ଲୋକଙ୍କ ସରକାର

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିନ୍ଦ୍ୱନ୍ଦୀ ନେତା । ଦୀର୍ଘ ୨୧ବର୍ଷ ଶାସନ ପରେ ମଧ୍ୟ ତାଙ୍କର ନିର୍ମଳ ଭାବମୂର୍ତ୍ତୀ ଏବେ ବି ଅମଳୀନ ରହିଛି। ବହୁ ବାଧା ବିଘ୍ନ ସତ୍ତ୍ୱେ ନବୀନ ଓ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ହୃଦୟ ଜିଣିିବାରେ ସକ୍ଷମ ହୋଇଛନ୍ତି। ନିର୍ମଳ ଏବଂ ସଚ୍ଚୋଟ ଭାବମୂର୍ତ୍ତୀ କେବଳ ରାଜ୍ୟ ନୁହେଁ,ଜାତୀୟ ରାଜନୀତିରେ ମଧ୍ୟ ନବୀନ ନିଜର ଶ୍ରେଷ୍ଠତା ପ୍ରମାଣିତ କରି ପାରିଛନ୍ତି। ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରିବା ବେଳେ ରାଜ୍ୟ ଏକ ବୃହତ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଥିଲା। ଗତ ୨୧ ବର୍ଷ ମଧ୍ୟରେ ନବୀନ ଓଡିଶାକୁ ଏକ ପ୍ରଗତିଶୀଳ,ଆର୍ଥିକ ମଜଭୁତ ଲୋକଙ୍କ ସରକାରରେ ପରିଣତ କରିବାରେ ସଫଳ ହୋଇଛି। ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ସେମାନଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ଲୋକମାନେ ହେଉଛନ୍ତି ମାଲିକ। ଲୋକମାନେ ସରକାରୀ କାର୍ଯ୍ୟାଳୟରୁ ଯେପରି ସୁଖଦ ଅନୁଭୁତି ନେଇ ଫେରିବେ ସେ ନେଇ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳି ଶାସନରେ ଗୁରୁତ୍ୱ ଦେଇଛନ୍ତି। ୩-ଡି (ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ଏବଂ ଭକ୍ତି ସହକାରେ) ଜରିଆରେ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ଆସିଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ ଉତ୍ତରଦାୟୀତ୍ୱ ପାଇଁ ସରକାର ୫-ଟି (ଟ୍ରାନ୍ସପାରେନ୍ସି, ଟିମଓ୍ବାକ, ଟେକ୍ନୋଲୋଜି, ଟାଇମ ଆଣ୍ଡ ଟ୍ରାନ୍ସଫରମେଶନ)ଏବଂ ମୋ ସରକାର ଭଳି ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ପ୍ରଶାସନି ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବାରେ ସଫଳ ହୋଇ ପାରିଛନ୍ତି। ଦୁର୍ନୀତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ର୍ଦୁନୀତି ଗ୍ରସ୍ତଙ୍କୁ ବାହାର ରାସ୍ତା ଦେଖାଇ ନବୀନ ଓ ତାଙ୍କ ସରକାର ସ୍ବଚ୍ଛାତାର ପ୍ରମାଣ ଦେଖାଇଛନ୍ତି।
ପ୍ରାକୃତିକ ବିପତ୍ତି ରାଜ୍ୟ ପାଇଁ ସବୁ ସମୟରେ ବଡ ବିପତ୍ତି ଭାବେ ଦେଖା ଦେଇଛି। ୧୯୯୯ ମସିହା ମହାବାତ୍ୟାରେ ବହୁ ଧନଜୀବନ କ୍ଷତି ରାଜ୍ୟକୁ ସହିବାକୁ ପଡିଥିଲା। ବିଜେଡି କ୍ଷମତାସୀନ ହେବା ପରେ ବିପର୍ଯ୍ୟୟରୁ ଲୋକଙ୍କ ଜୀବନ ବଞ୍ଚାଇବା ଥିଲା ନବୀନଙ୍କ ପ୍ରାଥମିକତା। ଏ ଦିଗରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ପାଇଲିନ, ହୁଡୁହୁଡୁ, ତିତଲି, ଫନୀ ଭଳି ବାତ୍ୟାକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି। ସେଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ସରକାର ପ୍ରଶଂସିତ ହୋଇଛନ୍ତି। ଧାନ ଉତ୍ପାଦନରେ ଓଡିଶା ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ଏଥିପାଇଁ ଓଡିଶାକୁ ୪ଥର କୃଷି କର୍ମଣ ପୁରସ୍କାର ମିଳି ପାରିଛି।
କୃଷି, କୃଷକଙ୍କ ବିକାଶ ଠାରୁ ଆରମ୍ଭ କରି ମହିଳା ଶସକ୍ତିକରଣ, ଅନୁସୂଚୀତ ଜାତି, ଜନଜାତି,ପଛୁଆ ବର୍ଗଙ୍କ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛି। କୃଷକଙ୍କ ଆୟ ବହୁ ଗଣିତ କରିବା ଲକ୍ଷ୍ୟରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଓଡିଶାକୁ କ୍ଷୁଧା ମୁକ୍ତ କରିବାକୁ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କରି ଗରିବଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଗରିବଙ୍କୁ ପକ୍କାଘର, ସାମାଜିକ ନିରାପତ୍ତା, ଭିତ୍ତିଭୁମି ଆଦି କ୍ଷେତ୍ରରେ ରାଜ୍ୟ ଅନେକ ପ୍ରଗତି ହାସଲ କରିଛି।
କ୍ରୀଡା କ୍ଷେତ୍ରରେ ଅଣ ଦେଖା ହୋଇ ଆସୁଥିବା ଓଡିଶା ବିଜେଡି ସରକାର ଅମଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ରାଜ୍ୟକୁ ଭାରତର କ୍ରୀଡା ହବରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ଉନ୍ନତମାନର କ୍ରୀଡା ଭିତ୍ତିଭୁମି ଏବଂ ଅନୁକୂଳ ପରିବେଶ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଆୟୋଜନ ପାଇଁ ପଥ ପରିସ୍କାର କରିଛି। ଏସିଆନ ଗେମ୍ସ ଏବଂ ହକି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଓଡିଶା ନିଜର କ୍ରୀଡା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ରାଜ୍ୟରେ ନୂତନ କ୍ରୀଡା ପ୍ରତିଭା ସୃଷ୍ଟି କରିବା ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ କ୍ରୀଡା ଭିତ୍ତିଭୁମି ପ୍ରସ୍ତୁତ କରିବା ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।

ଗରିବଙ୍କ ପାଇଁ ୬୦ରୁ ଊର୍ଦ୍ଧ୍ୱ ଯୋଜନା

ବିଜେଡ଼ି ଏହାର ଶାସନକାଳ ମଧ୍ୟରେ ଗରିବ ତଥା ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୬୦ରୁ ଅଧିକ ଯୋଜନା ଆରମ୍ଭ କରିଛି। କାଳିଆ ଯୋଜନାରୁ ଆରମ୍ଭକରି ମଧୁବାବୁ ପେନ୍‌ସନ୍‌ ଯୋଜନା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା ରହିଛି। ମହିଳା ଏବଂ ଗରିବମାନଙ୍କୁ ପ୍ରାଥମିକତା ଦେଇ ଉପରୋକ୍ତ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି। ସେହିଭଳି ଦିବ୍ୟାଙ୍ଗ ଜନ, ବୃଦ୍ଧାବୃଦ୍ଧ, ଚାଷୀ, ଯୁବବର୍ଗ, କଳାକାର, ନବଜାତ, ଛାତ୍ରୀଛାତ୍ର ସମସ୍ତେ କୌଣସି ନା କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଦାବି କରାଯାଇଛି।

ଫୋକସ୍‌ରେ ମହିଳା

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାରର ମୂଳଦୁଆଭାବେ ସର୍ବଦା ରାଜ୍ୟର ମହିଳାମାନେ ରହିଆସିଛନ୍ତି। ବିଜେଡି ଭୋଟ ବ୍ୟାଙ୍କରେ ୪୮.୪% କେବଳ ମହିଳା ଭୋଟର ଥିବାରୁ ଏମାନଙ୍କୁ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି। ଆଉ ସେଥିପାଇଁ ବିଭିନ୍ନ ଯୋଜନାରେ ସେମାନଙ୍କୁ ପ୍ରାଥମିକତା ଦିଆଯାଉଥିବାବେଳେ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ନିଜକୁ ଆର୍ଥିକକ୍ଷେତ୍ରରେ ସ୍ବାବଲମ୍ବୀ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?