ଛେଣ୍ଡିପଦା,୪।୮(ଡି.ଏନ.ଏ.)-ନକଲି ଅଳଙ୍କାର ଦେଇ ୨ ଅଣଓଡ଼ିଆ ଯୁବକ ଶନିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଅନୁଗୋଳ ଜିଲା ଜରପଡା ଥାନା କଞ୍ଜରା ମୁଣ୍ଡାସାହି ଗ୍ରାମର ଯୁବ ବ୍ୟବସାୟୀ ଶ୍ରୀବତ୍ସ ସାହୁ। ଏ ନେଇ ଶ୍ରୀବତ୍ସ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୋଲିସ କହିଛି, କଞ୍ଜରା ମୁଣ୍ଡାସାହି ଛକଠାରେ ଶ୍ରୀବତ୍ସଙ୍କ ଏକ ଲୁଗା ଦୋକାନ ରହିଛି। ଗତ କିଛିଦିନ ତଳେ ଶ୍ରୀବତ୍ସଙ୍କ ସହ ଉକ୍ତ ଅଣ ଓଡ଼ିଆ ଯୁବକଙ୍କ ପରିଚିତ ହୋଇଥିଲା। ପୂର୍ବ କଥାବାର୍ତ୍ତା ଅନୁଯାୟୀ ଶନିବାର ଉକ୍ତ ଅଣ ଓଡ଼ିଆ ଯୁବକ ଦ୍ୱୟ ବଇଣ୍ଡା ରେଲୱେ ଷ୍ଟେଶନ ପାଖକୁ ଆସିଥିଲେ। ପରେ ଶ୍ରୀବତ୍ସ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଶ୍ରୀବତ୍ସଙ୍କୁ ଏକ ସୁନା ହାର ଓ ରୂପା ଦେଇଥିଲେ। ପ୍ରତି ବଦଳରେ ୧ ଲକ୍ଷ ୩୦ ହଜାର ଟଙ୍କା ଶ୍ରୀବତ୍ସଙ୍କଠାରୁ ନେଇ ଏକ ପାସେଞ୍ଜର ଟ୍ରେନ ଯୋଗେ ସମ୍ବଲପୁର ଅଭିମୁଖେ ପଳାଇ ଯାଇଥିଲେ। ତେବେ ଉକ୍ତ ଅଳଙ୍କାରକୁ ଶ୍ରୀବତ୍ସ ପରୀକ୍ଷା କଲାପରେ ତାହା ନକଲି ବୋଲି ଜଣାପଡ଼ିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।
Posted inଅନୁଗୋଳ, ଆମ ଜିଲା ଖବର View All
ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….
ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…
କଟକ,୧୬।୮: ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…
ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…
କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍ ଉଦ୍ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍ ପିଲା
ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…
ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି
ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…
କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…
କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…
କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ
ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…
ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ
ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…
Archives

