ନୂଆ ମୋଟରଯାନ ଆଇନ ନେଇ ପୋଲିସର ସଚେତନତା

କୋମନା,୧୦।୯(ଡି.ଏନ.ଏ.)
ନୂଆପଡ଼ା ଜିଲା କୋମନା ପୋଲିସ ପକ୍ଷରୁ ସୋମବାର ନୂଆ ମୋଟରଯାନ ଆଇନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନସାଧାରଣ, ମୋଟରଯାନ ଚାଳକ ଓ ମାଲିକମାନଙ୍କ ପାଇଁ ସଂଶୋଧିତ ମୋଟରଯାନ ଆଇନ ୨୦୧୯ ନିୟମାବଳି ଉପରେ କୋମନା ବସଷ୍ଟାଣ୍ଡ ନିକଟରେ ସଚେତନତା କରାଯାଇଛି। ଏଥିରେ ଭାରତ ସରକାରଙ୍କ ନୂଆ ନିୟମାବଳି ଓ ଦଣ୍ଡବିଧାନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଭାରତ ସରକାରଙ୍କ ଦ୍ୱାରା ମୋଟରଯାନ ଆଇନ ୧୯୮୮ର ସଂଶୋଧନ କରାଯାଇଛି ଏବଂ ଏହି ସଂଶୋଧିତ ମୋଟରଯାନ ଆଇନ ୨୦୧୯ର ନିୟମାବଳି ସେପ୍ଟେମ୍ବର ୧ରୁ ସାରା ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଛି। ଏହି ସଂଶୋଧିତ ଆଇନରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀମାନଙ୍କୁ କଠୋର ଆର୍ଥତ୍କ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଜନସାଧାରଣ, ମୋଟରଯାନ ଚାଳକ ଏବଂ ମାଲିକମାନଙ୍କ ଅବଗତି ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ଦଫାରେ ଆର୍ଥତ୍କ ଜରିମାନା ପରିମାଣର ସାରଣୀ କରି ଲୋକଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋମନା ଥାନାଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରି ଲୋକଙ୍କୁ ଟ୍ରାଫିକ ନିୟମ ମାନିବା, ଗାଡି ଚଳାଇବା ବେଳେ ହେଲମେଟ ପନ୍ଧିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଦ୍ରୁତ ଗତିରେ ଗାଡି ନ ଚଳାଇବା, ସିଟବେଲ୍ଟ ପରିଧାନ କରିବା ଉପରେ ସଚେତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri