ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ ଏହା ନବମ ବର୍ଷରେ ପଦାର୍ପଣ କରିଛି। ଦେଶୀ ରଙ୍ଗରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ରାଉରକେଲା କେନ୍ଦ୍ରୀୟ ଦୋଳ ମେଳଣ ସମିତି ଅଧ୍ୟକ୍ଷ ହରିହର ରାଉତରାୟ ସୋମବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରଙ୍ଗର ପର୍ବ ହୋଲି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ୯ମ ଦୋଳ ମେଳଣ ପର୍ବରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୪୦ଟି ରାଧାକୃଷ୍ଣଙ୍କ ସୁସଜ୍ଜିତ ଦୋଳ ବିମାନ ମୁଖ୍ୟ ଆକର୍ଷଣ ସାଜିବ। ବିଶେଷ କରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ଆୟୋଜିତ ହେବ। ପ୍ରତ୍ୟେହ ରାତି ୯ଟାରେ ସାମୂହିକ ଆଳତୀ ହେବ। ଶ୍ରଦ୍ଧାଳୁ ଭକ୍ତଙ୍କର ପାଇଁ ଅନ୍ନକୋଟ ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଥିଲା।
୨୦୧୫ରେ ବିଷ୍ଣୁ ଚରଣ ବିଶ୍ୱାଳ, ସୁଶାନ୍ତ ପଧାନ, ଈଶ୍ୱର ଭଞ୍ଜ ଓ ଅମୂଲ୍ୟ ବିଶୋଇଙ୍କୁ ନେଇ ପ୍ରଥମ କରି ଆରମ୍ଭ ହୋଇଥିଲା ଦୋଳ ମେଳଣ। ଧାର୍ମିକ, ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କକୁ ଏକତା ସୂତ୍ରରେ ବାନ୍ଧିବା ଉଦ୍ଦେଶ୍ୟରେ ସମିତି ପକ୍ଷରୁ ପ୍ରତିବର୍ଷ ଦୋଳ ପର୍ବ ପାଳନ କରାଯାଉଛି। ମାତ୍ର ଦୁଇବର୍ଷ ଧରି କରୋନା କାରଣରୁ ପର୍ବ ପାଳନ ବନ୍ଦ ରହିଥିଲା। ଚଳିତବର୍ଷ ମେଳଣରେ ଲାଠିକଟା, ବନ୍ଧମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ୩୫ରୁ ୪୦ ଦୋଳ ବିମାନ ଏକାଠି ହେବେ ବୋଲି କେନ୍ଦ୍ରୀୟ ଦୋଳ ମେଳଣ ସମିତି ସଭାପତି ଶଙ୍କର ଜେନା, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାମଳ, ପ୍ରମୋଦ କୁମାର ପଧାନ, ପ୍ରଦୀପ ପଟ୍ଟନାୟକ, ପ୍ରସନ୍ନ କୁମାର ତ୍ରିପାଠୀ, କପିଳେଶ୍ୱର ମିଶ୍ର, ଜୟନ୍ତୀ ବିଶ୍ୱାଳ, ସୁମିତ୍ରା ସ୍ବାଇଁ, ରେଖା କୋଠାରୀ, ପ୍ରିୟବ୍ରତ ଭଞ୍ଜ, ସୁଶାନ୍ତ ପଧାନ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri