ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ରାତିରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ବିଭିନ୍ନ ପଡ଼ା ଓ ସାହି ପରିକ୍ରମା କରିବା ପରେ ମା’ ପୁଣି ନିଜ ସ୍ଥାୟୀ ଆସନରେ ବିରାଜମାନ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୪ ତାରିଖ ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମା’ଙ୍କ ପବିତ୍ର ଘଣ୍ଟକୁ ମୁଖ୍ୟ ପୂଜକଙ୍କ ଗୃହକୁ ଅଣାଯାଇ ବିଭିନ୍ନ ପୁଷ୍ପମାଲ୍ୟରେ ଶୃଙ୍ଗାର ବେଶ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ମୁଖ୍ୟ ପୂଜକ ଡମ୍ବରୁଧର ପୁଝାରୀ ମା’ଙ୍କ ଘଣ୍ଟକୁ ନିଜ କାନ୍ଧରେ ବହନ କରିଥିବା ବେଳେ ଭୈରବ ଦେବଙ୍କ ପୂଜାରୀ ମା’ଙ୍କ ଛତ୍ର ବହନ କରି ବିଭିନ୍ନ ସାହି ପଡ଼ା ବୁଲି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଅଷ୍ଟମ ଦିବସରେ ମା’ଙ୍କ ଘଣ୍ଟ ସହର ପରିକ୍ରମା କରି ମନ୍ଦିର ଅଭିମୁଖେ ଯିବା ସମୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ରାସ୍ତାର ଛକ ମାନଙ୍କରେ ଝୁଣା, ପଣାପାଣି ଓ ଗଜାମୁହାଁ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ମହିଳାମାନଙ୍କ ହୁଳହୁଳି ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ମା’ ନିଜ ମନ୍ଦିରରେ ପ୍ରବେଶ କରିଥିଲେ।

ଲୋକ ବିଶ୍ୱାସ ଅନୁଯାୟୀ, ମା’ଙ୍କ ଏହି ଚୈତ୍ର ଯାତ୍ରା ଦ୍ୱାରା ଅଞ୍ଚଳରୁ ରୋଗବ୍ୟାଧି ଦୂର ହେବା ସହ ସର୍ବମଙ୍ଗଳ ସାଧିତ ହୁଏ। ସମାପନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ପରିବେଷଣ କରାଯାଇଥିଲା, ଯେଉଁଥିରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। କେବଳ ବ୍ଲକ ମୁଖ୍ୟାଳୟ ନୁହେଁ, ବରଂ ଗୋପାଳପୁର, ବିଷମଗିରି, ଦୋଳଗୁଡ଼ା, ଗୁଣୁପୁର, କର୍ଲାପାଟ ଓ ମହୁଲ ପାଟଣାଠାରେ ମଧ୍ୟ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

ବିକାଶ ଅପହଞ୍ଚ: ଆସିଲାନି ଆମ୍ବୁଲାନ୍ସ ଭରା ବନ୍ୟାପାଣିରେ ଭାରରେ ବୁହାହେଲେ ରୋଗୀ

ବରୀ,୧୯ା୮(ମହେନ୍ଦ୍ର ସ୍ବାଇଁ): ଦେଶ ସ୍ବାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ ପଞ୍ଚାୟତର ଢିଅସାହି ଗ୍ରାମରେ ବିକାଶର…

ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’…

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri