ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ କରିବାର ପ୍ରୟାସରେ ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। ମିଠା ସାଙ୍ଗକୁ ଆତସବାଜି ଏହି ମୁହୂର୍ତ୍ତକୁ ସବୁବେଳ ପାଇଁ ଉଜ୍ଜୀବିତ ରଖେ। ଗତ କିଛିବର୍ଷ ହେଲା ଦେଶରେ ବିଶେଷକରି ଓଡ଼ିଶାରେ ମଧ୍ୟ ଏହି ପର୍ବଜନିତ ଅର୍ଥାତ୍‌ ଆତସବାଜି ଦୁର୍ଘଟଣାଜନିତ ସଂଖ୍ୟା ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳୁଛି। ଆଉ ଏହା ମୁଖ୍ୟତଃ ଆତସବାଜି ତିଆରି କରୁଥିବା କମ୍ପାନୀମାନଙ୍କର ନିମ୍ନମାନର ତିଆରି ପ୍ରଣାଳୀ, ସରକାରଙ୍କ ପକ୍ଷରୁ ମାନ ନିର୍ଦ୍ଧାରଣ କ୍ଷେତ୍ରରେ ବିଫଳତା ଏବଂ ବ୍ୟବହାରକାରୀଙ୍କ ଖାମଖିଆଲି ନୀତି ଯୋଗୁ ଘଟୁଛି। ତେବେ ଏହା ଖାଲି ଦୁର୍ଘଟଣାର କାରଣ ହୋଇଛି ତା’ନୁହେଁ, ବରଂ ଶବ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଏହାର ଯୋଗଦାନ ବଢ଼ିଛି। ତେଣୁ ଏହି ଆଲୋକର ପର୍ବକୁ କେବଳ ଆଲୋକ, ମିଠେଇରେ ସୀମିତ ରଖି ନିଜକୁ ସୁସ୍ଥ, ନିଜ ପରିବେଶକୁ ସୁସ୍ଥ ରଖିବା ନିହାତି ଦରକାର।

କିଛି ଟିପ୍‌ସ…
ଯଦି ଆପଣ ଆତସବାଜି କିଣିବା ପାଇଁ ଇଚ୍ଛୁକ ତେବେ ଆଇନଗତ ସ୍ବୀକୃତି ଲାଭ କରିଥିବା କମ୍ପାନୀମାନଙ୍କର ଆତସବାଜି କିଣନ୍ତୁ।
ଆତସବାଜି ବ୍ୟବହାର ପାଇଁ ପିଲାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ସେମାନଙ୍କର ପାଖେପାଖେ ରୁହନ୍ତୁ।
ଘର ଭିତରେ କୌଣସି ଭାବେ ଆତସବାଜି ଲଗାନ୍ତୁ ନାହିଁ।
ନିଜ ପାଖରେ କିମ୍ବା ଆତସବାଜି ଲାଗୁଥିବା ନିକଟ ସ୍ଥାନରେ ଅନ୍ୟ ଆତସବାଜି ପକାନ୍ତୁ ନାହିଁ।
ପାଖରେ ସବୁବେଳେ ପାଣି ବାଲ୍‌ଟି ରଖନ୍ତୁ। ନାଇଲନ୍‌ କିମ୍ବା ପଲିଷ୍ଟର ପୋଷାକ ଏହି ସମୟରେ ପିନ୍ଧନ୍ତୁ ନାହିଁ।
ରକେଟ ତଥା ବମ୍‌ ଭଳି ଆତସବାଜି ଜନଗହଳି ସ୍ଥାନରେ ଲଗାନ୍ତୁ ନାହିଁ।
ନିରୀହ ପଶୁଙ୍କ କ୍ଷେତ୍ରରେ ଏହି ଆତସବାଜିର ପ୍ରୟୋଗ କରନ୍ତୁ ନାହିଁ।
ମଜାରେ କାହା ଉପରକୁ ଏହା ଫିଙ୍ଗନ୍ତୁ ନାହିଁ।
ନିଜ ଭଳି କିଭଳି ଅନ୍ୟମାନେ ମଧ୍ୟ ଏହି ମୁହୂର୍ତ୍ତର ମଜା ଉପଭୋଗ କରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri