Posted inଜାତୀୟ

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି। ପାକିସ୍ତାନ ସୀମାକୁ ଲାଗି ରହିଥିବା ପଠାନକୋଟ ଏୟାରବେସ୍‌ରେ ମଙ୍ଗଳବାରଠାରୁ ଭାରତ ୮ଟି ଅତ୍ୟାଧୁନିକ ହେଲିକପ୍ଟର ଆପାଚେକୁ ମୁତୟନ କରିଛି। ଆମେରିକାରୁ ଭାରତ ଆସିଥିବା ଏହି ହେଲିକପ୍ଟର ପଠାନକୋଟ ଏୟାରବେସ୍‌ରେ ମୁତୟନ ହେବା ପରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ହେବ। ମଙ୍ଗଳବାର ଏହି ୮ଟି ହେଲିକପ୍ଟର ପଠାନକୋଟ ଏୟାରବେସ୍‌ରେ ସେନାରେ ସାମିଲ ହେବା ପୂର୍ବରୁ ପ୍ରଥମେ ଓ୍ବାଟର କ୍ୟାନନରେ ସଲାମି ଦିଆଯାଇଥିଲା।

ଏହାପରେ ଏକ ଲଞ୍ଚିଙ୍ଗ ସମାରୋହରେ ଏୟାର ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧନଓ୍ବା ଓ ତାଙ୍କ ସହ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର୍‌ ମାର୍ଶାଲ୍‌ ଆର୍‌ ନାମ୍ବିୟାର ମିଶି ଆପାଚେ ହେଲିକପ୍ଟରର ପୂଜା କରିଥିଲେ। ବୋଇଂ ଇଣ୍ଡିଆର ଅଧ୍ୟକ୍ଷ ଶଲିଲ ଗୁପ୍ତେ ଏହାର ଚାବି ବିଏସ୍‌ ଧନଓ୍ବାଙ୍କୁ ଦେଇଥିଲେ।

ଏହାପରେ ଏୟାର ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧନଓ୍ବା ଓ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର୍‌ ମାର୍ଶାଲ୍‌ ଆର୍‌ ନାମ୍ବିୟାର ହେଲିକପ୍ଟର ନିରିକ୍ଷଣ କରିଥିଲେ। ସୂଚନାଯୋଗ୍ୟ, ଭାରତ ଆମେରିକାଠାରୁ ୨୨ଟି ଆପାଚେ ହେଲିକପ୍ଟର ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri