ନବୀନଙ୍କ ପଞ୍ଚମ ପାଳିକୁ ପୂରିଲା ବର୍ଷେ: ବିପତ୍ତି ସତ୍ତ୍ୱେ ବିକାଶ ତ୍ୱରାନ୍ବିତ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ମେ ୨୯ରେ ଲଗାତର ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ସୃଷ୍ଟି କରିଛନ୍ତି। ଅସାଧାରଣ ଲୋକପ୍ରିୟତା ତାଙ୍କୁୁ ଜନପ୍ରିୟ ମୁଖ୍ୟମନ୍ତ୍ରୀରେ ପରିଣତ କରିପାରିଛି। ଶୁକ୍ରବାର ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ ପୂରଣ ହୋଇଛି। ପ୍ରଥମ ବର୍ଷରେ ରାଜ୍ୟ ସରକାର ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି। ବିପତ୍ତି ସତ୍ତ୍ୱେ ରାଜ୍ୟର ବିକାଶ ତ୍ୱରାନ୍ବିତ ହୋଇଛି। କରୋନା ମହାମାରୀ ଏବଂ ବାତ୍ୟା ଅମ୍ଫନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ସରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପାରିଛନ୍ତି। ବର୍ଷକ ମଧ୍ୟରେ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନାର ମୂଳଦୁଆ ପକାଇଛନ୍ତି। ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଐତିହ୍ୟ ଯୋଜନାଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ, ସହରାଞ୍ଚଳରେ ଗରିବ ଲୋକଙ୍କୁ ପକ୍କାଘର, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ଯୋଗାଇଦେବା ଭଳି ଅନେକ ଜନ କଲ୍ୟାଣ ଯୋଜନାର ମୂଳଦୁଆ ପଡିଛି। ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୩୦୨୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସେହିପରି ଲିଙ୍ଗରାଜ ମନ୍ଦିର ଐତିହ୍ୟର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ମେଗା ପ୍ଲାନ ସରକାରଙ୍କ ପ୍ରାଚୀନ କୀର୍ତ୍ତିରାଜି ପ୍ରତି ଥିବା ପ୍ରତିବଦ୍ଧତାକୁ ସୂଚାଇଛି।
କେନ୍ଦ୍ରୀୟ ଅନୁଦାନ ହ୍ରାସ ସତ୍ତ୍ୱେ ରାଜ୍ୟ ସରକାର କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାକୁ ଆଗେଇ ନେବାରେ ସଫଳ ହୋଇଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଏବଂ କୋଭିଡ-୧୯ ମହାମାରୀ ସଂକ୍ରମଣ ରାଜ୍ୟର ବିକାଶରେ ବଡ ଅନ୍ତରାୟ ସୃଷ୍ଟି କରିଛି। ହେଲେ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଥମିକତା ଦେଇ ଆସିଛନ୍ତି। କରୋନାଜନିତ ଲକଡାଉନ ଯୋଗୁ କାମ ହରାଇଥିବା ୧୧୪ଟି ସହରାଞ୍ଚଳର ଲୋକଙ୍କ ପାଇଁ ୪୦୦ କୋଟି ଟଙ୍କାର ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ ଗରିବଙ୍କ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛନ୍ତି। କୋଭିଡ ଯୁଦ୍ଧରେ ଓଡିଶା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭଲ ସ୍ଥିତିରେ ରହିଛି। ଆକ୍ରାନ୍ତ ଓ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଅନେକ କମ୍‌ ରହିଛି। ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଏହି ମହାମାରୀକୁ ରୋକିବାରେ ସକ୍ଷମ ହୋଇଛି।
ପଞ୍ଚମ ପାଳି ମନ୍ତ୍ରିମଣ୍ଡଳ ଶପଥ ଦିନ ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ ଡକାଇ ନବୀନ ନିର୍ବାଚନ ଇସ୍ତାହାରରେ ଓଡିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅହରହ କାମ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକମାନଙ୍କ ନିକଟକୁ ଯାଇ ଭଲମନ୍ଦ ବୁଝିବା ଓ ସେମାନଙ୍କର ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦିଆଯାଇଥିଲା। ଜିଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣ ଯୋଜନାର ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ଘରେ ଯେପରି ସରକାରୀ ଯୋଜନା ଓ ସୁବିଧା ପହଞ୍ଚିବ ସେ ନେଇ ‘ମୋ ସରକାର’ ଏବଂ ‘୫-ଟି’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ପ୍ରତି ଥିବା ନିଜର ଉତ୍ତରଦାୟିତ୍ୱକୁ ନିଷ୍ଠାର ସହ ପ୍ରମାଣିତ କରିଛନ୍ତି। ଯେଉଁ ସରକାରୀ ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ଉତ୍ତମ କାର୍ଯ୍ୟ କରିବେ ସେମାନଙ୍କୁ ପୁରସ୍କାର ଏବଂ ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ପ୍ରଶାସନିକ ସ୍ବଚ୍ଛତାକୁ ପ୍ରତିପାଦିତ କରିଛନ୍ତି। ୫-ଟି ପ୍ରଶାସନିକ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଓ ସ୍ବଚ୍ଛତା ଆଣିବାରେ ରାଜ୍ୟ ସରକାର ସଫଳ ହୋଇ ପାରିଛନ୍ତି। କରୋନା ମହାମାରୀ ବିପତ୍ତିରେ ଘେରି ରହିଥିବା ରାଜ୍ୟ ସରକାର ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତ କରିବେ ନୂଆ ଯୋଜନା। ଶୁକ୍ରବାର ପୂର୍ବାହ୍ନରେ ଡକାଯାଇଥିବା ରାଜ୍ୟ କ୍ୟାବିନେଟ ବୈଠକ ସହିତ ମନ୍ତ୍ରୀ ପରିଷଦ ବୈଠକରେ ପ୍ରସ୍ତୁତ ହେବ ରୋଡ୍‌ ମ୍ୟାପ। ମୁଖ୍ୟମନ୍ତ୍ରୀ ଆଗାମୀ ବର୍ଷ ପାଇଁ ରାଜ୍ୟର ବିକାଶ ନେଇ ଅନେକ ଯୋଜନାର ମୂଳଦୁଆ ପକାଇବା ସମ୍ଭାବନା ରହିଛି। ତେବେ କୋଭିଡ ମହାମାରୀ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ରାଜ୍ୟ ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri