Posted inଖେଳ

ଦୁଲୀପ୍‌ ଟ୍ରଫି: ନାୟାରଙ୍କ ୧୬୬* ଇଣ୍ଡିଆ ବ୍ଲୁ-ଇଣ୍ଡିଆ ରେଡ୍‌ ମ୍ୟାଚ୍‌ ଡ୍ର’

ବେଙ୍ଗାଲୁରୁ, ୨୬।୮ (ପି.ଟି.)- କରୁନ ନାୟାରଙ୍କ ଦମ୍‌ଦାର ଅପରାଜିତ ଶତକ ସତ୍ତ୍ୱେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଏଠାରେ ଅନୁଷ୍ଠିତ ଦୁଲୀପ୍‌ ଟ୍ରଫି ମ୍ୟାଚ୍‌ ଶେଷରେ ବିନା ହାର୍‌ଜିତ୍‌ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଦଳ ମ୍ୟାଚ୍‌ରୁ ୩ ପଏଣ୍ଟ ଅର୍ଜନ କରି ଫାଇନାଲ ଖେଳିବା ପାଇଁ ଦୃଢ଼ ଦାବିଦାର ହୋଇଛି। ଅପରପକ୍ଷରେ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲୁ ଦୁଇ ମ୍ୟାଚ୍‌ ଖେଳି ୨ ଡ୍ର’ ସହ ୨ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ଫଳରେ ଦଳର ଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି। ଇଣ୍ଡିଆ ରେଡ୍‌ ଏହାର ଅନ୍ତିମ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନକୁ ଅଗଷ୍ଟ ୨୯ରେ ଭେଟିବ।
ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏଶନ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ସୋମବାର ଥିଲା ଅନ୍ତିମ ତଥା ୪ର୍ଥ ଦିବସ। ପୂର୍ବଦିନର ଅସମାପ୍ତ ୨ୟ ଇନିଂସ ସ୍କୋର ୯୩/୨ ରନରୁ ସୋମବାର ଖେଳ ଆରମ୍ଭ କରିଥିବା ଇଣ୍ଡିଆ ରେଡ୍‌ ପାଇଁ ନାୟାର ଦର୍ଶନୀୟ ବ୍ୟାଟିଂ କରିଥିଲେ। ପ୍ରଥମ ଇନିଂସରେ ମାତ୍ର ୧ ରନ୍‌ ପାଇଁ ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିବା ଏହି କର୍ନାଟକ ଡାହାଣହାତୀ ବ୍ୟାଟ୍ସମ୍ୟାନ ଏଥର କିନ୍ତୁ କୌଣସି ତ୍ରୁଟି ନ କରି ଅପରାଜିତ ୧୬୬ ରନର ଏକ ମାରାଥନ ଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ମଧ୍ୟରେ ସେ ୧୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ପ୍ରଥମ ଇନିଂସର ଶତକ ହାସଲକାରୀ ଅଙ୍କିତ କଲସି (୬୪ ରନ) ଓ ନାୟାର ୩ୟ ଉଇକେଟ୍‌ ଯୋଡ଼ିରେ ୧୫୭ ରନର ଭାଗୀଦାରି କରିଥିଲେ। ଇଣ୍ଡିଆ ରେଡ୍‌ ୮୮ ଓଭରରେ ୬ ଉଇକେଟ୍‌ ହରାଇ ୨୯୭ ରନ କରିଥିବାବେଳେ ଏହାର ୨ୟ ଇନିଂସ ଘୋଷଣା କରିବା ସହ ୩୨୮ ରନର ଟାର୍ଗେଟ୍‌ ଧାର୍ଯ୍ୟ କରିଥିଲା। ଏହାପରେ ମ୍ୟାଚ୍‌ରେ ଫଳାଫଳ ଆଶା କ୍ଷୀଣହେବାରୁ ଉଭୟ ଦଳର ଅଧିନାୟକଙ୍କ ସହମତି ଭିତ୍ତିରେ ଅମ୍ପାୟର ଡ୍ର’ ଘୋଷଣା କରିଥିଲେ। ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୯ ଓ ୧୬୬* ରନ୍‌ କରିଥିବା କରୁନ ନାୟାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଅଙ୍କିତ କଲାସି (୧୦୬) ଓ ନାୟାର (୯୯)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଇଣ୍ଡିଆ ରେଡ୍‌ ଏହାର ପ୍ରଥମ ଇନିଂସରେ ୨୮୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଇଣ୍ଡିଆ ବ୍ଲୁ ଅଙ୍କିତ ବାଓ୍ବନେ (୧୨୧*)ଙ୍କ ଶତକ ସତ୍ତ୍ୱେ ୨୫୫ ରନରେ ସୀମିତ ରହି ୩୦ ରନରେ ପଛୁଆ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୨୮୫/୧୦ (ଅଙ୍କିତ ୧୦୬, ନାୟାର ୯୯, ଦିଓ୍ବେଶ ପଠାଣିଆ ୪/୫୫)।
ଇଣ୍ଡିଆ ବ୍ଲୁ ପ୍ରଥମ ଇନିଂସ- ୨୫୫/୧୦ (ବାଓ୍ବନେ ୧୨୧*, ଅଭେଶ ଖାଁ ୪/୫୮)।
ଇଣ୍ଡିଆ ରେଡ୍‌ ୨ୟ ଇନିଂସ- ୨୯୭/୬ରେ ଘୋଷଣା (ନାୟାର ୧୬୬*, ଅଙ୍କିତ ୬୪, ଇଶାନ କିଶାନ ୧୨, ଅକ୍ଷର ପଟେଲ ୯, ଜଲଜ ସସ୍କେନା ୪/୧୦୫)।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?