Posted inଖେଳ

ନିଜ ରେକର୍ଡ ଭାଙ୍ଗିଥିଲେ ବୀରେନ୍ଦ୍ର

ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ସୃଷ୍ଟି କରିବା ଏବଂ କିଛି ବର୍ଷ ବ୍ୟବଧାନରେ ସମାନ ଦିନରେ ନିଜ ରେକର୍ଡକୁ ନିଜେ ଭଙ୍ଗ କରିବା। ଏପରି ଏକ ତାରିଖ ସହ ଯୋଡ଼ିହୋଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ। ମାର୍ଚ୍ଚ ୨୯ ସହ ତାଙ୍କର ଅଭୁଲା ସମ୍ପର୍କ ରହିଛି। ପ୍ରତିପକ୍ଷ ବୋଲରଙ୍କ ପାଇଁ ଏକଦା ଦୁଃସ୍ବପ୍ନ ସାବ୍ୟସ୍ତ ହେଉଥିଲେ ଏହି ରେକର୍ଡ ବ୍ରେକର। ତାଙ୍କ ଟାଇମିଂ, ବ୍ୟାଟ୍‌ଚାଳନା ଏବଂ ଦୃଷ୍ଟିଶକ୍ତି ମଧ୍ୟରେ ଥିଲା ଅଦ୍ଭୁତ ସମନ୍ବୟ। ତାଙ୍କ କ୍ୟାରିୟର ଏପରି ଥିଲା ଯାହାକି ଭାରତୀୟ କ୍ରିକେଟ ଇତିହାସରେ ଅନେକଥର ନୂଆ ଅଧ୍ୟାୟ ଯୋଡ଼ିଥିଲା। ଲୟରେ ଥିବା ଦିନ ସେ ବୋଲରମାନଙ୍କ ବିପକ୍ଷରେ ଝଡ଼ ସ୍ବରୂପ ପ୍ରତୀୟମାନ ହେଉଥିଲେ। ୨୦୦୪ ମାର୍ଚ୍ଚ ୨୯ରେ ସେ ଭାରତୀୟ କ୍ରିକେଟକୁ ସ୍ମରଣୀୟ କରି ଦେଇଥିଲେ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବାହାର ପରିବେଶରେ ଭାରତୀୟ ଦଳର ପ୍ରଦର୍ଶନ ସେପରି ଭଲ ନ ଥାଏ। ଏପରି ଏକ ସମୟରେ ସେ ମୁଲତାନଠାରେ ପାକ୍‌ ବୋଲରଙ୍କୁ ଧୂଲେଇ କରି ଭାରତ ପକ୍ଷରୁ ଟେଷ୍ଟରେ ପ୍ରଥମ ତ୍ରିଶତକ ହାସଲ କଲେ। ୫୩୧ ମିନିଟ କ୍ରିଜ୍‌ରେ ରହିଥିବା ସେହ୍ବାଗ ୩୭୫ଟି ବଲ୍‌ର ସାମ୍‌ନା କରି ୩୯ ଚୌକା ଓ ୬ ଛକା ସହାୟତାରେ ୩୦୯ ରନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ‘ସୁଲତାନ ଅଫ୍‌ ମୁଲତାନ’ ଆଖ୍ୟା ଦିଆ ଯାଇଥିଲା। ନିଜର ତ୍ରିଶତକୀୟ ଇନିଂସ ଅବସରରେ ସେ ଓପନିଂ ଯୋଡ଼ିରେ ଆକାଶ ଚୋପ୍ରା(୪୨)ଙ୍କ ସହ ୧୬୦ ଏବଂ ତୃତୀୟ ଉଇକେଟ ଭାଗୀଦାରିରେ ସଚିନ ତେନ୍ଦୁଲକରଙ୍କ ସହ ୩୩୬ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ସଚିନ ୧୯୪ ରନରେ ଅପରାଜିତ ରହିଥିବାବେଳେ ଅଧିନାୟକ ରାହୁଲ ଡ୍ରାଭିଡ ୬୭୫/୫ରେ ଇନିଂସ ଘୋଷଣା କରିଥିଲେ। ମ୍ୟାଚକୁ ଭାରତ ଏକ ଇନିଂସ ୫୨ ରନରେ ଜିତିଥିଲା।
ଏହାର ଠିକ୍‌ ୪ ବର୍ଷ ପରେ ‘ନଜଫଗଡ଼ କା ନଓ୍ବାବ’ ପୁଣି ବିସ୍ଫୋରଣ ସୃଷ୍ଟି କଲେ। ୨୦୦୮ ମାର୍ଚ୍ଚ ୨୯ରେ ସେ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦୪ ବଲ୍‌ରୁ ୩୧୯ ରନ ସଂଗ୍ରହ କରିଥିଲେ। ତାହା ଏବେ ମଧ୍ୟ ଟେଷ୍ଟ କ୍ରିକେଟରେ ଭାରତର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ନିଜ ଇନିଂସ ମଧ୍ୟରେ ସେ ୪୨ ଚୌକା ଓ ୫ ଛକା ମାରିଥିଲେ। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବୀରେନ୍ଦ୍ର ଭାରତକୁ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri