Odisha Elections 2024

ଦିଲ୍ଲୀ ଜଗଜୀବନ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ ବାବୁ ଜଗଜୀବନ ରାମ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଉକ୍ତ ହସ୍ପିଟାଲରେ ଆଉ ୭ଜଣ ଜଣ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଉକ୍ତ ହସ୍ପିଟାଲର ଡାକ୍ତର ଓ ହସ୍ପିଟାଲର ଷ୍ଟାଫ୍‌ ମୋଟ ୧୪ ଜଣ ସଂକ୍ରମିତ ହୋଇସାରିଛନ୍ତି। ସେହିପରି ଛତରପୁର ନିକଟ ଚନ୍ଦନ ହୋଲା ଗାଁରେ ରହୁଥିବା ଜଣେ ଏମ୍ସ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯେଉଁ ବିଲ୍ଡିଂରେ ସଂକ୍ରମିତ ରୋଗୀ ରହୁଥିଲେ ସେଠାରେ ଏମ୍ସରେ କାମ କରୁଥିବା ଆହୁରି ୧୦୦ କର୍ମଚାରୀ ମଧ୍ୟ ରହୁଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏତଦ୍‌ ବ୍ୟତୀତ ନର୍ଥ ଦିଲ୍ଲୀ ନଗର ନିଗମରେ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାପରେ ୩୯ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସୂଚନା ମୁତାବକ ଦିଲ୍ଲୀରେ ଏପର୍ଯ୍ୟନ୍ତ ସର୍ବାଧିକ ୨୫୦୦ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୫୦ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇମ ମାଗାଜିନର ୧୦୦ ପ୍ରଭାବଶାଳୀ କମ୍ପାନୀରେ ଭାରତର ଦବଦବା, ସାମିଲ ହେଲେ ରିଲାଏନ୍ସ, ଟାଟା, ସିରମ

ନୂଆଦିଲ୍ଲୀ,୩୦।୫: ଆମେରିକାର ଟାଇମ ମାଗାଜିନ ୨୦୨୪ର ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରିଛି। ତିନୋଟି ଭାରତୀୟ କମ୍ପାନୀ ମଧ୍ୟ ଏହି ତାଲିକାରେ ସ୍ଥାନ...

ମୋଦି ୪୨୧ଥର ମନ୍ଦିର-ମସଜିଦ, ୨୨୪ ଥର ମୁସଲମାନ-ପାକିସ୍ତାନର ନାମ ନେଇଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। ସପ୍ତମ ପର୍ଯ୍ୟାୟ ଅଭିଯାନ ଶେଷ ହେବାର କିଛି ଘଣ୍ଟା...

‘କେବଳ ଏକା ପାଣ୍ଡିଆନ୍‌ କାହିଁକି ମାଇକ୍‌ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ...

ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ୨୫ ଭାଜପା ନେତାଙ୍କୁ ଏକ୍ସ କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୩୦।୫: ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୫ ରୁ ଅଧିକ ଭାଜପା ନେତା ଓ କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି...

ଏହି ୪ ରାଜ୍ୟରେ ଚମକାଇବ କଂଗ୍ରେସ, ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏମିତି କହିଲେ ଜୟରାମ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ମହାସଚିବ ଜୟରାମ ରମେଶ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଏକ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କରିଛନ୍ତି କି...

ଜମ୍ମୁ-କାଶ୍ମୀର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି, ଅନେକ ଗୁରୁତର

ଶ୍ରୀନଗର,୩୦।୫: ଜମ୍ମୁ-କାଶ୍ମୀରର ଅଖନୁର ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ...

ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଆସିଲା ମନମୋହନ ସିଂଙ୍କ ବଡ଼ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩୦।୫: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ମୁସଲିମ ସଂରକ୍ଷଣ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ସପ୍ତମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ଭୋଟ ଜୁନ...

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜିଠୁ ବସିବେ ଧ୍ୟାନରେ

ନୂଆଦିଲ୍ଲୀ,୩୦।୫: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri