ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ ଆସିବା ପରେ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଠିକାଦାର ଓ କର୍ମଚାରୀଙ୍କ ସମ୍ପର୍କୀୟକୁ ଦୋକାନ ଦିଆଯିବା ଅଭିଯୋଗ ହେବା ପରେ ଗତ ୧ ତାରିଖ ଏ ନେଇ ଏକ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ମହଲରୁ ପୌର ପରିଷଦ କର୍ତ୍ତୃୃପକ୍ଷଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ପୌର ପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ସୂଚନା ଦେଇଛନ୍ତି। ତଦନ୍ତ ପରେ ଅନିୟମିତତା ଜଣାପଡିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ, ପୌର ପରିଷଦରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ ଓ ପୌର ପରିଷଦର ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କର ୫ ଜଣ ସମ୍ପର୍କୀୟଙ୍କୁ ସହରର କଚେରି ବଜାର ପରିସରରେ ଦୋକାନ ଘର ନିର୍ମାଣ ଲାଗି ୨୦୧୨ ଓ ୨୦୧୩ରେ ମ୍ୟୁନିସିପାଲ ଆକ୍ଟର ୨୫୫ ଧାରା ଅନୁସାରେ ଜାଗା ପ୍ରଦାନ କରାଯାଇଥିଲା। ପରେ ୨୦୧୫ରେ ସେମାନଙ୍କୁ ଦୋକାନଘର ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଥିଲା। ପୌର ପରିଷଦର ଜଣେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସେମାନେ ଦୋକାନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ଏବଂ ଅନୁମତି ପତ୍ର ପାଇବାର ୬ ମାସ ମଧ୍ୟରେ ନିର୍ମାଣ ଶେଷ କରିବା ଲାଗି କୁହାଯାଇଥିଲା। କିନ୍ତୁ ଅନୁମତି ପତ୍ର ପାଇବାର ପ୍ରାୟ ୪ ବର୍ଷ ପରେ ଏବେ ନିର୍ମାଣ କାର୍ଯ୍ୟ କରାଯାଉଛି। ପୌର କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହେବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ୨ ଯୁବକ, ଜଣାପଡିବା ପରେ ଖଣ୍ଡାଯୁଦ୍ଧ, ପୂରା ଘଟଣା ଜାଣିଲେ…

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଅର୍ଜୁନଙ୍କୁ ମିଳିଲା ବଡ଼ ଅଫର୍‌: ଏବେ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତ ଦମଦାର ଅଭିନୟ କରନ୍ତି କିନ୍ତୁ ‘ଧୂରନ୍ଧର-୨’ରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ପ୍ରଶଂସନୀୟ। ଏହି…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ପରିବେଶ ପ୍ରଦୂଷିତ ଅଭିଯୋଗ: ମା’ ତାରିଣୀ ପଥର କ୍ରଶର ୟୁନିଟକୁ ସିଲ୍ କଲା ପ୍ରଶାସନ                     

ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଡ଼ଙ୍କାରି ମୌଜା ରେ ଥିବା ମା ‘ ତାରିଣୀ ପଥର କ୍ରଶର ୟୁନିଟ କୁ…

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: ନିଲମ୍ବିତ ହେଲେ ବରଗଡ଼ ବିଇଓ, ଡିଇଓ 

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ…

ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ : ତାଲିମ ନେଲେ…

ଦିଗପହଣ୍ଡି,୧୫ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଗତ ୫ ତାରିଖ ଠାରୁ…

ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ: କେଏସୟୁବିର ବଡ଼ ସଫଳତା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ଶେଷ ବର୍ଷ (ସ୍ନାତକ) କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଏଥିରେ ଭଞ୍ଜନଗର କବି…

ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଗଢ଼ିଉଠିଲା ପ୍ରେମ, ଜାଣିବା ପରେ ହାଣିଲେ…

ଦିଗପହଣ୍ଡି,୨୫ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri