ଧୋନୀଙ୍କ ଠାରୁ ଅନେକ କିଛି ଶିଖିବାର ଅଛି

ଦୀର୍ଘବର୍ଷ ଧରି ଓଡ଼ିଶା କ୍ରିକେଟ ଦଳର ଫିଜିଓ ଦାୟିତ୍ୱରେ ଅଛନ୍ତି ଶୁଭକାନ୍ତ ସାହୁ। ଏପରିକି ପ୍ରଥମ ଓଡ଼ିଆ ଭାବେ ବିସିସିଆଇର ଲେଭଲ-୧ ଫିଜିଓ କୋର୍ସରେ ସେ ଉନ୍ନୀତ ହୋଇଥିଲେ। ପିତା ନବକିଶୋର ସାହୁ ଓ ମା’ ଶାନ୍ତିଲତା ସାହୁଙ୍କ ପୁଅ ଶୁଭକାନ୍ତଙ୍କ ଘର ଢ଼େଙ୍କାନାଳ ଜିଲାରେ। ଏବେ ରହୁଛନ୍ତି କଟକ ସିଡିଏରେ । ଏଥର ତାଙ୍କ ଅନୁଭୂତିରୁ କିଛି..

ଅନେକ କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ ସହ ଭେଟ ହୋଇଛି। ଭାରତକୁ ଗୌରବାନ୍ବିତ କରିଥିବା ଅନେକ ଖ୍ୟାତନାମା କ୍ରିକେଟରଙ୍କ ସହ ସମୟ ମଧ୍ୟ ଅତିବାହିତ କରିଛି। ହେଲେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଯେତିକିି ସମୟ କାଟିଛି ତାହା ନିଆରା ଥିଲା। ଧୋନୀଙ୍କ ଭିତରେ ଭଲ ଗୁଣଗୁଡ଼ିକ ଭର୍ତ୍ତି ହୋଇରହିଛି। ସ୍ପୋର୍ଟସମ୍ୟାନ ସ୍ପିରିଟ ବୋଲି ଥିବା ଶବ୍ଦ ତାଙ୍କ ନିକଟରେ ହିଁ ପ୍ରଯୁଜ୍ୟ। ଗତ ସୟଦ ମୁସ୍ତାକ ଅଲ୍ଲୀ ଟି ୨୦ ଟୁର୍ନାମେଣ୍ଟରେ ଝାଡ଼ଖଣ୍ଡରେ ଘରୋଇ ଝାଡ଼ଖଣ୍ଡ ଦଳ ବିପକ୍ଷରେ ଆମର ଏକ ମ୍ୟାଚ୍‌ ଥିଲା। ଅଭ୍ୟାସ ଚାଲିଥିବା ବେଳେ ସେ ଆସି ଷ୍ଟାଡିୟମରେ ପହଞ୍ଚିଥିଲେ। ତାଙ୍କ ସହ କଥାବାର୍ତ୍ତା ବେଳେ ଅନୁଭବ ବି ହୋଇ ନ ଥିଲା ଯେ ସେ ଜଣେ ମହାନ କ୍ରିକେଟର ଆଖ୍ୟା ବହନ କରୁଛନ୍ତି ବୋଲି। କାଣିଚାଏ ଗର୍ବ କି ଅହଂକାର କେହି ତାଙ୍କ ନିକଟରେ ପାଇବେନି। ଓଡ଼ିଶା ଖେଳାଳିଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଏପରିକି ଓଡ଼ିଆ ଖେଳାଳିଙ୍କୁ ବ୍ୟାଟିଂ, କିପିଂ ଟିପ୍ସ ମଧ୍ୟ ଦେଇଥିଲେ। କେବଳ କ୍ରିକେଟ ଖେଳାଳି ନୁହନ୍ତି, ସାଧାରଣ ମଣିଷଟିଏ ମଧ୍ୟ ତାଙ୍କ ନିକଟରୁ ଅନେକ କିଛି ଶିଖିବାକୁ ପାଇବ।
ଅନ୍ୟ ଏକ ଅନୁଭୂତି ସମ୍ପର୍କରେ ଶୁଭକାନ୍ତ କହିଥିଲେ, ୨୦୧୮ ଆଇପିଏଲ ସିଜ୍‌ନରେ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିୟନ ହୋଇଥିଲା। ଯେଉଁଦିନ ଫାଇନାଲ ମ୍ୟାଚ୍‌ ସରିଲା ତା ପରଦିନ ଧୋନୀ ଝାଡ଼ଖଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଆସିଥିଲେ। ପୂର୍ବାଞ୍ଚଳ ଜୁନିୟର ଦଳର ଶିବିର ସେହି ଷ୍ଟାଡିୟମରେ ଚାଲିଥାଏ। ମୁଁ ପୂର୍ବାଞ୍ଚଳ ଦଳର ଫିଜିଓ ଥିଲି। ଧୋନୀଙ୍କୁ ପଚାରିଥିଲି ଯେ, ଗତକାଲି ଏକ ଲମ୍ବା ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳି ଆଜି ପୁଣି ଅଭ୍ୟାସକୁ ଆସିବା କ’ଣ ଜରୁରୀ ଥିଲା? ଏହାର ଉତ୍ତରରେ ସେ କହିଥିଲେ, ଯଦି ଆମେ ସବୁଦିନ ଆମ ଟାର୍ଗେଟକୁ ନେଇ ପରିଶ୍ରମ ନ କରିବା ତା’ ହେଲେ ଟାର୍ଗେଟ ଆମଠାରୁ ଦୂରେଇଯିବ। ବୋଧ ହୁଏ ଧୋନୀଙ୍କ ଠାରୁ ଅନେକ କିଛି ଶିଖିବା ବାକି ରହିଛି ବୋଲି କୁହନ୍ତି ଶୁଭକାନ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri