ଦାରିଙ୍ଗବାଡ଼ିରେ କରୋନା ସନ୍ଦିଗ୍ଧ

ଦାରିଙ୍ଗବାଡ଼ି,୧୪।୩(ଡି.ଏନ.ଏ)

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଯୁବତୀଙ୍କୁ ଶୁକ୍ରବାର ଚିକିତ୍ସା କରାଯାଇଛି। ଯୁବତୀ ଜଣକ ତାମିଲନାଡୁରୁ ଫେରିବା ପରେ ତାଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ଶନିବାର ସେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ପହଞ୍ଚତ୍ଥିଲେ। ଡାକ୍ତର ସମୀର ନାୟକ ଚିକିତ୍ସା ପରି ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ବଂଶିଧର ପାତ୍ର ସେଭଳି କିଛି କରୋନାର ଲକ୍ଷଣ ନାହିଁ ଏଣୁ ତାଙ୍କୁ ପରବର୍ତ୍ତି ସମୟରେ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। ଯୁବତୀ ଜଣକ ତାମିଲନାଡୁରେ ଏକ କମ୍ପାନୀରେ ସିଲେଇ କାମ କରୁଥିବାବେଳେ ଅସୁସ୍ଥତା ଅନୁଭବ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ କରୋନା ସମ୍ପର୍କୀତ ଖବର ଦେଖି ଭୟଭୀତ ହୋଇ ଗଁାକୁ ଚାଲିଆସିଥିଲେ। ସନ୍ଦେହ ହେବାରୁ ଚିକିତ୍ସା ପାଇଁ ଆସିଥିବା ଡାକ୍ତର ପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବତୀ ଜଣକ ଅଧିକା ଅସୁସ୍ଥତା ଅନୁଭବ କଲେ ତାଙ୍କୁ ଫୁଲବାଣୀ ଯିବାକୁ ପରାମର୍ଶ ଦିଆଯାଇଛି। ମାତ୍ର ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପ୍ରକାଶ ଯେ, ଯୁବତୀ ଜଣକ ଘର ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତର ଏକ ଦୁର୍ଗମ ଗ୍ରାମରେ। ସେ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି କାମ କରୁଥିବାବେଳେ ଦାରିଙ୍ଗବାଡ଼ି ଅଞ୍ଚଳର ଆହୁରି ଶତାଧିକ ଯୁବତୀ ଯୁବକ ସେଠାରେ କାମ କରୁଛନ୍ତି ବୋଲି କହିଛନ୍ତି।
ରୋଗୀଙ୍କୁ ମିଳୁନି ମାସ୍କ
କରୋନା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସଚେତନ କରାଯାଉଥିବାବେଳେ ମାସ୍କର ଅଭାବ ଦେଖିବାକୁ ମିଳିଛି। ଡାକ୍ତର, କର୍ମଚାରୀ ମାନେ ମାସ୍କ ବ୍ୟବହାର କରୁଥିବାବେଳେ ରୋଗୀଙ୍କ ପାଇଁ ମିଳୁନି। ସ୍ବାସ୍ଥ୍ୟକେନ୍ଦ୍ର ସମେତ ବଜାରରେ ରହିଥିବା ଘରୋଇ ମେଡିସିନ ଷ୍ଟୋର ଗୁଡ଼ିକରେ ମଧ୍ୟ ମାସ୍କର ଅଭାବ ଦେଖିବାକୁ ମିଳିଛି। ଗୋଟିଏପଟେ ମାସ୍କ ବ୍ୟବହାର ପାଇଁ ଜନସଚେତନ କରାଯାଉଥିବା ବେଳେ ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ବିଭିନ୍ନ ରୋଗୀ ଏବଂ ପ୍ରସୁତୀ, ଗର୍ଭବତୀଙ୍କ ପାଇଁ ମାସ୍କ ଅଭାବ ଦେଖାଯାଇଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ବଂଶୀଧର ପାତ୍ର କହିଛନ୍ତି ଯେ, ରୋଗୀ କଲ୍ୟାଣ ସମିତି ବୈଠକ କରି ଅନୁଦାନ ଖର୍ଚ୍ଚ କରି ମାସ୍କ କିଣିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri