ନାଉଗାଁ,୩ା୧୨(ସ୍ବ.ପ୍ର.): ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆଯାଇଥାଏ। ସେହିପରି କୃଷି ବିଭାଗ ସହିତ ଉଦ୍ୟାନ କୃଷି ଅଙ୍ଗାଙ୍ଗି ଭାବେ ଜଡିତ। ମାତ୍ର ନାଉଗଁା ବ୍ଲକରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ନାହିଁ। ଫଳରେ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ପରାମର୍ଶ ମିଳି ପାରୁ ନ ଥିବା ଅଭିଯୋଗ ହୋଇଛି। ସାଧାରଣତଃ ଏହି ବିଭାଗ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଚାରା, ଶାଗ, ପନିପରିବା ମଞ୍ଜି, ଆଳୁ ଓ ପିଆଜ ବିହନ ଆଦି ଯୋଗାଇ ଦିଆଯାଇ ଥାଏ। କିନ୍ତୁ ସଚେତନତା ଅଭାବ ସହିତ ବିଭାଗୀୟ କର୍ମଚାରୀଙ୍କ ଦେଖା ନ ମିଳିବାରୁ ଚାଷୀ ଏହି ବିଭାଗ ଦ୍ୱାରା ପ୍ରଦତ ବିଭିନ୍ନ ସହାୟତାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏଠାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଜିଲା ଉଦ୍ୟାନ ବିଭାଗ କାର୍ଯା୍ୟଳୟରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଚାଷୀ ନଡିଆ ଚାଷ କରିବେ ସେମାନେ ନଡିଆ ଗଛ ପିଛା ୫୦ ଟଙ୍କା ଦାମରେ କ୍ରୟ କରିବେ ଓ ସରକାରଙ୍କଠାରୁ ନିଜ ଜମା ଖାତାରେ ଗୋଟିଏ ନଡିଆଗଛ ପ୍ରତି ୧୩୭ ଟଙ୍କା ଆର୍ଥିକ ସହାୟତା ପାଇବେ। କିନ୍ତୁ ସଚେତନତା ଅଭାବରୁ ଅନେକ ଚାଷୀ ଏକଥା ଜାଣି ପାରୁ ନାହାନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଜାମୁଗଁାରେ ୨, ଶିଖରରେ ୩ ଜଣ, ଅଲଣା ପଞ୍ଚାୟତରେ ୮ଜଣ ଚାଷୀ ଏହି ଚାଷ କରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ବର୍ତ୍ତମାନ ପନିପରିବା ଚାଷ ଆରମ୍ଭ ହୋଇଥିବା ବେଳେ ଚାଷୀ ଉନ୍ନତ ମାନର ମଞ୍ଜି ବିଭନ୍ନ ଦୋକାନରୁ କ୍ରୟ କରୁଛନ୍ତି। ମାତ୍ର ବିଭାଗ କର୍ମଚାରୀଙ୍କ ଦେଖାମିଳୁନି। ଅନ୍ୟପକ୍ଷରେ ଉକ୍ତ ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ ବ୍ଲକର ୧୦ ପଞ୍ଚାୟତକୁ ବିଭିନ୍ନ ପନିପରିବା ମଞ୍ଜି ୫୦ରୁ ୬୦ ପ୍ୟାକେଟ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ତେଣୁ ଏହି ମଞ୍ଜି ଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚତ୍ଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରୁନାହିଁ। ସେହିପରି ପର୍ଯ୍ୟାୟକ୍ରମେ ଚାଷୀଙ୍କୁ ଆଳୁ ଓ ପିଆଜ ବିହନ ଯୋଗଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ଠିକ ଭାବେ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିବ ନାହିଁ ବୋଲି ନବନର୍ମାଣ ସଙ୍ଗଠନ ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଅଭିଯୋଗ କରିଛନ୍ତି। ସ୍ବାଇଁ କହିଛନ୍ତି, ଉଦ୍ୟାନ ବିଭାଗର କୌଣସି କର୍ମଚାରୀ ବ୍ଲକ ଅଞ୍ଚଳକୁ ଅସୁନାହାନ୍ତି। ଏସମ୍ପର୍କରେ ୧୧ ନଭେମ୍ବର ୨୦୧୯ ହୋଇଥିବା ଜିଲାପାଳଙ୍କ ଜନଶୁଣାଣିରେ ଆମେ ଅଭିଯୋଗ କରିଥିଲୁ। ପରିବା ଚାଷୀ ବିଭିନ୍ନ ପ୍ରାକୃତିକ ବିପଯର୍ୟୟ ସମୟରେ କ୍ଷତି ସହୁ ଥିଲେ ମଧ୍ୟ ତାଙ୍କୁ ସରକାରୀ ସାହାଯ୍ୟ ମିଳୁନାହିଁ। କର୍ମଚାରୀଙ୍କ ଦେଖା ନ ମିଳିବାରୁ କ୍ଷେତ୍ର ପରିଦର୍ଶନ ଠିକ ଭାବେ ହେଉନାହିଁ। ଯଦ୍ଦ୍ବାରା ଚାଷୀ ଏହି ବିଭାଗ ଦ୍ୱାରା ଉପକୃତ ହୋଇ ପାରୁ ନାହାନ୍ତି। କେବଳ କାଗଜ କଲମରେ ବିଭାଗ ଉକ୍ତ ବ୍ଲ୍ଳକରେ ଚାଲୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନାଉଗଁା ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ଉଦ୍ୟାନ ବିଭାଗ କର୍ମଚାରୀ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ସେ କହିଥିଲେ, ଏହି ବ୍ଲକରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଖୋଲିବା ପାଇଁ ତହସିଲ ପଡ଼ିଆ ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏବେ ଆମେ ଅଞ୍ଚଳକୁ ଯାଇ ଚାଷୀଙ୍କୁ ସାକ୍ଷାତ କରୁଛୁ। ବିଭିନ୍ନ ପ୍ରକାର ମଞ୍ଜି ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ବ୍ଲକରେ କାର୍ଯ୍ୟାଳୟ ହୋଇଗଲେ ଚାଷୀଙ୍କୁ ସବୁ ସୁବିଧା ସହଜରେ ମିଳିବ ବୋଲି ପ୍ରକାଶ କରିଥିଲେ।
ନାଉଗାଁରେ ନାହିଁ ଉଦ୍ୟାନ କୃଷି କାର୍ଯ୍ୟାଳୟ: ଉଚିତ ପରାମର୍ଶ ପାଉନାହାନ୍ତି ଚାଷୀ
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି
ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…
ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ
ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…
ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର
ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…
ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି
ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…
ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…
ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…
ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…
ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…
ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…
ବାର୍ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ
ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

