ଧାନ ଫସଲରେ ପତ୍ରପୋଡ଼ା ରୋଗ: ଚାଷୀ ହତାଶ

ଚମ୍ପୁଆ,୨୯ା୫(ଡି.ଏନ୍‌.ଏ.)- ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର ଅଢଙ୍ଗାପାଳ ଗ୍ରାମରେ ପତ୍ରପୋଡା ରୋଗ ଯୋଗୁ ପ୍ରାୟ ୪ ଏକର ଧାନ ଫସଲ ଉଜୁଡ଼ି ଯିବା ଆଶଙ୍କା ପ୍ରକାଶ ପାଇଛି। ଧାନର ଅମଳ ସମୟରେ ତଥା କେତେକ ଧାନର ଫୁଲ ଉଡ଼ାଇବା ସମୟରେ ଏହି ରୋଗ ଦେଖା ଦେଇଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଏ ନେଇ କୃଷି ଜିଲା ଅଧିକାରୀ ଗଜେନ୍ଦ୍ରନାଥ ଗଚ୍ଛାୟତଙ୍କୁ ପଚାରିବାରୁ ଧାନରେ ପତ୍ରପୋଡ଼ା ଓ କବକ ରୋଗ ଲାଗିଛି। ତୁରନ୍ତ ଏହାର ପ୍ରତିକାର ସ୍ବରୂପ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯିବା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ସୂଚନା ଅନୁସାରେ, ଅଢ଼ଙ୍ଗାପାଳ ଗ୍ରାମର ଚାଷୀ ବାହାଦୁର ମହାନ୍ତ, ମାଗଲେନ ମହାନ୍ତ, ଲାଲମୋହନ ମୁଣ୍ଡା, ଧନେଶ୍ୱର ମହାନ୍ତ, ଚେମ୍‌ଟୁ ମହାନ୍ତ, ଛୋଟରାୟ ମହାନ୍ତ, କୁମ୍ଭ ମହାନ୍ତ ପ୍ରମୁଖ ଚାଷୀ ଚଳିତ ସିଜନରେ ପ୍ରାୟ ୪ ଏକରରୁ ଊର୍ଦ୍ଧ୍ୱ ଜମିରେ ହାଇବ୍ରିଡ ଧାନ ଚାଷ କରିଥିଲେ। ଜାନୁୟାରୀରେ ତଳି ପକାଇବା ପରେ ଫେବୃୟାରୀ ମାସ ଆରମ୍ଭରେ ଏହାକୁ ରୋଇ ଥିଲେ। ବର୍ତ୍ତମାନ ସମୟରେ କିଛି ପ୍ରଜାତିର ଧାନ ପାଚି ଯାଇଛି ଓ ଅନ୍ୟ କେତେକ ଧାନଗଛରେ ଫୁଲ ଆସିଥିବା ବେଳେ ପତ୍ରପୋଡ଼ା ରୋଗ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଏହି ଚାଷୀମାନେ ନିଜ ପରିଶ୍ରମର ଫଳ ପାଇବେ କି ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri