ନିଜ ପକେଟ ଗରମରେ ବ୍ୟସ୍ତ ଅବକାରୀ କର୍ମଚାରୀ: ରାଜସ୍ବ ଆଦାୟକୁ ଧ୍ୟାନ ନାହିଁ, ଧାର୍ଯ୍ୟ ଲକ୍ଷ୍ୟର ଅଧା ବି ପୂରଣ ହେଉନି

ଜଗତ୍‌ସିଂହପୁର ଅଫିସ,୨୬ା୭ : ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ବେଆଇନ ମାଦକ ଦ୍ରବ୍ୟ କାରବାର ବଢିଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏହାକୁ ପ୍ରୋତ୍ସାହନ ପ୍ରଦାନ କରି ନିଜ ପକେଟ ଗରମ କରୁଥିବାବେଳେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ଯାହାକି ୨୦୧୮-୧୯ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ରାଜସ୍ବ ପରିମାଣରୁ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗକୁ ଦେଇଥିବା ରାଜସ୍ବ ଆଦାୟର ଲକ୍ଷ୍ୟ(ଟାର୍ଗେଟ୍‌)ର ମାତ୍ର ୪୧.୧୯% ପୂରଣ ହୋଇଛି। କେବଳ ରାଜସ୍ବ ନୁହେଁ, ଜନ ସଚେତନତା ଉପରେ ମଧ୍ୟ ବିଭାଗ ଧ୍ୟାନ ଦେଉନାହିଁ। କେବଳ ଉପରଠାଉରିଆ ଭାବେ ସବୁ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି।
ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜିଲା ଅବକାରୀ ବିଭାଗକୁ ୨୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟର ଲକ୍ଷ୍ୟ ଦିଆଯାଇଥିଲା। କିନ୍ତୁ ରାଜସ୍ବ ଆଦାୟ ହୋଇଥିଲା ୧୬,୯୪,୬୨,୦୮୬ ଟଙ୍କା, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୭୮.୮୧%। ତେଣୁ ପରବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଧାର୍ଯ୍ୟଲକ୍ଷ୍ୟ ୧୮ କୋଟି ଟଙ୍କାକୁ କମାଇ ଦିଆଯାଇଥିଲା। ଆଶା ଥିଲା ଏହି ଲକ୍ଷ୍ୟ ପୂରଣ ହୋଇଯିବ। କିନ୍ତୁ ଯାହା ରାଜସ୍ବ ଆଦାୟ ହୋଇଛି ତାହା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପଦାରେ ପକାଇ ଦେଇଛି। କାରଣ ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତ ମଧ୍ୟ ଆଦାୟ ହୋଇପାରିନି। ମାତ୍ର ୭,୪୧,୪୯,୧୯୦ ଟଙ୍କା ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪୧.୧୯% ପୂରଣ ହୋଇଛି। ଏହାକୁ ନେଇ ନାନା କଥା ଆଲୋଚନା ହେଉଛି। କୁହାଯାଉଛି ପୋଲିସ ଓ ଅବକାରୀ ବିଭାଗର ଅଧାଧୁ କର୍ମଚାରୀମାନେ ଏଥିପାଇଁ ଦାୟୀ। ସେମାନଙ୍କ ପ୍ରୋତ୍ସାହନରେ ବେଆଇନ୍‌ ମାଦକ ଦ୍ରବ୍ୟ କାରବାର ଚାଲିଥିବାରୁ ସରକାର ରାଜସ୍ବ ହରାଉଛନ୍ତି। ଜିଲାରେ ବେଆଇନ୍‌ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ଏପରି କି ବ୍ରାଉନ ସୁଗାର କାରବାର କାୟା ମେଲିଛି। କିନ୍ତୁ ବିଭାଗ ପକ୍ଷରୁ ମଝିରେ ମଝିରେ ଉପରଠାଉରିଆ ଚଢାଉ କରାଯାଉଛି। ଚୋରା ବ୍ୟବସାୟୀଙ୍କଠାରୁ ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ମାତ୍ରାଧିକ ଅନୁକମ୍ପା ଦେଖାଉଛନ୍ତି। ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ଅସାଧୁ କର୍ମଚାରୀମାନେ ଚୋରା ମାଦକଦ୍ରବ୍ୟ କାରବାରରେ ପରୋକ୍ଷରେ ସମ୍ପୃକ୍ତ ରହୁଛନ୍ତି। ଏହା ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ନୀରବ ରହୁଛନ୍ତି। ଏହାବାଦ୍‌ ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ସେ ସମ୍ପର୍କରେ ଟାର୍ଗେଟ୍‌ ଦିଆଯାଉଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଧାର୍ଯ୍ୟ ମାମଲା ସଂଖ୍ୟା ପୂରଣ ପାଇଁ ନିର୍ଦ୍ଦେଶ ରହିଛି। ତେବେ କୌଶଳ କ୍ରମେ ଅଧିକାରୀମାନେ ଏହି ଲକ୍ଷ୍ୟ ପୂରଣରେ ସଫଳ ହେଉଛନ୍ତି। ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ କୋହଳ ମାମଲା ରୁଜୁ କରାଯାଉଛି। ଏହା ଦ୍ୱାରା ମାମଲା ସଂଖ୍ୟା ପୂରଣ ହେବା ସହ ଅଭିଯୁକ୍ତ ସହଜରେ ଜାମିନ ପାଉଛନ୍ତି। ଜାମିନ ମିଳିଗଲା ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବାରେ ଅସୁବିଧା ହେଉନି। କାରଣ ବିଭାଗୀୟ ଅଧିକାରୀମାନେ କୋର୍ଟରେ କୋହଳ ଚାର୍ଜସିଟ୍‌ ଦାଖଲ କରୁଛନ୍ତି ଓ ଅଭିଯୁକ୍ତ ନିର୍ଦ୍ଦୋଷ ପ୍ରମାଣିତ ହେଉଛନ୍ତି। ଅନେକ ସମୟରେ ବିଭାଗୀୟ ଅଧିକାରୀମାନେ ମିଛ ଗିରଫ ଦର୍ଶାଇ ଲୋକଙ୍କୁ ଭକୁଆ ବନାଉଛନ୍ତି। ଯେତେବେଳେ ଜନ ଅସନ୍ତୋଷ ଦାନାବାନ୍ଧୁଛି, ସେତେବେଳେ ଅଧିକାରୀମାନେ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ଥିବା କହି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଏହି ଅସାଧୁ କର୍ମଚାରୀମାନେ ମୋଟା ଅଙ୍କର ଦରମା ଓ ଆନୁସଙ୍ଗିକ ସୁବିଧା ପାଉଥିଲେ ମଧ୍ୟ ସରକାରଙ୍କ ସହ ବିଶ୍ୱାସଘାତ କରୁଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଲା ପୋଲିସ କୌଣସି ମାମଲା କଲେ ପ୍ରିଲିମିନାରୀ ସାର୍ଜସିଟ୍‌ ଦିଏ। ଶେଷରେ ଫାଇନାଲ ଚାର୍ଜସିଟ୍‌ ଦେଇଥାଏ। କିନ୍ତୁ ଅବକାରୀ ବିଭାଗ ଥରକରେ ଫାଇନାଲ ଚାର୍ଜସିଟ୍‌ ଦେଇଥାଏ। ଯେହେତୁ ୬ ମାସ ଭିତରେ ସାର୍ଜସିଟ୍‌ ଦେବାକୁ ପଡୁଛି, ତେଣୁ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏ ବାଟରେ ମଧ୍ୟ ମୋଟା ଅଙ୍କର ଲାଞ୍ଚ ଦାବି କରିଥାନ୍ତି। ଯେଉଁମାନେ ଟଙ୍କା ଦେବାରେ ବିଳମ୍ବ କରିଥାନ୍ତି, ସେମାନଙ୍କ ଚାର୍ଜସିଟ୍‌ ଦାଖଲରେ ମଧ୍ୟ ଜାଣିଶୁଣି ବିଳମ୍ବ କରାଯାଉଥିବା ଚର୍ଚ୍ଚା ହେଉଛି। ସେହିପରି ବଜାରରେ ଅନେକ ସମୟରେ ନିଷିଦ୍ଧ ମାଦକଦ୍ରବ୍ୟ ବିକ୍ରି ହେଉଛି। ଏହା ସେବନ କଲେ ଜୀବନ ପ୍ରତି ବିପଦ ଥାଏ। ଅତୀତରେ ବିଷାକ୍ତ ମଦ ପାନ ଯୋଗୁ ଅନେକଙ୍କ ମୃତ୍ୟୁ ହୋଇଛି। ତେଣୁ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ରହିଛି। ଜିଲାରେ ଜିଲାପାଳଙ୍କ ନେତୃତ୍ୱରେ ଏକ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିରେ ଅବକାରୀ, ପୋଲିସ, ବନ ଅଧିକାରୀ ସମେତ ଭେଷଜ ନିରୀକ୍ଷକ ରହିଛନ୍ତି। ସ୍କ୍ବାର୍ଡ ତରଫରୁ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂସହାୟିକା ଗୋଷ୍ଠୀ ଓ ପଞ୍ଚାୟତରାଜ ସଙ୍ଗଠନ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା କଥା। ଏନେଇ ବାର୍ଷିକ ପାଖାପାଖି ୨ ଲକ୍ଷ ଟଙ୍କା ଅନୁଦାନ ଆସୁଛି। କିନ୍ତୁ ଉପରଠାଉରିଆ ଭାବେ ଏକ ରଥ ବୁଲାଯାଇ ମୋଟା ଅଙ୍କର ଅର୍ଥ ଆତ୍ମସାତ କରାଯାଉଛି । ଏ ସମ୍ପର୍କରେ ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ରତିକାନ୍ତ ପଣ୍ଡା କହିଛନ୍ତି ଯେ, ସଚେତନତା ସୃଷ୍ଟି ପାଇଁ ଯେଉଁ ଅର୍ଥ ଆସୁଛି, ସେଥିରେ ରଥ ପରିକ୍ରମା ସହ ୨ଟି କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ସହ ବେଆଇନ୍‌ ମାଦକ ଦ୍ରବ୍ୟ କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସରକାର ଏକ୍ସାଇଜି ଡ୍ୟୁଟି କମାଇ ଦେଇଥିବାରୁ ରାଜସ୍ବ ଆଦାୟ ହ୍ରାସ ପାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri