ନବୀନଙ୍କ ପଞ୍ଚମ ପାଳିକୁ ପୂରିଲା ବର୍ଷେ: ବିପତ୍ତି ସତ୍ତ୍ୱେ ବିକାଶ ତ୍ୱରାନ୍ବିତ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ମେ ୨୯ରେ ଲଗାତର ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ସୃଷ୍ଟି କରିଛନ୍ତି। ଅସାଧାରଣ ଲୋକପ୍ରିୟତା ତାଙ୍କୁୁ ଜନପ୍ରିୟ ମୁଖ୍ୟମନ୍ତ୍ରୀରେ ପରିଣତ କରିପାରିଛି। ଶୁକ୍ରବାର ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ ପୂରଣ ହୋଇଛି। ପ୍ରଥମ ବର୍ଷରେ ରାଜ୍ୟ ସରକାର ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି। ବିପତ୍ତି ସତ୍ତ୍ୱେ ରାଜ୍ୟର ବିକାଶ ତ୍ୱରାନ୍ବିତ ହୋଇଛି। କରୋନା ମହାମାରୀ ଏବଂ ବାତ୍ୟା ଅମ୍ଫନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ସରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପାରିଛନ୍ତି। ବର୍ଷକ ମଧ୍ୟରେ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନାର ମୂଳଦୁଆ ପକାଇଛନ୍ତି। ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଐତିହ୍ୟ ଯୋଜନାଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ, ସହରାଞ୍ଚଳରେ ଗରିବ ଲୋକଙ୍କୁ ପକ୍କାଘର, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ଯୋଗାଇଦେବା ଭଳି ଅନେକ ଜନ କଲ୍ୟାଣ ଯୋଜନାର ମୂଳଦୁଆ ପଡିଛି। ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୩୦୨୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସେହିପରି ଲିଙ୍ଗରାଜ ମନ୍ଦିର ଐତିହ୍ୟର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ମେଗା ପ୍ଲାନ ସରକାରଙ୍କ ପ୍ରାଚୀନ କୀର୍ତ୍ତିରାଜି ପ୍ରତି ଥିବା ପ୍ରତିବଦ୍ଧତାକୁ ସୂଚାଇଛି।
କେନ୍ଦ୍ରୀୟ ଅନୁଦାନ ହ୍ରାସ ସତ୍ତ୍ୱେ ରାଜ୍ୟ ସରକାର କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାକୁ ଆଗେଇ ନେବାରେ ସଫଳ ହୋଇଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଏବଂ କୋଭିଡ-୧୯ ମହାମାରୀ ସଂକ୍ରମଣ ରାଜ୍ୟର ବିକାଶରେ ବଡ ଅନ୍ତରାୟ ସୃଷ୍ଟି କରିଛି। ହେଲେ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଥମିକତା ଦେଇ ଆସିଛନ୍ତି। କରୋନାଜନିତ ଲକଡାଉନ ଯୋଗୁ କାମ ହରାଇଥିବା ୧୧୪ଟି ସହରାଞ୍ଚଳର ଲୋକଙ୍କ ପାଇଁ ୪୦୦ କୋଟି ଟଙ୍କାର ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ ଗରିବଙ୍କ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛନ୍ତି। କୋଭିଡ ଯୁଦ୍ଧରେ ଓଡିଶା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭଲ ସ୍ଥିତିରେ ରହିଛି। ଆକ୍ରାନ୍ତ ଓ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଅନେକ କମ୍‌ ରହିଛି। ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଏହି ମହାମାରୀକୁ ରୋକିବାରେ ସକ୍ଷମ ହୋଇଛି।
ପଞ୍ଚମ ପାଳି ମନ୍ତ୍ରିମଣ୍ଡଳ ଶପଥ ଦିନ ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ ଡକାଇ ନବୀନ ନିର୍ବାଚନ ଇସ୍ତାହାରରେ ଓଡିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅହରହ କାମ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକମାନଙ୍କ ନିକଟକୁ ଯାଇ ଭଲମନ୍ଦ ବୁଝିବା ଓ ସେମାନଙ୍କର ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦିଆଯାଇଥିଲା। ଜିଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣ ଯୋଜନାର ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ଘରେ ଯେପରି ସରକାରୀ ଯୋଜନା ଓ ସୁବିଧା ପହଞ୍ଚିବ ସେ ନେଇ ‘ମୋ ସରକାର’ ଏବଂ ‘୫-ଟି’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ପ୍ରତି ଥିବା ନିଜର ଉତ୍ତରଦାୟିତ୍ୱକୁ ନିଷ୍ଠାର ସହ ପ୍ରମାଣିତ କରିଛନ୍ତି। ଯେଉଁ ସରକାରୀ ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ଉତ୍ତମ କାର୍ଯ୍ୟ କରିବେ ସେମାନଙ୍କୁ ପୁରସ୍କାର ଏବଂ ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ପ୍ରଶାସନିକ ସ୍ବଚ୍ଛତାକୁ ପ୍ରତିପାଦିତ କରିଛନ୍ତି। ୫-ଟି ପ୍ରଶାସନିକ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଓ ସ୍ବଚ୍ଛତା ଆଣିବାରେ ରାଜ୍ୟ ସରକାର ସଫଳ ହୋଇ ପାରିଛନ୍ତି। କରୋନା ମହାମାରୀ ବିପତ୍ତିରେ ଘେରି ରହିଥିବା ରାଜ୍ୟ ସରକାର ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତ କରିବେ ନୂଆ ଯୋଜନା। ଶୁକ୍ରବାର ପୂର୍ବାହ୍ନରେ ଡକାଯାଇଥିବା ରାଜ୍ୟ କ୍ୟାବିନେଟ ବୈଠକ ସହିତ ମନ୍ତ୍ରୀ ପରିଷଦ ବୈଠକରେ ପ୍ରସ୍ତୁତ ହେବ ରୋଡ୍‌ ମ୍ୟାପ। ମୁଖ୍ୟମନ୍ତ୍ରୀ ଆଗାମୀ ବର୍ଷ ପାଇଁ ରାଜ୍ୟର ବିକାଶ ନେଇ ଅନେକ ଯୋଜନାର ମୂଳଦୁଆ ପକାଇବା ସମ୍ଭାବନା ରହିଛି। ତେବେ କୋଭିଡ ମହାମାରୀ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ରାଜ୍ୟ ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?