SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ ସାଇବର ଠକେଇ ରୋକିବା ପାଇଁ ସରକାର ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଣିକି ସିମ ସମ୍ପର୍କିତ ଅନେକ କାମ ପାଇଁ ବାୟୋମେଟ୍ରିକ ପରିଚୟ ଯାଞ୍ଚ ଆବଶ୍ୟକ ହେବ। ଏଥିରେ ଆଙ୍ଗୁଠି ଛାପ କିମ୍ବା ମୁହଁ ଚିହ୍ନଟ ଭଳି ବ୍ୟବସ୍ଥା ସାମିଲ ରହିବ।
ନୂଆ ନିୟମରେ ସବୁଠାରୁ ବଡ଼ ପରିବର୍ତ୍ତନ ସିମ କାର୍ଡ ସଂଖ୍ୟାକୁ ନେଇ ହୋଇଛି। ଏଣିକି ଜଣେ ବ୍ୟକ୍ତି ନିଜ ନାମରେ ସର୍ବାଧିକ ୯ଟି ସିମ କାର୍ଡ ରଖିପାରିବେ। ଏହି ସୀମା ସମସ୍ତ ଟେଲିକମ କମ୍ପାନୀକୁ ମିଶାଇ ଲାଗୁ ହେବ। ଅର୍ଥାତ୍‌ ଆପଣଙ୍କ ନାମରେ ଭିନ୍ନ ଭିନ୍ନ କମ୍ପାନୀର ସିମ କାର୍ଡ ଥିଲେ ମଧ୍ୟ, ସମସ୍ତକୁ ମିଶାଇ ସଂଖ୍ୟା ୯ରୁ ଅଧିକ ହୋଇପାରିବ ନାହିଁ। ତେବେ ଜମ୍ମୁ-କଶ୍ମୀର, ଆସାମ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ସୀମା ଆହୁରି କମ ରହିଛି। ଏଠାରେ ଜଣେ ବ୍ୟକ୍ତି ନିଜ ନାମରେ ସର୍ବାଧିକ ୬ଟି ସିମ ରଖିପାରିବେ। ଏହାଠାରୁ ଅଧିକ ସିମ ଜଣେ ବ୍ୟକ୍ତିଙ୍କ ନାମରେ ଜାରି କରାଯିବ ନାହିଁ। ଯଦି ଆପଣଙ୍କ ନାମରେ ଆବଶ୍ୟକତାଠାରୁ ଅଧିକ ସିମ ରହିଛି, ତେବେ ଅନାବଶ୍ୟକ ସିମ ବନ୍ଦ କରିଦେବା ଭଲ।

ଏଣିକି ନୂଆ ସିମ କାର୍ଡ ନେବା ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ଓ ଯାଞ୍ଚଭିତ୍ତିକ ହେବ। ଗ୍ରାହକଙ୍କ ପରିଚୟର ବାୟୋମେଟ୍ରିକ ଭେରିଫିକେସନ କରାଯିବ। ଆଧାର ସହ ଲିଙ୍କ ଥିବା ଗ୍ରାହକଙ୍କ ପାଇଁ ଇ-କେୱାଇସି ସୁବିଧା ରହିବ। କିଛି କ୍ଷେତ୍ରରେ ଡି-କେୱାଇସି ପ୍ରକ୍ରିୟା ମଧ୍ୟ ଲାଗୁ ହୋଇପାରେ।

ସିମ ନେବା ସମୟରେ ଗ୍ରାହକଙ୍କ ଲାଇଭ ଫଟୋ ନିଆଯିବ। ଏହା ସହ ଦିଆଯାଇଥିବା ଦସ୍ତାବିଜଗୁଡ଼ିକର ଇଲେକ୍ଟ୍ରୋନିକ ଯାଞ୍ଚ କରାଯିବ। ଏହା ଦ୍ୱାରା ସିମ ନେଉଥିବା ବ୍ୟକ୍ତି ପ୍ରକୃତରେ ସେହି ବ୍ୟକ୍ତି କି ନାହିଁ, କିମ୍ବା ଅନ୍ୟ କାହାର ପରିଚୟ ବ୍ୟବହାର କରାଯାଉଛି କି ନାହିଁ, ତାହା ଯାଞ୍ଚ କରିବା ସହଜ ହେବ।

ନକଲି ଦସ୍ତାବିଜ ବ୍ୟବହାର କରି ସିମ ନେଉଥିବା ଲୋକଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ। ଯାଞ୍ଚ ସମୟରେ ଦସ୍ତାବିଜ ନକଲି ବୋଲି ଜଣାପଡ଼ିଲେ, ଟେଲିକମ କମ୍ପାନୀ ପୋଲିସକୁ ସୂଚନା ଦେଇପାରିବ। ଏହା ପରେ FIR ରୁଜୁ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇପାରେ।
ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ନକଲି ସିମ କାର୍ଡ ବ୍ୟବହାର ରୋକିବା ସହ ସାଇବର ଅପରାଧ ଓ ଠକେଇ ଉପରେ ନିୟନ୍ତ୍ରଣ ଆଣିବା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?