ଯାଁଳାରେ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଯାଁଳା,୨୫ା୮(ଡି.ଏନ.ଏ): ଜଟଣୀ ବ୍ଲକ ଯାଁଳା ପଞ୍ଚାୟତ ଅନ୍ତର୍ଗତ ଓଗାଳପଡ଼ା ଶିଳ୍ପାଞ୍ଚଳରେ ଥିବା ସାଇକୃପା ଚନ୍ଦନ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଶିନ୍‌ ଏବଂ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ପୋଡି ଯାଇଛି। ରବିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡ ଘଟିବାର କାରଣ ଜଣା ପଡି ନ ଥିଲେ ମଧ୍ୟ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଖବରପାଇ ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଅଗ୍ନିଶମ ବିଭାଗର ୬ଟି ଦମକଳ ଗାଡି ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ। ତେବେ ଏହାକୁ ଆୟତ କରିବାକୁ ପ୍ରାୟ ୬ ଘଣ୍ଟା ପାଖାପାଖି ଲାଗିଥିଲା। କମ୍ପାନୀର କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ଯଁାଳା ବଜାରକୁ ଆସିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ନିକଟବର୍ତ୍ତୀ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ। ଘଟଣାସ୍ଥଳରେ ଶତାଧିକ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri