ନୟାଗଡ଼ ଗୋଛା ଗ୍ରାମରେ ନଗଡ଼ା ପ୍ରତିଛବି

ନୟାଗଡ଼ ଅଫିସ,୩୦।୫-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମରେ ଯାଜପୁର ଜିଲା ନଗଡା ଗ୍ରାମ ପ୍ରତିଛବି ଦେଖିବାକୁ ମିଳିଛି। ଏଠାକାର ଲୋକେ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ତାହା ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗୋଛା ଗ୍ରାମରେ କିଛି ଆଦିବାସୀ ପରିବାର ବାସ କରୁଛନ୍ତି। ମଙ୍ଗଳବାର ଗୋଚ୍ଛା ଜଙ୍ଗଲରେ ହାତୀମୃତ୍ୟୁ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମ ରାସ୍ତା ଦେଇ ଯାଉଥିଲା ବେଳେ ବାଟରେ ଦାରିଦ୍ର୍ୟର ନିଚ୍ଛକ ଦୃଶ୍ୟ ଦେଖି ଅଟକି ଯାଇଥିଲେ। ଦୁଇ ଜଣ ମହିଳା ପଲିଥିନରେ ପଖାଳ ଭାତ ରଖି ତା’ ସହିତ ଆମ୍ବୁଲ, ଲଙ୍କା ଓ ଲୁଣ ଲଗାଇ ଖାଉଥିଲେ। ସ୍ବାଧୀନତାର ୭୪ ବର୍ଷ ପରେ ବିକାଶଶୀଳ ରାଜ୍ୟରେ ଏପରି ଦୃଶ୍ୟ ବାସ୍ତବିକ୍‌ ଦୁଃଖଦାୟକ। ମହିଳାଦ୍ୱୟ ସକାଳୁ ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଘରେ ଟିଫିନ୍‌ ନଥିବାରୁ ପଲିଥିନ୍‌ରେ ପଖାଳ ପୂରାଇ ଆଣିଥିଲେ। ଖାଇ ସାରିବା ପରେ ଜରିକୁ ନିକଟସ୍ଥ ନାଳ ପାଣିରେ ଧୋଇ ପୁଣି ଆସନ୍ତାକାଲି ସେଥିରେ ଭାତ ଆଣିବେ ବୋଲି କହିଥିଲେ। ପେଟ ଚାଖଣ୍ଡକ ପାଇଁ ଲୋକମାନେ କିପରି ସଂର୍ଘଷ କରୁଛନ୍ତି ତାହା ଏଥିରୁ ଅନୁମେୟ। ଭାତ ସାଙ୍ଗରେ ଲଗାଇ ଖାଇବାକୁ ଭଜା, ତରକାରି କଁାଭଁା ସେମାନଙ୍କ ଭାଗ୍ୟରେ ଜୁଟିଥାଏ। ନ ହେଲେ ଗୋଟାଇ ଆଣିଥିବା ଆମ୍ବକୁ ଆମ୍ବୁଲ କରି ବର୍ଷଯାକ ପଖାଳ ସାଙ୍ଗରେ ଖାଇବାକୁ ପଡିଥାଏ। ଏହି ଦୃଶ୍ୟ ଜିଲା ଉନ୍ନତି ଆଡ଼କୁ ଗତି କରୁଛି ବୋଲି ଦିଆ ଯାଉଥିବା ନାରାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଓଡଗଁା ବିଡିଓ ସ୍ବାତିଲେଖା ଦାସଙ୍କୁ ପଚାରିବାରୁ ସେ ଉକ୍ତ ଗ୍ରାମଟି ଦୁର୍ଗମ ଅଞ୍ଚଳରେ ବୋଲି ସ୍ବୀକାର କରିବା ସହ ପୃଷ୍ଟିହୀନତାର କୌଣସି ଖବର ନାହିଁ ବୋଲି କହିଥିଲେ। ଏ ନେଇ କେହି ଅଭିଯୋଗ କଲେ ସେ ଉକ୍ତ ଗ୍ରାମକୁ ଏକ ଟିମ୍‌ ପଠାଇବା ସହ ନିଜେ ଯାଇ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri