ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା ଘଟଣା:ବକେୟା ଦାବିରେ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୨୫।୬(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ସଦରମହକୁମାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ଠକେଇର ଶିକାର ହେବା ସହ ସେମାନଙ୍କୁ ଠିକ୍‌ ସମୟରେ କ୍ଷୀର ବାବଦ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଥିଲା। ସୋମବାର ଏହାକୁ କେନ୍ଦ୍ର କରି ଦୁଗ୍ଧ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଅନିୟମିତତାର ତଦନ୍ତ ଓ ବକେୟା ଟଙ୍କା ପ୍ରଦାନ ଦାବିରେ ଚାଷୀମାନେ ଶୀତଳୀକରଣ କେନ୍ଦ୍ର ଅଧିକାରୀଙ୍କୁ ଘେରାଉ କରିଥିଲେ।
ଚାଷୀଙ୍କ ଅଭିଯୋଗ ମୁତାବକ, ଉକ୍ତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉପରେ ୧୨ଟି ସମବାୟ ସମିତିର ଚାଷୀ ନିର୍ଭର କରୁଛନ୍ତି। ପ୍ରତିଦିନ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ କ୍ଷୀର କେନ୍ଦ୍ରକୁ ଆସିଥାଏ। ଦୁଗ୍ଧ ଶୀତଳୀକରଣ ତଥା ଓମ୍‌ଫେଡ କର୍ତ୍ତୃପକ୍ଷ ପ୍ରତି ୧୦ ଦିନରେ ଚାଷୀମାନଙ୍କ ଅର୍ଥରାଶିକୁ ସମିତି ମାଧ୍ୟମରେ ଓମ୍‌ଫେଡ କର୍ତ୍ତୃପକ୍ଷ ସମିତିର ବ୍ୟାଙ୍କ ଖାତାକୁ ଦେଇଥାନ୍ତି। ହେଲେ ୫ମାସରୁ ଊର୍ଦ୍ଧ୍ୱ ହେଲା ଶୀତଳୀକରଣ କେନ୍ଦ୍ରରେ ସମିତିର ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିବା ସହିତ ଚାଷୀଙ୍କୁ ଔଷଧ ନ ଦେଇ ସେ ବାବଦରେ ସେମାନଙ୍କ ଖାତାରୁ ଟଙ୍କା କାଟି ଦିଆଯାଉଛି। ଏହା ପ୍ରତିବାଦରେ ବହୁ ଚାଷୀ କେନ୍ଦ୍ର ଅଧିକାରୀ ଯତୀନ କୁମାର ମିଶ୍ରଙ୍କୁ ଘେରାଉ କରିଥିଲେ। ବକେୟା ଟଙ୍କା ନ ମିଳିବା ପର୍ଯ୍ୟନ୍ତ ଅଧିକାରୀଙ୍କୁ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଥିଲେ। ଆଗାମୀ ଦିନରେ ଚାଷୀଙ୍କୁ ପ୍ରତି ୧୦ଦିନରେ ବକେୟା ଅର୍ଥ ଦିଆଯିବା ସହ ଚାଷୀଙ୍କ ଔଷଧ ବକେୟା ଟଙ୍କା ୧ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ ବୋଲି ମିଶ୍ର ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri