ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ: ଦୁଇଟା କୁଠି, ୮ଟା ଶ୍ରେଣୀର ୧୧୯ ଛାତ୍ରୀଛାତ୍ର

କୋକସରା, ୭।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଏହେଦେ ନାନା ସମସିଆ ଘରରେ ରହିଛେ। ପୁରନା କୁଠି ଯାକ ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଇଆଡ଼େ ପଢ଼ାକୁଠି ଅଭାବୁ ୮ଟା ଶ୍ରେଣୀର ୧୧୯ ଛାତ୍ରୀଛାତ୍ର ୨ଟା କୁଠିଥି ବସି ପାଠ୍‌ ପଢ଼ୁଛନ୍‌। ଏନ୍‌ତାଥି ପାଠ୍‌ପଢ଼ାରେ ଖେଲ୍‌ଢ଼େପ ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ୧୯୫୮ ସାଲେ ଥାପିତ ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ଏହେଦେ ୧ମରୁ ୮ମ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ର ପାଠ୍‌ପଢ଼ବାର ବେବସ୍‌ତା ରହିଛେ। ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ମୋଟ ୧୧୯ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ ସ୍କୁଲରେ ଥିବାର ପୁରନା କୁଠି ଯାକ ମରାମତି ଅଭାବୁ ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ଛାତ୍ରୀଛାତ୍ରକଁର ସୁରକ୍ଷା ଦୁରୁଷ୍‌ଟିରୁ ୨ଟା କୁଠିଥି ବସେଇ ପାଠ୍‌ ପଢ଼ାଯାଉଥିବାର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଠାକୁର କହିଛନ୍‌। ସେନ୍‌ତା ସ୍କୁଲ ପରିସରରେ ୨ଟା ନଲ୍‌ଚୁଅଁା ରହିଛେ। ଗୁଟେ ନଲ୍‌ଚୁଅଁାକେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ବେଭାର କରୁଥିଲାବେଲେ ଆର ଗୁଟେରୁ ମଏଲା ପାଏନ୍‌ ବାହାରୁଛେ। ଏନ୍‌ତାଥି ଛାତ୍ରୀଛାତ୍ର ଘରୁ ପିଇଲା ପାଏନ୍‌ ଧରିକରି ଆସୁଛନ୍‌। ସ୍କୁଲରେ ଶୌଚାଲୟ ବେବସ୍‌ତା ବି ଠିକ୍‌ ନଁାଇଁନ। ଯେନ୍‌ଥିରଲାଗି ଛାତ୍ରୀଛାତ୍ର ଅନେକ ସମିଆରେ ହଇରାନ ହରକତ ହେଉଛନ୍‌। ଇଆଡ଼େ ପଢ଼ାକୁଠି ଅଭାବୁ ୨ଟା କୁଠିଥି ୮ଟା ଶ୍ରେଣୀର ଛାତ୍ରୀଛାତ୍ର ଯଁାକିକୁଁଚି ହେଇ ବସୁଛନ୍‌। ଗୁଟେ କୁଠିଥି ୩ଟାରୁ ୪ଟା ଶ୍ରେଣୀର ଛାତ୍ରୀଛାତ୍ର ବସବାର ଲାଗି ପାଠ୍‌ପଢ଼ା ଠିକ୍‌ଭାବେ ନାଇଁ ହେଇପାରବାର। ସେନ୍‌ତା ସ୍କୁଲରେ ରଁଧାଘର ଅଭାବୁ ଗୁଟେ ଭଂଗା କୁଠିଥି ରଁଧାବଢ଼ା କରବାର ସଂଗେ ନୂତନ କୁଠା ବାରନ୍‌ଡାରେ ଛାତ୍ରୀଛାତ୍ରକୁଁ ଖାଏବାକେ ଦିଆଯାଉଛେ। ଇଆଡ଼େ କୁଠାମାନକର ଅବସ୍‌ତା ଦେଖି ଅଭିଭାବକମାନେ ବି ନିଜର ପିଲାଛୁଆକୁ ସ୍କୁଲ ଛାଡ଼ବାକେ ଡରୁଛନ୍‌। ଇ ବାବ୍‌ଦେ ବିଭାଗୀୟ କତୁରପକ୍ଷକୁଁ ନୂତନ କୁଠା ତିଆରି ଲାଗି ଗଁାବାସୀ ବାରବାର ଦାବି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ସିଆର୍‌ସିସି ଜୟଶଙ୍କର ପାଠେକୁଁ ପଚ୍‌ରାଲାରୁ ବିପଦ୍‌ ଅବସ୍‌ତାରେ ଥିବାର କୁଠିମାନ୍‌କେ ଛୁଆକୁ ବସେଇ ପଢ଼ାବାକେ ମନା କରାଯାଇଛେ। ନୂତନ କୁଠା ତିଆରି ଲାଗି ପଞ୍ଚାୟତି ରାଜ ବିଭାଗକେ କୁହାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଲଡୁଗଁା ସରପଁଚ୍‌ କହ୍ନେଇ ଚରଣ ଦାସକୁଁ ପଚ୍‌ରାଲାରୁ ଅନୁଦାନ ଆଏଲେ ନୂତନ କୁଠା ତିଆରି କରାଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri