ପରିତ୍ୟକ୍ତ ଗୃହରେ ଚାଲିଛି ‘ସଖୀ’ କେନ୍ଦ୍ର ନିଜସ୍ବ ବିଲ୍ଡିଂ ପାଇଁ ଚିହ୍ନଟ ଜମିକୁ ନେଇ ଦ୍ୱନ୍ଦ୍ୱ

ଜଗତ୍‌ସିଂହପୁର ଅଫିସ୍‌,୧୦।୧: ରାଜଧାନୀ ଦିଲ୍ଲୀରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ମାମଲାର ବିଚାର ସମୟରେ ନିର୍ଯାତନାର ଶିକାର ହେଉଥିବା ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ସହାୟତା ପାଇଁ ୱାନ୍‌ ଷ୍ଟପ୍‌ ସେଣ୍ଟର ବା ‘ସଖୀ’ କେନ୍ଦ୍ର ଖୋଲିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ପ୍ରତି ଜିଲାରେ ସଖୀ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶାନୁସାରେ ୨୦୧୯ ଡିସେମ୍ବରରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସ୍ଥାୟୀ ଭାବେ ଏକ କ୍ବାର୍ଟରରେ ୱାନ୍‌ ଷ୍ଟପ୍‌ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସ୍ଥାୟୀ ବିଲ୍ଡିଂ ନିର୍ମାଣ ପାଇଁ ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମରେ ଜମି ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଯେହେତୁ ପୀଡ଼ିତାଙ୍କୁ କେନ୍ଦ୍ରରେ ରଖାଯିବା ନିୟମ ରହିଛି, ତେଣୁ ସୁରକ୍ଷା ଓ ଅନ୍ୟାନ୍ୟ ଦୃଷ୍ଟିରୁ ଏହି ସ୍ଥାନ ଉପଯୁକ୍ତ ହୋଇ ନ ଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାସ୍ତାପାର୍ଶ୍ୱ ଯେକୌଣସି ଉପଯୁକ୍ତ ସ୍ଥାନରେ କେନ୍ଦ୍ର କରାଯିବାକୁ ଦାବି ହେଉଥିବା ବେଳେ ଏଥିମଧ୍ୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଅନ୍ୟପକ୍ଷରେ ଦ୍ୱିତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏହି ଅନୁଦାନ ରାଶି ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗକୁ ବିଲ୍ଡିଂ ନିର୍ମାଣ ପାଇଁ ଦିଆଯାଇଛି। ଜମି ଚିହ୍ନଟରେ ବିଳମ୍ବ ଯୋଗୁ ଅନୁଦାନ ବିନିଯୋଗ ହୋଇପାରୁ ନ ଥିବା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାଶ ସୂଚନା ଦେଇଛନ୍ତି।
ପାରିବାରିକ ହିଂସା, ଏସିଡ୍‌ ଆକ୍ରମଣ, ଅପହରଣ/ନିଖୋଜ, ଯୌନ ଉତ୍ପୀଡ଼ନ/ଶୋଷଣ, ଯୌତୁକ ନିର୍ଯାତନା, ବଳାତ୍କାର, ବାଲ୍ୟ ବିବାହ, ମହିଳା ଚାଲାଣ, ସାଇବର କ୍ରାଇମ୍‌ ଓ ଅନ୍ୟାନ୍ୟ ହିଂସାର ଶିକାର ହୋଇଥିବା ନାବାଳିକାଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସଖୀ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି। ୨୪ ଘଣ୍ଟିଆ ଏହି ସେବା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ସହ ସ୍ଥାନୀୟ ଏକ କ୍ଲବ ଚୁକ୍ତି କରିଛି। ଏ ସମ୍ପର୍କରେ ସମ୍ପୃକ୍ତ କ୍ଲବ ପକ୍ଷରୁ କୁହାଯାଇଛି, ଗତ ଡିସେମ୍ବରରେ ୬ ଜଣ ପୀଡିତା ସହାୟତା ଲୋଡିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପାରିବାରିକ ହିଂସା, ଜଣେ ନିଖୋଜ ଓ ଜଣେ ପ୍ରେମଜନିତ ପ୍ରତାରଣାର ଶିକାର ହୋଇଛନ୍ତି। ଏହି ମାସରେ ଏ ପର୍ଯ୍ୟନ୍ତ ୨ ଜଣ ପୀଡିତା ‘ସଖୀ’ର ସହାୟତା ଲୋଡିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଏବଂ ଅନ୍ୟ ଜଣେ ପାରିବାରିକ ହିଂସାର ଶିକାର ହୋଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆଶା, ଅଙ୍ଗନୱାଡ଼ି, ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ‘ସଖୀ’ ସମ୍ପର୍କରେ ଅବଗତ କରିବା ପାଇଁ ବୈଠକ କରାଯାଉଛି। ସଖୀ ବିଶେଷକରି ପାରିବାରିକ ହିଂସା ଓ ପକ୍‌ସୋ ଆଇନ ଉପରେ ଗୁରୁତ୍ୱ ଦେଉଛି। ଯେଉଁମାନେ କେନ୍ଦ୍ରରେ ପହଞ୍ଚତ୍ବେ, ସେମାନଙ୍କୁ ଆବଶ୍ୟକ ସ୍ଥଳେ ଅତିବେଶୀରେ ୫ ଦିନ ପର୍ଯ୍ୟନ୍ତ ଖାଦ୍ୟପେୟଠାରୁ ରହଣି ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯିବ। ଏହାଠାରୁ ଅଧିକ ରହିବା ଆବଶ୍ୟକ ହେଲେ ସ୍ବଧାର ଗୃହକୁ ପଠାଇ ଦିଆଯିବ। କେନ୍ଦ୍ର ପାଇଁ ୧୨୦୦ ବର୍ଗ ଫୁଟ ଜମି ଆବଶ୍ୟକ। କେନ୍ଦ୍ରର ଅଧ୍ୟକ୍ଷ ଜିଲାପାଳ ଥିବା ବେଳେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ଆବାହକ ରହିଛନ୍ତି। ସେହିପରି ଏସ୍‌ପି, ସିଡିଏମ୍‌ଓ, ଡିପିଓ, ଡିଏଲ୍‌ଏସ୍‌ଏ ସଚିବ, ୨ ଜଣ ମହିଳା ସମାଜସେବୀ, ଡିସିପିଓ ଓ ସିଡବ୍ଲ୍ୟୁସିର ଜଣେ ସଭ୍ୟ ରହିଛନ୍ତି। ତେବେ ସଖୀ କେନ୍ଦ୍ରର ବାସ୍ତବ ରୂପାୟନ ନେଇ ଅଧିକ ଉଦ୍ୟମ ହେବା ସହ ତୁରନ୍ତ ଜମି ଚିହ୍ନଟ ଓ ବିଲ୍ଡିଂ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ଏ ସମ୍ପର୍କରେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣମଞ୍ଜରୀ ନାୟକଙ୍କୁ ପଚାରିବାରେ ମେଡିକାଲ ପରିସରରେ କୌଣସି ସ୍ଥାନରେ ଜାଗା ମିଳି ପାରିବ କି ନାହିଁ ସେ ନେଇ ତଥ୍ୟ ଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଚିଠି କରାଯାଇଛି। ତାଙ୍କଠାରୁ ଉତ୍ତର ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri