ସେମାନେ ପ୍ରତ୍ୟେକେ ପରସ୍ପରଠାରୁ କେତେ ଦୂରରେ ଅଛନ୍ତି ତାହା ଜାଣିପାରେ ଓ ତାହା ତା’ କାମରେ ଆସିଥାଏ।
ଓଟର ତିନୋଟି ଆଖିପତା ଅଛି। ତାହା କାଗଜ ପରି ପତଳା ହୋଇଥିବାରୁ ଓଟ ଏହି ତିନୋଟି ଆଖିପତା ବନ୍ଦ କଲେ ବି ଦେଖିପାରେ। ଏହା ବାଲିଝଡ଼ ସମୟରେ ତା’ କାମରେ ଆସେ। ସାପର ଦୁଇ ସେଟ୍‌ ଆଖି ରହିଛି। ଗୋଟିଏ ସେଟ୍‌ ଦେଖିବାରେ ସାହାଯ୍ୟ କରୁଥିବାବେଳେ ଆଉ ଗୋଟିଏ ସେଟ୍‌ ହିଟ୍‌ ଓ ମୁଭ୍‌ମେଣ୍ଟ ଜାଣିପାରେ। ପେଙ୍ଗୁଇନ୍‌ ପାଣି ଭିତରେ ଭଲଭାବେ ଦେଖିପାରେ। ମହୁମାଛି ଆଖିରେ ଥିବା ଷଟ୍‌କୋଣୀୟ ଲେନ୍ସ ଅତିବାଇଗଣୀ ରଶ୍ମିକୁ ବି ଦେଖିପାରେ, ଯାହା ମଣିଷ ଦେଖିପାରେ ନାହିଁ। ମାକ (ଉତ୍ତର ଓ ଦକ୍ଷିଣ ଆମେରିକାରେ ଦେଖଯାଉଥିବା ରଙ୍ଗବେରଙ୍ଗର ଶୁଆ) ଓ ଅନ୍ୟ ଶୁଆମାନେ ସେମାନଙ୍କ ଅଲଟ୍ରାଭାଓଲେଟ ଭିଜନ ସାହାଯ୍ୟରେ ଫଳ ପାଚିଲାଣି କି ନାହିଁ ତାହା ବି ଦେଖିପାରନ୍ତି। ସ୍କ୍ବିଡ୍‌ର ଉପରମୁହଁା ହୋଇ ରହିଥିବା ବାମ ଆଖି ଏହାର ଡାହାଣ ଆଖିଠାରୁ ଦୁଇଗୁଣ ବଡ଼। ତା’ ଉପରେ ଥିବା ବସ୍ତୁକୁ ଏହା ଭଲଭାବେ ଦେଖେ। ଏହାର ଛୋଟ ଆଖି ପାଣି ତଳେ ଅନ୍ଧାରରେ ବସ୍ତୁକୁ ଦେଖିଥାଏ।
ଦେଖିବା ଦ୍ୱାରା ଯଦି କିଛି ଲାଭ ମିଳି ନ ଥାଏ, ତେବେ କେତେକ ପ୍ରାଣୀ ସେମାନଙ୍କ ଆଖି ହରାଇବାର ଉଦାହରଣ ମଧ୍ୟ ରହିଛି। ମଧୁରଜଳ ମାଛ ମେକ୍ସିକାନ ଟେଟ୍ରାସ୍‌ ପ୍ଲାଇଷ୍ଟୋସିନ ଯୁଗରେ (ପ୍ରାୟ ୨ ନିୟୁତରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ) ଗଭୀର ଜଳରେ ଥିବା ଗୁମ୍ଫା ଭିତରେ ପହଁରି ଯାଇପାରୁଥିଲେ। ସେମାନଙ୍କ ଆଖି ଘୋର ଅନ୍ଧାରରେ ପ୍ରାୟ କିଛି କାମରେ ଲାଗୁ ନ ଥିଲା। ତେଣୁ ବିବର୍ତ୍ତନଚକ୍ରରେ ଏମାନେ ଦୃଷ୍ଟିଶକ୍ତି ହରାଇ ପାଲଟିଛନ୍ତି ଭିନ୍ନ ପ୍ରଜାତିର ବ୍ଲାଇଣ୍ଡ୍‌ କେଭ୍‌ଫିଶ୍‌। ଧଳା ଓ ଗୋଲାପି ରଙ୍ଗର ଏହି ମାଛର ଯେଉଁଠି ଆଖି ଥିଲା ତାହା ଚର୍ମରେ ଢାଙ୍କି ହୋଇଯାଇଛି। ଗଙ୍ଗାରେ ଦେଖାଯାଉଥିବା ଡଲଫିନ୍‌ କେବଳ ମଧୁର ଜଳରେ ହିଁ ରହିପାରନ୍ତି। ଏମାନେ କିଛି ବି ଦେଖିପାରନ୍ତିନି। ଗଙ୍ଗାର ଗୋଳିଆ ପାଣିରେ ରହିବାରେ ଅଭ୍ୟସ୍ତ ଏହି ଡଲଫିନ୍‌ ମଧ୍ୟ ଆଖି ହରାଇଛନ୍ତି। ଏମାନେ ପାଣିରେ ଯିବାଆସିବା ଲାଗି ଶବ୍ଦ ତରଙ୍ଗ ବ୍ୟବହାର କରିଥାନ୍ତି। ଗଳାରୁ ଶବ୍ଦ ସୃଷ୍ଟି କରିଥାନ୍ତି। ଏହି ଶବ୍ଦକୁ ଅନ୍ୟ ଡଲଫିନମାନେ ସେମାନଙ୍କ ମୁଣ୍ଡରେ ଥିବା ସମ୍ବେଦନଶୀଳ ଅଡିଟୋରୀ ସିଷ୍ଟମ ମାଧ୍ୟମରେ ଗ୍ରହଣ କରିଥାନ୍ତି। ଏଣୁ ପାଣିରେ ଏମାନଙ୍କ ଲକ୍ଷ୍ୟ ଆଡ଼କୁ ଯିବା ଓ ଫେରିବାରେ ଶବ୍ଦ ସାହାଯ୍ୟ କରେ।
ବକ୍ସ ଜେଲିଫିଶ୍‌ର ୨୪ଟି ଧୂସର ଆଖି ୪ ଭାଗରେ ବାଣ୍ଟିହୋଇ ରହିଛି। ଏହାକୁ ରୋଫାଲିଆ କୁହାଯାଏ। ଏଗୁଡିକ ଏକ ଗତିଶୀଳ ଶୁଣ୍ଢ ଉପରେ ସ୍ଥାୟୀ ଭାବରେ ରହିଛି। ପ୍ରତ୍ୟେକ ରୋଫାଲିୟମ୍‌ର ୬ଟି ଆଖି ମଧ୍ୟରୁ ୪ଟି କେବଳ ଆଲୋକ ବାରିପାରେ। ଅନ୍ୟ ଦୁଇଟି ଆଖି ଦ୍ୱାରା ଏହି ଜୀବ ଭଲଭାବେ ଦେଖିପାରେ। ହେନ୍ତାଳ ବନ ଭିତରେ ପହଁରୁଥିବା ସମୟରେ ଜେଲିଫିଶ୍‌ ଏହାର ତଳେ ଥିବା ଲେନ୍ସଯୁକ୍ତ ଆଖି ପାଖରେ ଥିବା ଜିନିଷ ଦେଖିପାରେ। ସେହିଭଳି ଉପରେ ଥିବା ଲେନ୍ସଯୁକ୍ତ ଆଖି ସବୁବେଳେ ଉପର ବସ୍ତୁକୁ ହିଁ ଦେଖିପାରେ। ଖାଦ୍ୟ ପାଇବାରେ ବକ୍ସ ଜେଲିଫିଶ୍‌ ଆଖି ସାହାଯ୍ୟ କରେ। ଆଖି ସାହାଯ୍ୟରେ ଏହା ବାଧାକୁ ଏଡାଇ ବଞ୍ଚିପାରେ।
ପ୍ରେଇଙ୍ଗ ମଣ୍ଟିସ୍‌ (ନମସ୍କାର ଭଙ୍ଗୀରେ ରହୁଥିବା ଏକ କୀଟ)ର ୫ଟି ଆଖି। ଦୁଇଟି ବଡ଼ ଜଟିଳ ଓ ତିନୋଟି ଛୋଟ ଆଖି ଅଛି ମୁଣ୍ଡ ମଝିରେ। ବଡ଼ ଆଖିରେ ଏହା ତା’ ଗତି ସମ୍ପର୍କରେ ଜାଣିପାରେ। ଅନ୍ୟ ତିନୋଟିରେ ଦେଖିପାରେ। କଙ୍କଡାବିଛାର ମୁଣ୍ଡ ଉପରେ ରହିଛି ଦୁଇଟି ଆଖି। ଏହାସହ ଏମାନଙ୍କ ଶରୀରର ପ୍ରତ୍ୟେକ ପାଖରେ ୫ଟି ଲେଖାଏ ଆଖି ରହିଛି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri