ଦୂରଦର୍ଶୀ ଗବେଷକ

ଆମେରିକାର ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ବା ଜାତୀୟ ବିଜ୍ଞାନ ଫାଉଣ୍ଡେଶନ (ଏନ୍‌ଏସ୍‌ଏଫ୍‌) ବିଜ୍ଞାନର ଅଣ-ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଦିଗରେ ମୌଳିକ ଗବେଷଣା କ୍ଷେତ୍ରକୁ ପାଣ୍ଠି ଯୋଗାଇବାରେ ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଏନ୍‌ଏସ୍‌ଏଫ୍‌ର ବାର୍ଷିକ ବଜେଟ ହେଉଛି ୭.୪ ବିଲିୟନ ଆମେରିକୀୟ ଡଲାର। ସେଠାକାର ସିନେଟ୍‌ ୧୮ ଜୁନ୍‌ରେ ଏନ୍‌ଏସ୍‌ଏଫ୍‌ର ନିର୍ଦ୍ଦେଶକ ଭାବେ ଭାରତୀୟ-ଆମେରିକୀୟ ଡକ୍ଟର ସେଥୁରାମନ ପଞ୍ଚନାଥନ୍‌ଙ୍କ ନିଯୁକ୍ତିକୁ ମୋହର ଦେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଦକ୍ଷିଣ ଭାରତରେ ୨୪ ଜୁନ୍‌ ୧୯୬୧ରେ ଜନ୍ମିତ ପଞ୍ଚନାଥନ୍‌ ମାଡ୍ରାସର ବିବେକାନନ୍ଦ କଲେଜରୁ ୧୯୮୧ରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୪ରେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ ଇଞ୍ଜିନିୟରିଂରେ ବି.ଇ. ଡିଗ୍ରୀ ହାସଲ କରିଥିଲେ। ୧୯୮୬ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି, ମାଡ୍ରାସରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିବା ପରେ ସେ କାନାଡାର ଓଟ୍ଟାଓ୍ବା ବିଶ୍ୱବିଦ୍ୟାଳୟରୁ ୧୯୮୯ରେ ଇଲେକ୍ଟ୍ରିକାଲ ଆଣ୍ଡ୍‌ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ଗବେଷଣା କ୍ଷେତ୍ରରେ ପଞ୍ଚନାଥନ୍‌ଙ୍କ ଅନନ୍ୟ ପାରଦର୍ଶିତାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ପରଖିବା ପରେ ସେ ସେହିଠାରେ ଆସିଷ୍ଟାଣ୍ଟ ପ୍ରଫେସର ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ୧୯୯୪ରେ ଆସୋସିଏଟ୍‌ ପ୍ରଫେସରକୁ ଉନ୍ନୀତ ହୋଇଥିଲେ। ୧୯୯୭ରେ ସେ ଆମେରିକାର ଆରିଜୋନାକୁ ଚାଲିଯାଇଥିଲେ। ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି (ଏଏସ୍‌ୟୁ)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ବିଭାଗରେ ସେ ଆସୋସିଏଟ୍‌ ପ୍ରଫେସର ଭାବେ ଯୋଗ ଦେଇଥିଲେ। ୨୦୦୧ରେ ପ୍ରଫେସର ହେବା ପରେ ପଞ୍ଚନାଥନ୍‌ ସେଣ୍ଟର ଫର୍‌ କଗ୍‌ନିଟିଭ୍‌ ୟୁବିକ୍ୟୁଟସ୍‌ କମ୍ପ୍ୟୁଟିଂ (କ୍ୟୁବିକ୍‌) ବିକଶିତ କରିଥିଲେ, ଯାହା ଶାରୀରିକ ଭିନ୍ନକ୍ଷମଙ୍କ ବୈଷୟିକ ଉନ୍ନତି ଦିଗରେ ସହାୟକ ହୋଇପାରିଛି। ଏଥିସହିତ ସେ ସ୍କୁଲ ଅଫ୍‌ କମ୍ପ୍ୟୁଟିଂ ଆଣ୍ଡ୍‌ ଇନ୍‌ଫର୍ମେଟିକ୍ସ ଏବଂ ଡିପାର୍ଟମେଣ୍ଟ ଅଫ୍‌ ବାୟୋମେଡିକାଲ ଇନ୍‌ଫର୍ମେଟିକ୍ସର ନେତୃତ୍ୱ ନେଇଥିଲେ। ଗବେଷଣା ଦିଗରେ କର୍ତ୍ତବ୍ୟପରାୟଣତା ତାଙ୍କୁ ୨୦୦୯ରେ ବିଶ୍ୱବିଦ୍ୟାଳୟର ଚିଫ୍‌ ରିସର୍ଚ୍ଚ ଅଫିସର କରାଇଥିଲା। ୨୦୧୧ରେ ସେ ଏଏସ୍‌ୟୁର ଅଫିସ୍‌ ଅଫ୍‌ ନଲେଜ୍‌ ଏଣ୍ଟରପ୍ରାଇଜ୍‌ ଡେଭଲପ୍‌ମେଣ୍ଟର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ନଲେଜ୍‌ ଏଣ୍ଟରପ୍ରାଇଜ୍‌ ଗବେଷଣା କ୍ଷେତ୍ରରେ ଔଦ୍ୟୋଗିକ, ଅଭିନବତ୍ୱ, କର୍ପୋରେଟ୍‌ ଅଂଶଗ୍ରହଣ ଓ ଭାଗିଦାରି ଏବଂ ଅନ୍ତର୍ଜାତୀୟ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଦିଗରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ବିଜ୍ଞାନ ଓ ବୈଷୟିକ ବିକାଶ ଦିଗରେ ପଞ୍ଚନାଥନ୍‌ଙ୍କ ପରୀକ୍ଷାନିରୀକ୍ଷା ତାଙ୍କୁ ଏଏସ୍‌ୟୁର ଗବେଷଣା କ୍ଷେତ୍ରକୁ ଅଧିକ ସକ୍ରିୟ କରିଦେଇଛି। ଏପରି କି ରିସର୍ଚ୍ଚ କାର୍ଯ୍ୟ ଲାଗି ବିଶ୍ୱବିଦ୍ୟାଳୟର ବାର୍ଷିକ ବ୍ୟୟ ଚାରିଗୁଣା ବଢ଼ିଯାଇଛି। ଏଥିରୁ ବୁଝିହେଉଛି ଯେ, ଆମେରିକାରେ ଗବେଷଣା ଦିଗରେ ଯେଉଁ ବ୍ୟକ୍ତି କିମ୍ବା ସଂସ୍ଥା ଅନବରତ କାର୍ଯ୍ୟ କରିବାକୁ ଚାହିଁଥାଆନ୍ତି ସେମାନଙ୍କ ପ୍ରତି ବିଶ୍ୱବିଦ୍ୟାୟଗୁଡ଼ିକ ଅଧିକ ଖର୍ଚ୍ଚ କରିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ପଞ୍ଚନାଥନ୍‌ଙ୍କ ଉଦ୍ୟମ ଯୋଗୁ ଏଏସ୍‌ୟୁ ଆମେରିକାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା କ୍ଷେତ୍ରରେ ୮ମ ସ୍ଥାନ ଅଧିକାର କରିପାରିଛି। ୨୦୧୭ରେ ଏକ ବ୍ରାଜିଲିୟାନ୍‌ କଂଗ୍ରେସ ଅପ୍‌ ଇଣ୍ଡଷ୍ଟ୍ରି ଇନୋଭେଶନ ପାନେଲ ଆଲୋଚନାରେ ଅଂଶଗ୍ରହଣ କରି ପଞ୍ଚନାଥନ୍‌ ଏଏସ୍‌ୟୁ କିଭଳି ବ୍ୟବସାୟ ସହ ବିଜ୍ଞାନର କୌଶଳକୁ ଯୋଡ଼ି ଔଦ୍ୟୋଗିକ ବିକାଶ କରିବାରେ ସକ୍ଷମ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ। ଆଜିକା ସମୟରେ ନିଯୁକ୍ତିଦାତାମାନେ ଯୁବପିଢ଼ିଙ୍କ ଭିତରେ ଔଦ୍ୟୋଗିକ ବିକାଶ ଗୁଣ ଦେଖି ସେମାନଙ୍କୁ ଚୟନ କରୁଥିବାରୁ ପଞ୍ଚନାଥନ୍‌ ସେହି ସଂକ୍ରାନ୍ତ ପାଠ୍ୟକ୍ରମ ପ୍ରଣୟନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ତାହା ଅନେକଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି। ୨୨ ଅକ୍ଟୋବର ୨୦୧୯ରେ ଆମେରିକା ସିନେଟ୍‌ରେ ପଞ୍ଚନାଥନ୍‌ ଗବେଷଣା ସଂକ୍ରାନ୍ତ ତଥ୍ୟ ଆମେରିକାର ବିଜ୍ଞାନ, ସମୁଦ୍ର, ମତ୍ସ୍ୟ ଓ ପାଣିପାଗ ଆଦି ବିଭିନ୍ନ ସବ୍‌-କମିଟି ସମ୍ମୁଖରେ ତଥ୍ୟ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିରେ ସେ କହିଥିଲେ ଯେ, ଆମେରିକାରେ ଗବେଷଣା ଓ ଅଭିନବୀକରଣ ପଦକ୍ଷେପ ତାହାକୁ ବିଶ୍ୱ ଅର୍ଥନୀତିରେ ନେତୃତ୍ୱ ନେବା ସକାଶେ ପ୍ରମୁଖ ବାଟ ଦେଖାଇଆସିଛି। ପଞ୍ଚନାଥନ୍‌ଙ୍କ ଦୂରଦର୍ଶୀ ଚିନ୍ତାଧାରାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମ୍ମାନ ଜଣାଇ ୧୯ ଡିସେମ୍ବର ୨୦୧୯ରେ ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନର ନେତୃତ୍ୱ ନେବା ଲାଗି ତାଙ୍କ ନାମ ଘୋଷଣା କରିଥିଲେ। ଏହା ୧୮ ଜୁନ୍‌ ୨୦୨୦ରେ ଫଳପ୍ରସୂ ହୋଇଛି।
ଗବେଷଣା ଲାଗି ଜୀବନବ୍ୟାପୀ ପ୍ରଚେଷ୍ଟା ପଞ୍ଚନାଥନ୍‌ଙ୍କୁ ଆଜି ବିଜ୍ଞାନ ଓ ଇଞ୍ଜିନିୟରିଂ ଦୁନିଆରେ ବେଶ୍‌ ପରିଚିତ କରାଇପାରିଛି। ଏଥିସହିତ ବହୁ ବିଶ୍ୱବିଦ୍ୟାଳୟ ଓ ସଂସ୍ଥା ପକ୍ଷରୁ ଅସଂଖ୍ୟ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ମୂଳ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ତରରେ ସେ ଯେଉଁ ଖ୍ୟାତି ହାସଲ କରିଛନ୍ତି, ତାହା ନିଶ୍ଚିତ ଭାବେ ଯୁବପିଢ଼ିଙ୍କୁ ଅନେକ ପ୍ରେରଣା ଦେବ।
ପଞ୍ଚନାଥନ୍‌ଙ୍କ ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ସହଧର୍ମିଣୀ ହେଉଛନ୍ତି ମାରିକୋପା କାଉଣ୍ଟି ହସ୍‌ପିଟାଲର କ୍ଲିନିକାଲ ପେଡିଟ୍ରିସିଆନ୍‌ ଶାରଦା ସୌମ୍ୟା। ୟୁନିଭର୍ସିଟି ଅଫ୍‌ ଆରିଜୋନା କଲେଜରେ ସୌମ୍ୟା ଅତିଥି ଅଧ୍ୟାପିକା ଭାବେ ମଧ୍ୟ ପାର୍ଟଟାଇମ୍‌ କାର୍ଯ୍ୟ କରୁଛନ୍ତି। ଉଭୟଙ୍କ ଅମ୍ରିଥା ଓ ରୋଶନ ନାମରେ ଦୁଇ ସନ୍ତାନ ଅଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri