ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା, ୭।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ଗଁାର ଗୋବିନ୍ଦ ଚାଉଁରକଁର ଝି’ ସଂଯୁକ୍ତା ଜାଲ(୪୦)। ଆଏଜ୍‌କେ ୨୨ ବଛର ତଲେ ସେ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ବିହା ହେଇଥିଲେ। ବଛର କେତେଟା ଉତାରୁ ପୁଓ ସିକନ୍ଦର ଜନମ୍‌ ହେଇଥିଲେ। ହେଲେ ସେ ଜନମ୍‌ ଦିନୁ ଦିବ୍ୟାଙ୍ଗ ଥିଲେ। ଇ ଘଟନାକେ ନେଇ ମାଏଝି ମୁନୁଷ ଭିତରେ ଅନେକ ସମିଆରେ ଗାଲିଝଗଡ଼, ମାଡ଼ପିଟ ହେଉଥିଲା। ଶେଷେ ସଂଯୁକ୍ତା ପୁଓକେ ଧରି ଜୀବନ୍‌ ବିକଲରେ ବାପ୍‌ ଘର ବାଙ୍କିଘିର୍ଡ଼ିକେ ପଲେଇ ଆଏଲେ। ଗଁାରେ ପରହର କାମ୍‌ବୁତା କରି ପୁଓକେ ପାଲପୋଷ ସଂଗେ ପାଠ୍‌ ପଢ଼ାଲେ। ନିଏ ଆଶ୍‌ରେ ସଂଯୁକ୍ତା ଆପ୍‌ନେର ନଁାରେ ରାମପୁର ଥାନାରେ ତା.୧୫ା୧୦ା୨୦୧୫ରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସେବେଲର ରାମପୁର ଥାନା ଅଧ୍‌କାରୀ ଇଟା ଗୁଟେ ପାରିବାରିକ୍‌ ମାମଲା ଆଏ। ସେଥିରଲାଗି ଘଟନାଟା ପହେଲା ମହିଲା ଓ ଶିଶୁ ଡେକ୍ସରେ ବିଚାର, ମିଲାମିଶାର ଲାଗି ଚେଷ୍‌ଟା କରାଯିବା ବଲି କହିଥିଲେ। ହେଲେ ସଂଯୁକ୍ତା ଆଏଜ୍‌ତକ ନିଏ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଭିତରେ ଗୁଟେବଲି ପୁଓ ସିକନ୍ଦର(୧୭) ବି ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ସଂଯୁକ୍ତାକଁର ୩ ଭାଇ ବିହାଚୁରା ହେଇ ଯେ ଯାହାର କୁଟୁମ ଧରି କମେଇ ଖାଏବାର ଲାଗି ଉନିଅଁାଅଡ଼େ ରହୁଛନ୍‌। ଏହେଦେ ସଂଯୁକ୍ତାକଁର ଉପରେ ବୁରୁଧ୍‌ ମା’ବାପ୍‌ର ବୋଝ୍‌ ବି ରହିଛେ। ସଂଯୁକ୍ତା ଝନେ ନିସାହା ମହିଲା ହେଇଥିଲେ ବି ଆଏଜ୍‌ତକ ସେ ରାଶନ କାର୍ଡ, ଭତା ପାଏବାରୁ ବଁଚିତ୍‌ ହେଇ ରହିଥିବାର କହିଛନ୍‌। ଇଆଡ଼େ ରାଏଜ୍‌ ସରକାର ନିସାହା, ବିଧବା, ଛାର୍‌ରି ମହିଲାମାନକୁ ଭତା ଆର ଉନିଅଁା ସବୁ ସରକାରୀ ସୁବିଧା ଯୁଗେଇ ଦେଉଥିଲାବେଲେ ସଂଯୁକ୍ତା ଇ ସବୁରୁ ବାଦ୍‌ ପଡ଼ିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଯେତେ ଜଲ୍‌ଦି ହେବା ସଂଯୁକ୍ତାକୁଁ ଭତା ଆର ରାଶନ କାର୍ଡ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri