Odisha Elections 2024
Posted inଭଦ୍ରକ

ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ଯୌତୁକ ପାଇଁ ହତ୍ୟା ଅଭିଯୋଗ

ଧାମନଗର, ୧୩।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଗୋଡ଼ିପୋଖରୀ ସୟଦଜାଫର ଗ୍ରାମର ରିତାଞ୍ଜଳି ମଳିକ ନାମକ ଜଣେ ନବବିବାହିତା ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ସୋମବାର ଉଦ୍ଧାର କରିଛି। ଯୌତୁକ ପାଇଁ ରିତାଞ୍ଜଳିଙ୍କୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଧୂଷୁରୀ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ଯୌତୁକଜନିତ ହତ୍ୟା ମାମଲା(ନଂ.୧୫୨/୧୯) ରୁଜୁ କରି ତଦନ୍ତ ଚଳାଇଛି। ମୃତା ରିତାଞ୍ଜଳିଙ୍କ ସାନଭାଇ ଆରଡ଼ି ଫାଣ୍ଡି ଅଧୀନ ମୁଁଆ ଗ୍ରାମର ଶାନ୍ତନୁ ଦାସ ଅଭିଯୋଗ କରିଛନ୍ତି ଯେ, ଗତ ମେ ୫ ତାରିଖରେ ରିତାଞ୍ଜଳି ଗୋଡ଼ିପୋଖରୀ ସୟଦଜାଫର ଗ୍ରାମର ରମେଶ ମଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେତେବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ପରେ ଶାଶୁଘର ଲୋକେ ରିତାଞ୍ଜଳିଙ୍କୁ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲେ। ତାଙ୍କ ଭଉଣୀଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ସେ ଦର୍ଶାଇଛନ୍ତି। ଅପରପକ୍ଷେ ରବିବାର ରାତିରେ ଶୋଇବା ଘର ଫ୍ୟାନରେ ରିତାଞ୍ଜଳିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିବା ଶାଶୁଘର ଲୋକେ କହିଛନ୍ତି। ପୋଲିସ ସୋମବାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ରିତାଞ୍ଜଳିଙ୍କ ବାପା ବାହାରେ ରହୁଥିବାରୁ ତାଙ୍କ ସାନଭାଇ ଥାନାରେ ଅଭିଯୋଗ କରିଛନ୍ତି। ମୃତା ରିତାଞ୍ଜଳିଙ୍କ ସ୍ବାମୀଙ୍କୁୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଫୁଲ୍ଲ କୁମାର ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

୨ ପ୍ରାର୍ଥୀ କୋଟିପତି

ଭଦ୍ରକ,୧୭।୫(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ୩ ପ୍ରମୁଖ ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅସିତ୍‌ ପଟ୍ଟନାୟକ ସବୁଠୁ ଧନୀ। ପ୍ରାର୍ଥତ୍ପତ୍ର ଦାଖଲ...

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା...

ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ

ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି।...

୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ...

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ...

ଏଥର ଚାପ ଖେଳିପାରିଲେନି ବାବାମଣି

ଭଦ୍ରକ,୧୨ା୫(ସନାତନ ରାଉତ)ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ପୂର୍ଣ୍ଣିମା ପାଇଁ ଏଥର ଚାପ ଖେଳ ହୋଇପାରିଲା ନାହିଁ। ଏହାକୁ ନେଇ...

ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ

ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri