ଦାରିଦ୍ର୍ୟମୁକ୍ତ ବିଶ୍ୱର ପରିକଳ୍ପନା

ହିମାଂଶୁ ଶେଖର ଆଚାର୍ଯ୍ୟ

ଦାରିଦ୍ର୍ୟ ମାନବର ଏକ ଦୁଃଖଦ ଅବସ୍ଥା। ଜୀବନ ଧାରଣ, ସ୍ବାସ୍ଥ୍ୟ ରକ୍ଷା ତଥା ଦକ୍ଷତା ବୃଦ୍ଧି ପରି ସର୍ବନିମ୍ନ ମାୈଳିକ ଆବଶ୍ୟକତା ପୂରଣର ଅକ୍ଷମତା ହିଁ ଦରିଦ୍ରତା। ପ୍ରକାରାନ୍ତରେ କହିଲେ ସ୍ଥାୟୀ ବା ଅସ୍ଥାୟୀ ଭାବେ ଯେତେବେଳେ ଜଣେ ଲୋକ ନିଜର ତଥା ତା’ ପରିବାରର ସଦସ୍ୟମାନେ କାର୍ଯ୍ୟକ୍ଷମ ଭାବେ ବଞ୍ଚିବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହରୁ ବଞ୍ଚିତ ହୋଇଥାଏ ତାକୁ ଆମେ ଦାରିଦ୍ର୍ୟ ବୋଲି କହିବା। ଏହା ତାଙ୍କର ଶାରୀରିକ ତଥା ମାନସିକ ଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହି ଦାରିଦ୍ର୍ୟ ସାରା ବିଶ୍ୱର ଏକ ପ୍ରମୁଖ ସମସ୍ୟା। କ୍ରମାଗତ ଭାବେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିଲେ ମଧ୍ୟ ବିଶ୍ୱରେ ଦରିଦ୍ରତାର ପ୍ରଭାବ ଅତୁଟ ରହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାଫଲ୍ୟ ହାସଲ କରିଥିବା ସତ୍ତ୍ୱେ ଏକ ଦାରିଦ୍ର୍ୟମୁକ୍ତ ବିଶ୍ୱ ପରିକଳ୍ପନା ଏବେ ବି ଏକ ଆହ୍ବାନ ହୋଇ ରହିଛି।
ଦାରିଦ୍ର୍ୟକୁ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ। ପ୍ରଥମତଃ ଚରମ ବା ଉକତ୍ଟ ଦାରିଦ୍ର୍ୟ ଓ ଦ୍ୱିତୀୟତଃ ଆପେକ୍ଷିକ ଦାରିଦ୍ର୍ୟ। ଯେଉଁ ଲୋକ ବଞ୍ଚି ରହିବା ପାଇଁ ଜୀବନର ମାୈଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ ସେମାନଙ୍କ କ୍ଷେତ୍ରରେ ଚରମ ବା ଉକତ୍ଟ ଦାରିଦ୍ର୍ୟ ଦେଖାଯାଏ ବୋଲି କୁହାଯାଏ। ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସଗୃହ ଭିତ୍ତିରେ ଚରମ ଦରିଦ୍ରତା ନିର୍ଣ୍ଣୟ ହୋଇଥାଏ। ଏଗୁଡିକର ନିରୂପିତ ମୂଲ୍ୟଠାରୁ କମ ଖର୍ଚ୍ଚ କରିଥିବା ଲୋକମାନଙ୍କୁ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି ବୋଲି ଧରାଯାଏ। ଆପେକ୍ଷିକ ଦାରିଦ୍ର୍ୟର ଅର୍ଥ ଭିନ୍ନ। ଯେତେବେଳେ ଦୁଇ ଜଣ ବ୍ୟକ୍ତି ବା ଦୁଇ ଗୋଷ୍ଠୀର ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ନେଇ ତୁଳନା କରାଯାଏ, ସେତେବେଳେ ଆମେ ଆପେକ୍ଷିକ ଦାରିଦ୍ର୍ୟ କଥା କହିଥାଉ। ତେଣୁ ଆପେକ୍ଷିକ ଦାରିଦ୍ର୍ୟ କହିଲେ ଆୟର ବୈଷମ୍ୟକୁ ବୁଝାଏ।
ପରିସଂଖ୍ୟାନରୁ ଜଣାଯାଏ, ସାରା ବିଶ୍ୱରେ ଏବେ ବି ୧.୩ ବିଲିୟନ ବା ୨୨ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ରହିଛନ୍ତି। ଚରମ ଦାରିଦ୍ର୍ୟ ରହିଥିବା ଦେଶ ମଧ୍ୟରେ ନାଇଜେରିଆରେ ୮୬.୯ ପ୍ରତିଶତ, କଙ୍ଗୋରେ ୬୦.୯ ପ୍ରତିଶତ ଲୋକ ଉକତ୍ଟ ଦାରିଦ୍ର୍ୟରେ ରହିଥିବା ଜଣାଯାଏ। କମ୍‌ ଦାରିଦ୍ର୍ୟ ଥିବା ଦେଶଗୁଡ଼ିକ ମଧ୍ୟରେ କାତାର, ମାକାଓ, ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶଗୁଡ଼ିକ ରହିଛନ୍ତି। ସେହିପରି ମୋଟ ଜାତୀୟ ଉପତ୍ାଦକୁ ହିସାବକୁ ନେଲେ ଭାରତର ସ୍ଥାନ ୧୨୪ରେ ରହିଛି। ସମ୍ପ୍ରତି ମହାମାରୀ କରୋନା ଯୋଗୁ ସାରା ବିଶ୍ୱର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ। ଶିଳ୍ପ ଜଗତ କୋମାରେ। କୃଷି କ୍ଷେତ୍ରରେ ଅଗ୍ରଗତି ସନ୍ତୋଷଜନକ ନୁହେଁ। ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ସ୍ଥାଣୁତା। ଫଳରେ ବିଶ୍ୱ ସମେତ ଆମ ଦେଶରେ ନିଯୁକ୍ତି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଛି। ଏଥିପାଇଁ ଦାରିଦ୍ର୍ୟ ହାର ମଧ୍ୟ ବଢିଛି।
ଭାରତ ଭଳି ବିକାଶମୁଖୀ ଦେଶଗୁଡ଼ିକରେ ଦେଖାଦେଇଥିବା ଗଣ ଦାରିଦ୍ର୍ୟ କାରଣ ସମ୍ପର୍କରେ ବୁଝାଇବାକୁ ଯାଇ ଅର୍ଥଶାସ୍ତ୍ରୀ ରାଗ୍‌ନର ନରକ୍ସେ କହିଛନ୍ତି- ‘ଗୋଟିଏ ଦେଶ ଗରିବ କାରଣ ତାହା ଗରିବ’। ଅନ୍ୟଅର୍ଥରେ କହିଲେ ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର ଦାରିଦ୍ର୍ୟ। ଏ ଦୃଷ୍ଟିରୁ ବିଚାର କଲେ ଦେଶର ଦାରିଦ୍ର୍ୟର କାରଣ ବହୁବିଧ। ଉଭୟ ଚାହିଦା ଓ ଯୋଗାଣ ପାର୍ଶ୍ୱରେ ସ୍ବଳ୍ପ ମୁଣ୍ଡ ପିଛା ଆୟ, ସ୍ବଳ୍ପ ଚାହିଦା, ସ୍ବଳ୍ପ ସଞ୍ଚୟ, ସ୍ବଳ୍ପ ନିବେଶ ଦାରିଦ୍ର୍ୟର କରାଳଚକ୍ର ସୃଷ୍ଟି କରୁଛି। ଏଥିପାଇଁ ସ୍ବଳ୍ପ ଉପତ୍ାଦନ ସହିତ ମୁଣ୍ଡ ପିଛା ଆୟ ହ୍ରାସ ପାଉଛି। ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ୧୯୯୩-୯୪ ମୋଟ ଜନସଂଖ୍ୟାର ୪୫.୩ ପ୍ରତିଶତ ଥିଲା, ଯାହା କି ୨୦୦୪-୦୫ ବେଳକୁ ୩୭.୨ପ୍ରତିଶତକୁ ହ୍ରାସ ପାଇଥିଲା। ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଅନୁପାତ ସେହି ସମୟ ମଧ୍ୟରେ ୫୦.୧ପ୍ରତିଶରୁ ୪୧.୮ ପ୍ରତିଶତକୁ ହ୍ରାସ ପାଇଥିଲା। ସହରାଞ୍ଚଳରେ ଏହି ଅନୁପାତ ୧୯୯୩-୯୪ ରୁ ୩୧.୮ ପ୍ରତିଶତକୁ ୨୦୦୪-୦୫ରେ ୨୫.୭ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୧-୧୨ ବେଳକୁ ଦେଶର ମୋଟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତକୁ ହ୍ରାସ ପାଇଥିଲା। ସଂଖ୍ୟାନୁସାରେ ଏହି ସମୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୧ କୋଟିରୁ ୨୭ କୋଟିକୁ ହ୍ରାସ ପାଇଥିଲା। ତେବେ ଏହି ତଥ୍ୟ ସୁରେଶ ତେନ୍ଦୁଲକର କମିଟି ଆଧାରରେ ଦିଆଯାଇଛି। କିନ୍ତୁ ଶ୍ରୀ ରଙ୍ଗରାଜନଙ୍କ କମିଟି ରିପୋର୍ଟରେ ଦେଶର ଦାରିଦ୍ର୍ୟ ହାର ୨୯.୬ ପ୍ରତିଶତ ବୋଲି କଳନା କରାଯାଇଛି।
ଦାରିଦ୍ର୍ୟ ହିଁ କ୍ଷୁଧାର ପ୍ରମୁଖ କାରଣ। ବିଶ୍ୱର ୧୦୭ଟି ଦେଶକୁ ନେଇ କରାଯାଇଥିବା କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୯୪ ତମ ସ୍ଥାନରେ ରହିଛି। ଏପରି କି ପଡୋଶୀ ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳଠାରୁ ବି ପଛରେ ରହିଛି ଆମ ଦେଶ। ଭାରତରେ ଏଭଳି ନୈରାଶ୍ୟ ପ୍ରଦର୍ଶନ ପାଇଁ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଓ ଉପଯୁକ୍ତ ତଦାରଖ ଅଭାବକୁ ଦାୟୀ କରାଯାଇଛି। ଏପରି କି ଭାରତର ଜନସଂଖ୍ୟାର ୧୪ ପ୍ରତିଶତ ଲୋକ କୁପୋଷଣର ଶିକାର ହେଉଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏହା ସହିତ ଭାରତରେ ଶିଶୁ ସ୍ବାସ୍ଥ୍ୟ ମଧ୍ୟ ନୈରାଶ୍ୟ ଜନକ ରହିଛି। ସେହିଭଳି ଭାରତରେ ୫ବର୍ଷରୁ କମ୍‌ ବର୍ଷର ଶିଶୁ ମୃତ୍ୟୁ ହାର ୩.୭ ପ୍ରତିଶତ ରହିଛି। ଏହା ହିଁ ଚରମ ଦାରିଦ୍ର୍ୟର ପ୍ରତିଫଳନ।
ଦାରିଦ୍ର୍ୟ ଉଭୟ ସମାଜ ଓ ଅର୍ଥବ୍ୟବସ୍ଥା ପାଇଁ ଏକ ଅଭିଶାପ। ଏହା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ବିଶ୍ୱସ୍ତରରୁ ଆରମ୍ଭ କରି ଆମ ଦେଶ ତଥା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ଯୋଜନା କରାଯାଇଛି ଓ କରାଯାଉଛି ମଧ୍ୟ। କିନ୍ତୁ ସେଗୁଡିକର ସଫଳତା ଉସତ୍ାହଜନକ ନୁହେଁ। ଅଧିକ ନିବେଶ, କୃଷିର ବିକାଶ, ଯୁକ୍ତିଯୁକ୍ତ ଉପତ୍ାଦନ କୌଶଳ, ଦରଦାମ୍‌ର ସ୍ଥିରତା, ଅସମାନତା ହ୍ରାସ, ଜନସଂଖ୍ୟା ନିୟନ୍ତ୍ରଣ ଓ ସର୍ବୋପରି କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ। ଏଥିପାଇଁ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ଲୋଡା।
ଜଗତ୍‌ସିଂହପୁର, ମୋ-୯୯୩୭୧୫୧୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri