ଦେବାଳିଆ ରିପୋର୍ଟକୁ ଏୟାର ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ,୧୫-୫: ଭାରତର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲ ମିଡିଆରେ ପ୍ରକାଶ ପାଇଥିବା ଦେବାଳିଆ ଖବରକୁ ଖଣ୍ଡନ କରିଛି। ଏହା ଭିତ୍ତିହୀନ ବୋଲି କମ୍ପାନୀ କହିଛି। ଉଲ୍ଲେଖଥାଉ କି, ବହୁ ସଂଖ୍ୟାରେ ଇସ୍ରାଏଲ ନାଗରିକ ଭାରତ ଆସିବା ପାଇଁ ଏୟାର ଇଣ୍ଡିଆ ବିମାନ ବ୍ୟବହାର କରିଥାନ୍ତି। ଇସ୍ରାଏଲ ମିଡିଆ ଏବଂ କେତେକ ଅନ୍‌ଲାଇନ ଓ୍ବେବ୍‌ପୋର୍ଟାଲରେ ଏୟାର ଇଣ୍ଡିଆ ଦେବାଳିଆ ହେବାର ଦ୍ୱାରଦେଶରେ ବୋଲି ରିପୋର୍ଟ ପ୍ରକାଶ କରାଯାଇଛି। ଇସ୍ରାଏଲ ମିଡିଆରେ ଏୟାର ଇଣ୍ଡିଆ ବିରୋଧରେ ମିଥ୍ୟା ତଥା ଭ୍ରାନ୍ତ ଖବର ପ୍ରଚାର କରାଯାଉଛି। ସେଥିରେ କୁହାଯାଇଛି ଯେ,ଭାରତର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ଏବେ ପ୍ରାୟ ୧ ବିଲିୟନ ଡଲାରୁ ଅଧିକ ବକେୟା ଋଣ ରହିଛି। ଏୟାର ଇଣ୍ଡିଆ ଟିକେଟ ବୁକ୍‌ କରିଥିବା ଇସ୍ରାଏଲ ନାଗରିକଙ୍କୁ ସ୍ଥାନୀୟ ମିଡିଆ ସତର୍କ କରି କହିଛି ଯେ, ସେମାନେ ନିଜର ଅର୍ଥ ଫେରିପାଇବା ଲାଗି ଏବେ ଠାରୁ ଉଦ୍ୟମ କରନ୍ତୁ। ରାଜଧାନୀ ତେଲ୍‌ ଆବିବ୍‌ସ୍ଥିତ ଏୟାର ଇଣ୍ଡିଆର କାର୍ଯ୍ୟାଳୟରୁ ବୟାନ ଜାରି କରାଯାଇ ଏଭଳି କଳ୍ପନାଜଳ୍ପାନକୁ ଖଣ୍ଡନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ଅଚାନକ ହ୍ରାସ

ମୁମ୍ବାଇ,୨୪ା୧୧: ଭାରତୀୟ ଶେୟାର ବଜାରରେ ଗତ କିଛିଦିନରେ ସକାରାତ୍ମକ ପ୍ରଭାବ ଅନୁଭୂତ ହେବା ପରେ ସୋମବାର ଅଚାନକ ହ୍ରାସ ଦେଖାଯାଇଛି। ଏସୀୟ ବଜାରର ଦୁର୍ବଳ ସଙ୍କେତ ସତ୍ତ୍ୱେ…

EPFO 3.0ରେ ବଡ଼ ପରିବର୍ତ୍ତନ: ଏଣିକି UPI-ATMରୁ ଉଠାଇପାରିବେ PF ଟଙ୍କା! ଡିସେମ୍ବରରୁ ମିଳିବ ସୁବିଧା

ନୂଆଦିଲ୍ଲୀ,୨୩।୧୧: ଚାକିରିଆ ଏବଂ ଭବିଷ୍ୟନିଧି (PF) ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ନିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଆଧୁନିକ…

ଶେୟାର ବଜାରରେ ହଠାତ୍‌ ବଡ଼ ଧରଣର ହ୍ରାସ: ଗୋଟିଏ ଦିନରେ ବୁଡିଗଲା ନିବେଶକଙ୍କ ୩ ଲକ୍ଷ କୋଟି! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ସୋମବାର ଦିନଟି କୌଣସି ବଡ଼ ଝଟ୍‌କାଠାରୁ କମ ନଥିଲା। ସକାଳେ କାରବାର ଆରମ୍ଭରେ ବଜାରରେ ଭଲ…

ମହଙ୍ଗା ତୈଳ ପାଇଁ ଆମଦାନୀ ବିଲ୍‌ ୬୦% ବୃଦ୍ଧି

ନୂଆଦିଲ୍ଲୀ,୨୩ା୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ଭାରତର ତୈଳ ଆମଦାନୀ ବିଲ ୬୦% ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି। ତୈଳ ମନ୍ତ୍ରଣାଳୟ…

ଡିସେମ୍ବରରେ ସ୍ବାକ୍ଷର ହେବ ଭାରତ-ୟୁରୋପୀୟ ସଂଘ ଏଫ୍‌ଟିଏ

ନୂଆଦିଲ୍ଲୀ,୨୩ା୧୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଖୁବ୍‌ଶୀଘ୍ର ବ୍ରସେଲ୍ସରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସ୍ବାକ୍ଷର ହେବ। ଏନେଇ ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘ ରାଷ୍ଟ୍ରଦୂତ…

ସୁକନ୍ୟା ସମୃଦ୍ଧି ଯୋଜନା: ମାସକୁ ୨,୦୦୦ ଟଙ୍କା ଜମା କଲେ ୨୧ ବର୍ଷ ପରେ ମିଳିବ କେତେ ଟଙ୍କା? ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୧: ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଥାଏ ଯେ ଝିଅର ଉଚ୍ଚଶିକ୍ଷା କିମ୍ବା ଭବିଷ୍ୟତର ବଡ଼ ଖର୍ଚ୍ଚ ପାଇଁ କେବେ ଅର୍ଥର ଅଭାବ ନ ହେଉ। ଏହି ଲକ୍ଷ୍ୟକୁ…

ପୁରୁଣା ସୁନା ବଦଳେଇବା ପୂର୍ବରୁ ସାବଧାନ! ଏବେ ହୋଇପାରେ ବଡ଼ କ୍ଷତି, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୧୧: ସୁନା ଦରରେ ଉତ୍ଥାନ-ପତନ ମଧ୍ୟରେ ଅନେକ ଲୋକ ଜରୁରୀ କାମ କିମ୍ୱା ନିବେଶ ବଦଳାଇବା ପାଇଁ ପୁରୁଣା ସୁନା ଗହଣା ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି।…

ମୋଦିଙ୍କ ଅପିଲ ପରେ ୨୭ ହଜାର ଟଙ୍କା ଶସ୍ତା ହେଲା ସୁନା! ଜାଣନ୍ତୁ ସେତେବେଳେ କେତେ ଥିଲା ଦାମ ଆଉ ଆଜି କେତେ?

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୦୨୬ରେ ଦେଶବାସୀଙ୍କୁ ଅପିଲ କରିଥିଲେ ଯେ ଯଦି ଅତ୍ୟନ୍ତ ଜରୁରୀ ନ ହୁଏ, ତେବେ ଏକ ବର୍ଷ ପର୍ଯ୍ୟନ୍ତ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?