Posted inଖେଳ

ଦିଲ୍ଲୀରେ ଖେଳାଯାଇପାରିବ ନାହିଁ ଆଇପିଏଲ

ନୂଆଦିଲ୍ଲୀ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ କଳା ବାଦଲ ଛାଇ ହୋଇଯାଇଛି। କରୋନା ଭାଇରସ ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ ଆୟୋଜନ ନ କରିବାକୁ ପରାମର୍ଶ ଦିଆଯାଇଥିବାବେଳେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଆଇପିଏଲ ୧୩କୁ ଘୁଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ଏପ୍ରିଲ ୧୫ ତାରିଖରେ ଆଇପିଏଲ-୧୩ ଆରମ୍ଭ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମାରାତ୍ମକ କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି ଦିଲ୍ଲୀ ସରକାର ଶୁକ୍ରବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦେଶରେ ରାଜଧାନୀରେ କୌଣସି ବଡ଼ ଇଭେଣ୍ଟ ଆୟୋଜନ ହୋଇପାରିବ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆ କହିଛନ୍ତି। ବଡ଼ ସଂଖ୍ୟାରେ ଏକତ୍ରିତ ହେଉଥିବା କ୍ରୀଡ଼ାଭିତ୍ତିକ ଇଭେଣ୍ଟକୁ ଆମେ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସିଶୋଡିଆ କହିଛନ୍ତି। କୌଣସି ସେମିନାର, କନଫରେନ୍ସ କିମ୍ବା କୌଣସି ବଡ଼ ଇଭେଣ୍ଟକୁ ଦିଲ୍ଲୀରେ ଆୟୋଜନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସକଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri