ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାଜଧାନୀରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତରଭାବେ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ବାହାଦୂରପୁର ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଘଟିଛି ଏହି ଲୋମଟାଙ୍କୁରା ଘଟଣା। ମୃତକ ଜଣକ ହେଲେ ବାହାଦୂରପୁରର ଅନିଲ ଜେନା ଓ ଗୁରୁତର ଆହତ ବାପା ହେଲେ ଅଭିମନ୍ୟୁ ଜେନା। ଅନିଲଙ୍କ ଡାହାଣ ଛାତିରେ ଦୁଇ ରାଉଣ୍ଡ ଓ ଅଭିମନ୍ୟୁଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ପୋଲିସ ପହଞ୍ଚତ୍ ଗୁଳିକାଣ୍ଡ ଘଟିଥିବା ସ୍ଥାନକୁ ଚିହ୍ନଟ କରିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଓ ଫୋରେନ୍‌ସିକ୍‌ ଟିମ୍‌ ରକ୍ତ ନମୁନା ସଂଗ୍ରହ କରିଛି। ଅଭିଯୋଗ ଆଧାରରେ ପୋଲିସ ସରକନ୍ତରା ଅଞ୍ଚଳର ବାପି ଓରଫ ଭରତ ସାହୁ, ସହଯୋଗୀ ହାପି ଓ ଆଲୋକଙ୍କ ନାମରେ ହତ୍ୟା ମାମଲା (ନଂ.୬୩୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ବାହାଦୂରପୁର ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅଭିଯୋଗ ଅନୁସାରେ, ବାପି ଓ ସହଯୋଗୀମାନେ ଦୀର୍ଘବର୍ଷ ହେବ ବ୍ରାଉନସୁଗାର ସହ ଅନ୍ୟ ବେଆଇନ ନିଶା ଦ୍ରବ୍ୟ ବେପାର କରନ୍ତି। ବିଶେଷକରି ସ୍କୁଲ ଓ କଲେଜ ପିଲାଙ୍କୁ ଫସାଇ ନିଶା ଖୁଆନ୍ତି। ନିଶା ଖାଇ ଗାଁ ପିଲାମାନେ ବରବାଦ ହେଉଥିବାରୁ ବାହାଦୁରପୁର ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ଗତ ଦୀପାବଳିରେ ମୃତ ଅନିଲର ବଡ଼ଭାଇକୁ ବାପି ଓ ସହଯୋଗୀ ବ୍ରାଉନ ସୁଗାର ଖାଇବାକୁ ଦେଇଥିଲେ। ବ୍ରାଉନ ସୁଗାର ଖାଇବା ପରେ ସେ ପରିବାର ସଦସ୍ୟଙ୍କୁ ମାରପିଟ୍‌ କରିବା ସହ ଅସୁସ୍ଥ ହୋଇପଡିଥିଲେ। ଏହା ଜାଣିବା ପରେ ଅନିଲ ଫୋନ କରି ବାପିଙ୍କୁ ଗ୍ରାମରେ ବ୍ରାଉନ ସୁଗାର ବେପାର ନ କରିବାକୁ ତାଗିଦ କରିଥିଲେ। ଏହାକୁ ନେଇ ବାପି ଓ ସହଯୋଗୀମାନେ ଅନିଲଙ୍କୁ ଟାର୍ଗେଟ କରିବା ସହ ୨୪ ଘଣ୍ଟା ଭିତରେ ହତ୍ୟା କରିବାକୁ ଧମକ ଦେଇଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଅନିଲ ନିକଟ ବଜାରକୁ କୌଣସି କାମରେ ଯାଇଥିଲେ। ଫେରୁଥିବାବେଳେ ଅପରାହ୍ନ ସାଢ଼େ ୫ଟାରେ ବାହାଦୁରପୁର ହନୁମାନ ମନ୍ଦିର ସମ୍ମୁଖରେ ବାପି, ୨ ସହଯୋଗୀ ଆଲୋକ ଓ ହାପି ମୁହଁରେ କପଡାବାନ୍ଧି ଏକ ପଲ୍‌ସରରେ ଆସି ତାଙ୍କୁ ଅଟକାଇଥିଲେ। ବାପି ହଠାତ ବନ୍ଧୁକ ବାହାର କରି ଅନିଲଙ୍କ ଛାତିକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୁଳି ଶବ୍ଦ ଓ ଚିତ୍କାର ଶୁଣି ଅନିଲଙ୍କ ବାପା ଅଭିମନ୍ୟୁ ଦୌଡିଯାଇ ସେମାନଙ୍କୁ ବିରୋଧ କରିଥିଲେ। ହେଲେ ଅଭିଯୁକ୍ତମାନେ ଅଭିମନ୍ୟୁଙ୍କ ଉପରକୁ ଗୁଳି କରି ପଳାଇଥିଲେ। ଉଭୟ ତଳେ ପଡି ଚିତ୍କାର କରୁଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅନୀଲଙ୍କ ଛାଡିରୁ ଡାକ୍ତର ଗୁଳି କାଢିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାସହ ଅଭିମନ୍ୟୁଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ନିକଟରେ ଏୟାରଫିଲ୍ଡ ଥାନାଞ୍ଚଳରେ ଅମରେଶ ନାୟକ ହତ୍ୟା ଘଟଣାରେ ପୋଲିସ ଏଯାଏ ସମସ୍ତ ଅଭିଯୁକ୍ତଙ୍କୁ ଧରିପାରିନି। ଦୁଇ ସପ୍ତାହ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ ଏବେ କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ନାମରେ ରହିଛି ବହୁ ମାମଲା ଗୁଳିମାଡ଼ କରିଥିବା ବାପିଙ୍କ ନାମରେ ଖଣ୍ଡଗିରି ସମେତ ବିଭିନ୍ନ ଥାନାରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଏକାଧିକ ସଙ୍ଗୀନ ମାମଲା ରହିଛି। ନିକଟରେ ମଧ୍ୟ ବାପି ଜେଲରୁ ବାହାରିବା ପରେ ପୁଣି ବ୍ରାଉନ ସୁଗାର ବେପାର ଆରମ୍ଭ କରିଥିଲେ। ପାଖରେ ଖୁଲମଖୁଲା ବନ୍ଧୁକ ରଖି ବୁଲୁଥିଲେ। ଯେଉଁମାନେ ତାଙ୍କୁ ବିରୋଧ କରୁଥିଲେ ସେ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ପାଟି ବନ୍ଦ କରିଦେଉଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଜେଲ ଫେରିବା ପରେ ବାପି ପୁଣି ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ ମଧ୍ୟ ପୋଲିସ ତାଙ୍କ ଉପରେ ନଜର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?