Posted inଜାତୀୟ

ନାବାଳିକା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଗୁଜରାଟରେ ଜଣେ ଓଡ଼ିଆଙ୍କୁ ଫାଶୀ ଦଣ୍ଡାଦେଶ

ସୁରଟ୍‌,୧୧ା୧(ପି.ଟି.): ନିଜର ନାବାଳିକା ଝିଅ(୧୪ଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ପରେ ତଣ୍ଟିଚିପି ମାରିବା ଘଟଣାରେ ଗୁଜରାଟର ସ୍ପତନ୍ତ୍ର କୋର୍ଟ ଜଣେ ଓଡ଼ିଆଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଜିଲା ଓ ସେସନ୍‌ ଜଜ୍‌ ପି.ଏସ୍‌. କାଲା ସୁରଟ୍‌ର ପାଣ୍ଡେସ୍ରାରେ ରହୁଥିବା ଟୁକୁନା ଦାସଙ୍କୁ ‘ରେୟାରେଷ୍ଟ ଅଫ୍‌ ରେୟାର’ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି। ମୃତକଙ୍କ ରକ୍ତନମୁନା ସହ ଟୁକୁନାଙ୍କ ଡିଏନ୍‌ଏ ଟେଷ୍ଟ ମେଳଖାଇବା ପରେ ପିଶାଚ ବାପାର ରାକ୍ଷସପଣ ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ଟୁକୁନା ଦ୍ୱିତୀୟ ସ୍ତ୍ରୀ (ମୃତ ନାବାଳିକା ଝିଅର ସାବତ ମା) ସହ ରହୁଥିବାବେଳେ ନାବାଳିକା ଝିଅକୁ କ୍ରମାଗତ ବଳାତ୍କାର କରିଆସୁଥିଲା। ନାବାଳିକା ଗର୍ଭବତୀ ହେବା କଥା ଦ୍ୱିତୀୟ ସ୍ତ୍ରୀ ଜାଣିଥିଲେ। ପରେ ନାବାଳିକା ଝିଅକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ନାବାଳିକା ଝିଅର ମରଶରୀର ୧୧ଦିନ ପରେ ଅର୍ଥାତ୍‌ ୨୦୧୭ ଜୁନ୍‌ ୩୦ରେ ସୁରଟ୍‌ସ୍ଥିତ ଡୁମାସ୍‌ ରୋଡ୍‌ ନିକଟ ନିଛାଟିଆ ଜାଗାରୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri