ନବମ ସ୍ଥାନକୁ ଉଠିଲା ଭାରତ

ଓ୍ବାଶିଂଟନ/ବ୍ରାଜିଲିଆ/ନୂଆଦିଲ୍ଲୀ,୨୯ା୫: ଦିନ ଗଡ଼ୁଛି, ସଂଖ୍ୟା ବଢ଼ୁଛି। ଅସମ୍ଭାଳ ହେଲାଣି କରୋନା ସ୍ଥିତି। ବିଶ୍ୱର ୨୧୩ ଦେଶରେ ଏବେ ରାଜୁତି କରୁଛି କରୋନା ଭୂତାଣୁ। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ବିଶ୍ୱରେ ଏବେ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ବଢ଼ି ୩,୫୮, ୩୨୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ୫୮,୨୮,୧୫୭କୁ ବୃଦ୍ଧିପାଇଛି। ଯଦିଓ ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି କରୋନାର ଉଗ୍ର ସଂକ୍ରମଣ ସ୍ଥିତି ଆତଙ୍କ ଖେଳାଇଛି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ତାଲିକାର ଶୀର୍ଷରେ ଆମେରିକା ଥିବାବେଳେ ଦ୍ୱିତୀୟରେ ବ୍ରାଜିଲ, ତୃତୀୟରେ ରୁଷିଆ ଅଛନ୍ତି। ଏହି ୩ ଦେଶରେ ସ୍ଥିତି ଏବେ ଭୟଙ୍କର ରହିଛି। ଭାରତରେ ଗତ କିଛିଦିନ ମଧ୍ୟରେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବା ଫଳରେ ଗୁରୁବାର ତାଲିକାର ନବମ ସ୍ଥାନକୁ ଏହି ଦେଶ ଉତ୍ତୀର୍ଣ୍ଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୪,୫୬୮ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ନଜରକୁ ଆସିଛି। ଏହି ସମୟ ମଧ୍ୟରେ ଆମେରିକାରେ ୪ ହଜାର, ରୁଷିଆରେ ୮,୩୩୧ ମାମଲା ସାମ୍ନାକୁ ଆସିଛି।
ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ବଢ଼ି ୧,୦୨,୨୪୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୭.୪୯ ଲକ୍ଷ ଟପିଲାଣି। ବ୍ରାଜିଲରେ ୪୧.୪ ଲକ୍ଷରୁ ଅଧିକ ଭୂତାଣୁ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୫,୬୯୭କୁ ବୃଦ୍ଧିପାଇଛି। ଏହା ପଛକୁ ରହିଛି ରୁଷିଆ। ଏଠାରେ ରୋଗୀସଂଖ୍ୟା ୩.୭୯ ଲକ୍ଷରୁ ଅଧିକ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୪୨ ରହିଛି। ସ୍ପେନ୍‌, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀ ପଛକୁ ଭାରତ ରହିଛି। ଏହିସବୁ ଦେଶଗୁଡ଼ିକରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୨.୮୩ ଲକ୍ଷ, ୨.୬୭ ଲକ୍ଷ, ୨.୩୧ ଲକ୍ଷ, ୧.୮୨ ଲକ୍ଷ, ୧.୮୨ ଲକ୍ଷ ଓ ୧.୬୩ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୨, ରୁଷିଆରେ ୧୭୪, ଜର୍ମାନୀରେ ୧୫ ଓ ଭାରତରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ତୁର୍କୀରେ ୧.୫୯ ଲକ୍ଷ, ଇରାନରେ ୧.୪୩ ଲକ୍ଷ, ପେରୁରେ ୧.୩୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣ ହୋଇଛନ୍ତି। ଏଥିସହ ବେଲଜିୟମରେ ୯,୩୮୮, ମେକ୍ସିକୋରେ ୮,୫୯୭, ନେଦରଲାଣ୍ଡ୍ସରେ ୫,୯୦୩, ସୁଇଡେନରେ ୪,୨୬୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଳଦ୍ୱୀପ ନୁହେଁ ଲକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଲା ଇସ୍ରାଏଲ୍‌

ନୂଆଦିଲ୍ଲୀ,୩ା୬ : ସୁନ୍ଦର ବେଳାଭୂମି ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ମାଳଦ୍ୱୀପ ଗାଜା ଯୁଦ୍ଧରେ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇ ଇସ୍ରାଏଲ୍‌ ପର୍ଯ୍ୟଟକମାନଙ୍କ ଆଗମନ ଉପରେ ନିଷେଧାଦେଶ ଲଗାଇଛି।...

ଆସିଲା ଫାଇନାଲ ଏକ୍‌ଜିଟ୍‌ ପୋଲ! ଏନଡିଏ ନୁହେଁ ଇଣ୍ଡିଆ ମେଣ୍ଟ ଗଢିବ ସରକାର, ଜାଣନ୍ତୁ କିଏ ପାଇବ କେତେ ସିଟ୍‌

ନୂଆଦିଲ୍ଲୀ,୩।୬: ଜୁନ୍‌ ୧ରେ ଦେଶରେ ନିର୍ବାଚନ ଶେଷ ହୋଥିବା ବେଳେ ବର୍ତ୍ତମାନ ସମଗ୍ର ଦେଶ ନିର୍ବାଚନରର ଫଳାଫଳକୁ ଅପେକ୍ଷା କରିଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ...

ରାତି ପାହିଲେ ଭୋଟଗଣତି, ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିଲେ ଏହିଭଳି ଘୋଷଣା ହେବ ଫଳାଫଳ

ନୂଆଦିଲ୍ଲୀ,୩ା୬:ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର...

ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ପୂର୍ବାନୁମାନର ସମ୍ପୂର୍ଣ୍ଣ ବିପରୀତରେ ଯିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଶାବ୍ୟକ୍ତ କରିଛନ୍ତି। ଫଳାଫଳ...

ଏକ୍‌ଜିଟ୍‌ ପୋଲ୍‌ ସତ ହେଲେ କିଭଳି ହେବ ‘ମୋଦି ସରକାର ୩.୦’ର କାର୍ଯ୍ୟକାଳ? ସର୍ବପ୍ରଥମେ କରାଯିବ ଏହି କାମ… 

ନୂଆଦିଲ୍ଲୀ,୩।୬: ଗଣତନ୍ତ୍ରର ମହାପର୍ବ ଅର୍ଥାତ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଭୋଟର ଏବେ ନିର୍ବାଚନ ଫଳାଫଳ କ’ଣ ହେବ ତାକୁ ଅପେକ୍ଷା କରିଛନ୍ତି। ନିର୍ବାଚନ...

‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ...

ଆତ୍ମହତ୍ୟା କଲେ ଆଇଏଏସ୍‌ ଅଧିକାରୀଙ୍କ ଝିଅ, ମିଳିଲା ହାତ ଲେଖା ଚିଠି

ମୁମ଼୍ବାଇ, ୩।୬: ଦକ୍ଷୀଣ ମୁମ଼୍ବାଇର ଏକ ଦଶ ମହଲା କୋଠା ଉପରୁ ଡେଇଁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର କ୍ୟାଡରର ଏହି...

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ କିଏ, ଯାହାଙ୍କୁ ନେଇ ହେଉଛି ଖୁବ ଚର୍ଚ୍ଚା

ମେକ୍ସିକୋ ସିଟି,୩।୬: ମେକ୍ସିକୋରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ପଦ ଗ୍ରହଣ କରିବେ। କ୍ଲାଉଡିଆ ଶିନବାମ ହେଉଛି ଏମିତି ଏକ ନାମ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri