ଦୈନିକ ୧୧୬ ଟଙ୍କାରେ କାମ କରୁଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ପଣ୍ଡା(୪୫) ନାମକ ଜଣେ ଦିବ୍ୟାଙ୍ଗ ଦୈନିକ ୧୧୬ ଟଙ୍କାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଚୁକ୍ତିଭିତ୍ତିକ ଚାକିରି ନିଯୁକ୍ତିରୁ ସରକାରୀ ହେବାକୁ ନେଇ ଦିବ୍ୟାଙ୍ଗ ଜଣକ ବାରମ୍ବାର ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡି ଦୌଡି ନୟାନ୍ତ ହୋଇପଡ଼ିଛନ୍ତି। ମାତ୍ର ଏତିକି ଟଙ୍କାରେ ନିଜର ପରିବାର ଚଳାଇବା କଷ୍ଟକର ହୋଇପଡୁଥିବାରୁ ସେ ଚାକିରି ଛାଡ଼ି ଦାଦନ ଖଟିବା ପାଇଁ ବାହାରକୁ ଯିବାର ମନସ୍ଥ କରିଛନ୍ତି।
ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ବାସୁବ୍ରହ୍ମପୁର ଗ୍ରାମର ରାକେଶ ଶତପ୍ରତିଶତ ଶାରୀରିକ ଅକ୍ଷମ। ଗତ ୨୦୧୨ ଅକ୍ଟୋବର ୩୦ ତାରିଖ ଶାରୀରିକ ଭିନ୍ନକ୍ଷମ କୋଟାରେ ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ଅଦ୍ୟାବଧି ମାସିକ ୪ହଜାର ୪୪୦ ଟଙ୍କା ଦରମା ପାଉଥିବା ବେଳେ ଇପିଏଫ୍‌ ଓ ଇଏସ୍‌ଆଇରେ ୯୪୦ ଟଙ୍କା କଟୁଥିବା କର୍ତ୍ତୃପକ୍ଷ କହୁଥିବା ବେଳେ କୌଣସି ରସିଦ୍‌ ମିଳୁ ନାହଁି। ଏପରି ଅବସ୍ଥାରେ ଦୀର୍ଘ ୮ବର୍ଷ ଧରି ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେବା ପାଇଁ କେହି ସହଯୋଗ କରୁ ନାହାନ୍ତି। ସମାଜ ମଙ୍ଗଳ ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ଭୂୟାଁ ଗତ ୨୦୧୬ ମେ’ ୭ ତାରିଖରେ ଜିଲାରେ କାର୍ଯ୍ୟରତ ଥିବା ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟ କରୁଥିବା ଭିନ୍ନକ୍ଷମଙ୍କ ତାଲିକା ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଠା ଯାଇ ନ ଥିବାର ଜଣାପଡ଼ିଛି। ଫଳରେ ଜିଲାରେ କାର୍ଯ୍ୟରତ ୫ଜଣ ଦିବ୍ୟାଙ୍ଗ କର୍ମଚାରୀ ଆଜି ଯାଏଁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ରାକେଶ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଜିଲା ସମାଜମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ସାବତ କହିଛନ୍ତି, ଉପରୋକ୍ତ ନିଯୁକ୍ତି ପାଇଥିବା ସମ୍ପର୍କରେ ଅବଗତ ଥିବା ସହ ସେମାନଙ୍କର ସମସ୍ତ ଅଫିସ୍‌ କାଗଜପତ୍ରକୁ କାର୍ଯ୍ୟ କରୁଥିବା ବିଭାଗକୁ ପଠାଇ ଦିଆଯାଇଛି। ଏହାପରେ ମଧ୍ୟ ସେମାନଙ୍କର ଆର୍ଥିକ ଅଭାବକୁ ଲକ୍ଷ୍ୟ ରଖି ପୁନର୍ବାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ନିମନ୍ତେ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri