ନିଆରା ମଣିଷ ମନ୍ଦରଧର ସାହୁ: ଦିନରେ କାକୁଡି ବେପାରୀ, ରାତିରେ କଳାର ପୂଜାରୀ

ବନ୍ତଳା,୧୭ା୫-୧୯୬୪ରେ ବନ୍ତଳା ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଚାକିରି ପାଇଁ ସମସ୍ତ ଯୋଗ୍ୟତା ମଧ୍ୟ ଥିଲା। ହେଲେ କଳାର ନିଶା ତାଙ୍କୁ ଏପରି ମତୁଆଲା କରିଥିଲା ଯେ ଚାକିରି କ୍ଷେତ୍ରକୁ ମନ ବଳାଇ ନ ଥିଲେ। ଗୁରୁଙ୍କଠାରୁ ମୃଦଙ୍ଗ ବାଦନା ଶିଖି ଗଁା ଗଁା ବୁଲି ପାଲାରେ ମୃଦଙ୍ଗ ବଜାଇଲେ। ଦଣ୍ଡନୃତ୍ୟରେ ଭାଗ ନେଇ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଲେ। କେବଳ କଳାକାର ନୁହେଁ ସେ ଜଣେ ଭଲ ଚାଷୀ ମଧ୍ୟ। ବର୍ଷ ବର୍ଷ ଧରି କାକୁଡ଼ି ଚାଷ କରି ବେଶ୍‌ ରୋଜଗାର କରୁଥିବା ଏହି ନିଆରା ମଣିଷ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ମନ୍ଦରଧର ସାହୁ (୭୫)।
ଗରିବ ତୈଳିକ ପରିବାରରେ ଜନ୍ମିତ ମନ୍ଦରଧର ପିଲା ଦିନରୁ ପାଲା, ସଂକୀର୍ତ୍ତନ ଓ ଦଣ୍ଡନୃତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ତେଣୁ ସ୍କୁଲ ଶିକ୍ଷା ପରେ ସେ ଚାକିରି କ୍ଷେତ୍ରକୁ ମନ ନ ବଳାଇ ମାଣପୁର ଗ୍ରାମର ବ୍ରଜବନ୍ଧୁ ମହାପାତ୍ରଙ୍କ ଠାରୁ ମୃଦଙ୍ଗ ବାଦନା ଶିକ୍ଷା କଲେ। ଜଣେ ଭଲ ମୃଦଙ୍ଗ ବାଦକ ଭାବେ ପରିଚିତ ହେବା ପରେ ସେ ପାଲା ଗାଏକ ସୁରେଶ ସାହୁଙ୍କ ଟିମ୍‌ରେ ଯୋଗଦେଇ ଗଁା ଗଁା ବୁଲି ତାଙ୍କ କଳା ପ୍ରଦର୍ଶନ କଲେ। ପରେ ଦଣ୍ଡନୃତ୍ୟ ବି ଶିଖି ଦର୍ଶକଙ୍କ ମନୋରଞ୍ଜନ କଲେ। ଅତୀତରେ ଅନେକ ଥର ରେଡିଓ ଏବଂ ଟିଭିରେ ସେ ତାଙ୍କ କଳା ପ୍ରଦର୍ଶନ କରିଛନ୍ତି। ଏବେ ବୟସାଧିକ୍ୟ ଯୋଗୁ ଦଣ୍ଡନୃତ୍ୟରୁ ଦୂରେଇ ଯାଇଥିଲେ ବି ପାଲାରେ ମୃଦଙ୍ଗ ବଜାଇବା ବନ୍ଦ କରିନାହାନ୍ତି। ୫ ବର୍ଷ ହେଲା ତାଙ୍କୁ କଳାକାର ଭାବେ ସରକାରୀ ସ୍ବୀକୃତି ମିଳିଛି। ମାସିକ ୧୫ଶହ ଟଙ୍କାର ଭତ୍ତା ମଧ୍ୟ ମିଳୁଛି। କଳାକାର ବ୍ୟତୀତ ମନ୍ଦରଧର ଜଣେ ଭଲ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ଦୀର୍ଘବର୍ଷ ହେଲା ସେ ନିଜ ଜମିରେ କାକୁଡି ଚାଷ କରି ଗାଁ ଗାଁ ବୁଲି ତାହାକୁ ବିକ୍ରି କରୁଛନ୍ତି। ୧୯୬୫ରେ କେଜି ପ୍ରତି ୭୫ ପଇସାରେ ବିକିଥିବା ମନ୍ଦରଧର ଏବେ ୩୦ ଟଙ୍କା ଦରରେ ଦୈନିକ ୫୦ କେଜି ଯାଏ କାକୁଡ଼ି ବିକ୍ରି କରି ଚଳୁଛନ୍ତି। ପ୍ରତିଦିନ ସକାଳେ ସେ କାକୁଡି ତୋଳି ପୋକତୁଙ୍ଗା, ଶଙ୍ଖପୁର, ବନ୍ତଳା, କଞ୍ଜନି, ନୂଆପଡା, ବସଲା, ହମାମିରା, ବେଡାଶାସନ, ଖାଲଙ୍ଗା, ବାରଗୌଣିଆ, ତଲଗଡ଼, ଖିଣ୍ଡା, ଜାମୁଣ୍ଡା, ମରଣ୍ଡା, ତାଳପଦା, ଜାମୁଗାଡ଼ିଆ, କଞ୍ଜା, ବଡକନ୍ତକୁଳ, ନନ୍ଦପୁର, ମଧୁପୁର ଆଦି ଗ୍ରାମକୁ ବିକ୍ରି ପାଇଁ ଯାଆନ୍ତି। କଳାକାର ହୋଇଥିବାରୁ ଗୀତ ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି।

(ଦିନେଶ ଦେହୁରୀ )


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri