ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାଜଧାନୀରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତରଭାବେ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ବାହାଦୂରପୁର ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଘଟିଛି ଏହି ଲୋମଟାଙ୍କୁରା ଘଟଣା। ମୃତକ ଜଣକ ହେଲେ ବାହାଦୂରପୁରର ଅନିଲ ଜେନା ଓ ଗୁରୁତର ଆହତ ବାପା ହେଲେ ଅଭିମନ୍ୟୁ ଜେନା। ଅନିଲଙ୍କ ଡାହାଣ ଛାତିରେ ଦୁଇ ରାଉଣ୍ଡ ଓ ଅଭିମନ୍ୟୁଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ପୋଲିସ ପହଞ୍ଚତ୍ ଗୁଳିକାଣ୍ଡ ଘଟିଥିବା ସ୍ଥାନକୁ ଚିହ୍ନଟ କରିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଓ ଫୋରେନ୍‌ସିକ୍‌ ଟିମ୍‌ ରକ୍ତ ନମୁନା ସଂଗ୍ରହ କରିଛି। ଅଭିଯୋଗ ଆଧାରରେ ପୋଲିସ ସରକନ୍ତରା ଅଞ୍ଚଳର ବାପି ଓରଫ ଭରତ ସାହୁ, ସହଯୋଗୀ ହାପି ଓ ଆଲୋକଙ୍କ ନାମରେ ହତ୍ୟା ମାମଲା (ନଂ.୬୩୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ବାହାଦୂରପୁର ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅଭିଯୋଗ ଅନୁସାରେ, ବାପି ଓ ସହଯୋଗୀମାନେ ଦୀର୍ଘବର୍ଷ ହେବ ବ୍ରାଉନସୁଗାର ସହ ଅନ୍ୟ ବେଆଇନ ନିଶା ଦ୍ରବ୍ୟ ବେପାର କରନ୍ତି। ବିଶେଷକରି ସ୍କୁଲ ଓ କଲେଜ ପିଲାଙ୍କୁ ଫସାଇ ନିଶା ଖୁଆନ୍ତି। ନିଶା ଖାଇ ଗାଁ ପିଲାମାନେ ବରବାଦ ହେଉଥିବାରୁ ବାହାଦୁରପୁର ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ଗତ ଦୀପାବଳିରେ ମୃତ ଅନିଲର ବଡ଼ଭାଇକୁ ବାପି ଓ ସହଯୋଗୀ ବ୍ରାଉନ ସୁଗାର ଖାଇବାକୁ ଦେଇଥିଲେ। ବ୍ରାଉନ ସୁଗାର ଖାଇବା ପରେ ସେ ପରିବାର ସଦସ୍ୟଙ୍କୁ ମାରପିଟ୍‌ କରିବା ସହ ଅସୁସ୍ଥ ହୋଇପଡିଥିଲେ। ଏହା ଜାଣିବା ପରେ ଅନିଲ ଫୋନ କରି ବାପିଙ୍କୁ ଗ୍ରାମରେ ବ୍ରାଉନ ସୁଗାର ବେପାର ନ କରିବାକୁ ତାଗିଦ କରିଥିଲେ। ଏହାକୁ ନେଇ ବାପି ଓ ସହଯୋଗୀମାନେ ଅନିଲଙ୍କୁ ଟାର୍ଗେଟ କରିବା ସହ ୨୪ ଘଣ୍ଟା ଭିତରେ ହତ୍ୟା କରିବାକୁ ଧମକ ଦେଇଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଅନିଲ ନିକଟ ବଜାରକୁ କୌଣସି କାମରେ ଯାଇଥିଲେ। ଫେରୁଥିବାବେଳେ ଅପରାହ୍ନ ସାଢ଼େ ୫ଟାରେ ବାହାଦୁରପୁର ହନୁମାନ ମନ୍ଦିର ସମ୍ମୁଖରେ ବାପି, ୨ ସହଯୋଗୀ ଆଲୋକ ଓ ହାପି ମୁହଁରେ କପଡାବାନ୍ଧି ଏକ ପଲ୍‌ସରରେ ଆସି ତାଙ୍କୁ ଅଟକାଇଥିଲେ। ବାପି ହଠାତ ବନ୍ଧୁକ ବାହାର କରି ଅନିଲଙ୍କ ଛାତିକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୁଳି ଶବ୍ଦ ଓ ଚିତ୍କାର ଶୁଣି ଅନିଲଙ୍କ ବାପା ଅଭିମନ୍ୟୁ ଦୌଡିଯାଇ ସେମାନଙ୍କୁ ବିରୋଧ କରିଥିଲେ। ହେଲେ ଅଭିଯୁକ୍ତମାନେ ଅଭିମନ୍ୟୁଙ୍କ ଉପରକୁ ଗୁଳି କରି ପଳାଇଥିଲେ। ଉଭୟ ତଳେ ପଡି ଚିତ୍କାର କରୁଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅନୀଲଙ୍କ ଛାଡିରୁ ଡାକ୍ତର ଗୁଳି କାଢିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାସହ ଅଭିମନ୍ୟୁଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ନିକଟରେ ଏୟାରଫିଲ୍ଡ ଥାନାଞ୍ଚଳରେ ଅମରେଶ ନାୟକ ହତ୍ୟା ଘଟଣାରେ ପୋଲିସ ଏଯାଏ ସମସ୍ତ ଅଭିଯୁକ୍ତଙ୍କୁ ଧରିପାରିନି। ଦୁଇ ସପ୍ତାହ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଏବେ କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ନାମରେ ରହିଛି ବହୁ ମାମଲା ଗୁଳିମାଡ଼ କରିଥିବା ବାପିଙ୍କ ନାମରେ ଖଣ୍ଡଗିରି ସମେତ ବିଭିନ୍ନ ଥାନାରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଏକାଧିକ ସଙ୍ଗୀନ ମାମଲା ରହିଛି। ନିକଟରେ ମଧ୍ୟ ବାପି ଜେଲରୁ ବାହାରିବା ପରେ ପୁଣି ବ୍ରାଉନ ସୁଗାର ବେପାର ଆରମ୍ଭ କରିଥିଲେ। ପାଖରେ ଖୁଲମଖୁଲା ବନ୍ଧୁକ ରଖି ବୁଲୁଥିଲେ। ଯେଉଁମାନେ ତାଙ୍କୁ ବିରୋଧ କରୁଥିଲେ ସେ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ପାଟି ବନ୍ଦ କରିଦେଉଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଜେଲ ଫେରିବା ପରେ ବାପି ପୁଣି ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ ମଧ୍ୟ ପୋଲିସ ତାଙ୍କ ଉପରେ ନଜର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri