ଦୀର୍ଘବର୍ଷ ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ: ସେତୁ ନିର୍ମାଣ କଲେ ଲୋକେ

ଆଳି,୨।୧୨ (ଡି.ଏନ୍‌.ଏ.): ସ୍ବାଧୀନତାର ୭୨ ବର୍ଷ ପରେ ବି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ। ଚତୁଃପାର୍ଶ୍ୱରେ ଖରସ୍ରୋତା ଓ କାଣୀନଦୀ ପ୍ରବାହିତ ହେଉଥିବାରୁ ପଞ୍ଚାୟତବାସୀ ବାହାରକୁ ଯିବା ପାଇଁ ହେଲେ ଡଙ୍ଗା ଉପରେ ନିର୍ଭର କରନ୍ତି। ଯାତାୟାତ ସୁବିଧା ନିମନ୍ତେ ପୋଲଟିଏ ନିର୍ମାଣ କରିବାକୁ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ ବି ଏଯାଏଁ ସରକାର ଏ ଦିଗରେ ପଦକ୍ଷେପ ନେଇନାହାନ୍ତି। ତେବେ ଗ୍ରାମବାସୀ କିଛିଦିନ ପୂର୍ବରୁ ନିଜ ଉଦ୍ୟମରେ ନଦୀ ମଧ୍ୟରେ ଏକ ବାଉଁଶ ପୋଲ ନିର୍ମାଣ କରିଥିଲେ। କିନ୍ତୁ ତାହା ନଷ୍ଟ ହୋଇଯିବା ପରେ ଗତ ଦୁଇ ମାସ ହେବ ପଞ୍ଚାୟତବାସୀ ପୁଣି ଚାନ୍ଦା ଆଦାୟ କରି ଖରସ୍ରୋତା ନଦୀ ଉପରେ ଏକ ସେତୁ ନିର୍ମାଣ କରୁଛନ୍ତି। ସେଠାକାର ଶତାଧିକ ଲୋକ ହାତରେ କୋଡି, କୋଦାଳ ଧରି ପୋଲ ନିର୍ମାଣ କାର୍ଯ୍ୟ କରୁଥିବା ଦେଖାଯାଉଛି॥
ପଞ୍ଚାୟତବାସୀଙ୍କ ଅଭିଯୋଗ ମୁତାବକ, ସରକାରଙ୍କଠାରୁ ବାରମ୍ବାର ମିଛ ପ୍ରତିଶ୍ରୁତି ପାଇବା ପରେ ଅଞ୍ଚଳବାସୀ ନିଜ ଉଦ୍ୟମରେ ପୋଲ ନିର୍ମାଣ କରୁଛନ୍ତି। ପୋଲଟିଏ ପାଇଁ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ ରବୀନ୍ଦ୍ର କୁମାର ଦାସ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସେତୁ ନିର୍ମାଣ ନିମନ୍ତେ ଟେଣ୍ଡର ହୋଇଥିଲା। ୨୦୦୯ରେ ୯ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ହେବ ବୋଲି ପ୍ରଥମ ଥର ପାଇଁ ଟେଣ୍ଡର ହୋଇଥିଲା। କିନ୍ତୁ ଏହାପରେ ବାରମ୍ବାର ଏହି ସେତୁ ନିର୍ମାଣ ନିମନ୍ତେ ଅଟକଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ସେତୁ ନିର୍ମାଣର ଚିହ୍ନବର୍ଣ୍ଣ ନାହିଁ। ଅପରପକ୍ଷରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଗ୍ରାମକୁ ଆସି ଗ୍ରାମବାସୀଙ୍କୁ ପୋଲ ହେବା ନେଇ ମିଛ ପ୍ରତିଶ୍ରୁତି ଦେଇ ଫେରିଯାଉଛନ୍ତି। ବର୍ଷ ତମାମ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବାକୁ ପଡ଼ୁଥିବାରୁ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରୁଛୁ ବୋଲି ପଦନିପାଳ, କଳମଡ଼ା ଓ ଦୈତାରୀପୁର ଗ୍ରାମବାସୀ କହିଛନ୍ତି।
ଉକ୍ତ ପଞ୍ଚାୟତ ଅଧୀନରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ମାତ୍ର ଗମନାଗମନ ଅସୁବିଧା ସହ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ମଧ୍ୟ ଲୋକେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ତେବେ ପଦନୀପାଳ ପଞ୍ଚାୟତକୁ ବାହ୍ୟଜଗତ ସହ ଯୋଡ଼ିବା ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମର ବସନ୍ତ ମହାନ୍ତି, ଭାଗବତ ରାଉତ, ସୁଶାନ୍ତ ସାହୁ, ନିରଞ୍ଜନ ମଲିକ, ହରିଶ୍ଚନ୍ଦ୍ର ରାୟ, ବିଶ୍ୱଜିତ ପାତ୍ର, ସୌଭାଗ୍ୟ ରାଉତ, ଟୁଲୁ ଜେନା, ଗଗନ ଜେନା, ସ୍ବରାଜ ଜେନା, ଅନନ୍ତ ମଲିକ, ରଶ୍ମିରଞ୍ଜନ ମହାନ୍ତି, ସୁଧୀର ପାତ୍ର ଓ ଅଜୟ ପାତ୍ର ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri