ବ୍ରହ୍ମପୁର ଅଫିସ,୨୬ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାରିଆଡେ ଚେକିଂ କରାଯାଉଛି। ଅନ୍ୟପଟେ ରାଜପଥରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଧରପଗଡ ଜୋରଦାର ହେବା ପରେ ବହୁ ମଦ ଦୋକାନ ଏବେ ଖଁ। ଖଁ। ହୋଇପଡିଥିବା ଦେଖିବାକୁ ମିଳିଛି। କେବଳ ରାଜପଥ କଡ଼ କାହିଁକି ବ୍ରହ୍ମପୁର ସମେତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନ ଆଗ ଖାଲିପଡିଛି। ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣି ଗାଡି ଚାଳକଙ୍କ ଲାଗି ଯେଉଁ ଜରିମାନା ଏବଂ ଦଣ୍ଡ ବ୍ୟବସ୍ଥା କରିଛନ୍ତି ସେଥିରେ ଗାଡିଚାଳକମାନେ ଭୟଭୀତ ହୋଇପଡିଛନ୍ତି। ବିଶେଷକରି ସନ୍ଧ୍ୟା ହେଲେ ପୋଲିସ ନିଶାସକ୍ତ ଗାଡି ଚଳକଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି। ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଇ ବ୍ରେଥ୍ ଆନାଲାଜରରେ ଧରାପଡିଲେ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଛି। ସେମାନଙ୍କଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ଜରିମାନା ନ ଦେଲେ ସେମାନଙ୍କ ନଁାରେ ମାମଲା ରୁଜୁ ହେଉଛି। ବାରମ୍ବାର ଧରାପଡିଲେ ଜରିମାନା ବଢିବା ସହିତ ଅଧିକ ଦଣ୍ଡ ବିଧାନ ଏବଂ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ଯେଉଁ ଆଇନଗତ ପ୍ରାବଧାନ ରହିଛି ସେଥିରେ ଗାଡି ଚଳକମାନେ ମଦ ପିଇବାକୁ ଭୟ କରୁଛନ୍ତି। ସେହିପରି ଗତ ୨୧ ଦିନ ମଧ୍ୟରେ ଜିଲାରେ ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ସହିତ ଦୁର୍ଘଟଣା ଜନିତ ମୃତ୍ୟୁ ବି କମିଛି। ଏଥି ଯୋଗୁ ଚଳିତ ମାସର ବୁଧବାର ସୁଦ୍ଧା ବିଭିନ୍ନ ଅପରାଧ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବା ଜଣାପଡିଛି।
ଦିଗପହଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ: ରାମ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୁରୁବାର ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ…
ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ
ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ…
ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…
ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…
ଶର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ୍ରେ ଲାଗିଲା ନିଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ
ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ…
ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର
ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…
ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…
ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…
ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…
ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…
ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…
ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…
Archives

