ନିର୍ମାଣ ହେଉନି ଭଗବାନପୁର-ବାମଡ଼ା ଲିଙ୍କ୍‌ ରୋଡ଼:କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିକାଶ ପରିଷଦର କର୍ମକର୍ତ୍ତା

ରୂପ୍‌ସା,୨୫।୮(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା-ବାଙ୍ଗିରିପୋଷି ରେଳଲାଇନର ଭଗବାନପୁର ଗାଁ ଛକରୁ ବାମଡ଼ା ଲେଭଲ୍‌ କ୍ରସିଂ ପର୍ଯ୍ୟନ୍ତ ନୂତନ ଲିଙ୍କରୋଡ଼ ନିର୍ମାଣ ହେଉ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ଏହି ରେଳବାଇ ରାସ୍ତା ବାଧକ ସାଜିଥିବାରୁ ଯାତାୟାତରେ ସମସ୍ୟା ଲାଗି ରହିଛି। ବର୍ଷା ଦିନେ କାଦୁଅ ପଚପଚ ଖାଲଖମା ରାସ୍ତା ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ, ଦମକଳ ଆଦି ଜରୁରୀ ପରିସ୍ଥିତିରେ ପ୍ରବେଶ କରିପାରୁ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ଲିଙ୍କରୋଡ଼ ନିର୍ମାଣ କରାଯିବା ପାଇଁ ଭଗବାନପୁର ବିକାଶ ପରିଷଦର ସଭାପତି ଭଗବାନ ମହପାତ୍ର, ଉପଦେଷ୍ଟା ସୁଧାକର ଗିରି, ସଂଯୋଜକ ଚକ୍ରଧର ଆଚାର୍ଯ୍ୟ, ସମ୍ପାଦକ ସୁଦର୍ଶନ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟି ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ବିଭାଗୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ବଡ଼ସାହି ବିଧାୟକ ସନାତନ ବିଜୁଳି, ସଦର ବିଧାୟକ ମଦନମୋହନ ଦତ୍ତ, ମୟୂରଭଞ୍ଜ ଜିଲାପାଳ, ଡିଭିଜନାଲ ରେଳବାଇ ମ୍ୟାନେଜର, ଡିଭିଜନାଲ ଇଞ୍ଜିନିୟର, ଆସିଷ୍ଟାଣ୍ଟ ମ୍ୟାନେଜର, ରୂପ୍‌ସା ଷ୍ଟେସନ ମ୍ୟାନେଜର ପ୍ରମୁଖଙ୍କୁ ମଧ୍ୟ ଲିଖିତ ଅବଗତ କରାଯାଇଛି।
ଭଗବାନପୁରଠାରେ ରେଳ ଲେଭଲକ୍ରସିଂ ଫାଟକ ନ ଥିବାରୁ ଆମ୍ବଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଭଗବାନପୁର, ଟିକିରାସାହି, ଅଙ୍ଗାରଗଡ଼ିଆ, ଗୁଆବଣିଆ, ଚୋରମରା, ଗୋପାଳସାହି ଆଦି ୧୦ରୁ ଉର୍ଦ୍ଧ୍ୱ ଗ୍ରାମର ବାସିନ୍ଦା ହଇରାଣ ହରକତ ହେଉଛନ୍ତି। ରେଳ ଲାଇନ୍‌ ସଂଲଗ୍ନ ଉତ୍ତରପାର୍ଶ୍ୱରେ ଭଗବାନପୁର-ବାମଡ଼ା ନୂତନ ଲିଙ୍କ ରୋଡ଼ ନିର୍ମାଣ ହେଉ ନ ଥିବାରୁ ମହିଳା, ପୁରୁଷଙ୍କ ସମେତ ଛାତ୍ରୀଛାତ୍ର, ରୋଗୀ, ପ୍ରସୂତି ଓ ବରିଷ୍ଠ ନାଗରିକଙ୍କ ପାଇଁ ଦୈନନ୍ଦିନ ଜୀବନରେ ଗମନାଗମନ ବାଧକ ସାଜିଛି। ଲିଙ୍କ ରୋଡ଼ ନିର୍ମାଣ ଦାବିରେ ଗତ ଫେବୃୟାରୀ ୨୭ତାରିଖରେ ବିକାଶ ପରିଷଦ ତରଫରୁ ପଞ୍ଚାୟତବାସୀ ଏଠାରେ ରେଳରୋକୋ ଆନ୍ଦୋଳନ କରିଥିଲେ। ବିଭାଗୀୟ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଡିଆରଏମ୍‌ଙ୍କ ସହ ମୋବାଇଲରେ କଥା ହୋଇ ୧୫ଦିନ ମଧ୍ୟରେ ବାରିପଦା ଉପଜିଲାପାଳଙ୍କ ଚାମ୍ବରରେ ତ୍ରିପାକ୍ଷିକ ଆଲୋଚନା ପରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୬ମାସ ବିତିଯାଇଥିଲେ ମଧ୍ୟ ଏଯାବତ ରେଳ ମନ୍ତ୍ରଣାଳୟ ପକ୍ଷରୁ ଲିଙ୍କ୍‌ରୋଡ଼ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହଁି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri