ଦାମ୍ପତ୍ୟ ପ୍ରତାରଣା

ଅଲେଖ ଚନ୍ଦ୍ର ମିଶ୍ର
୨୦୧୬ର ଏକ କୌତୂହଳପୂର୍ଣ୍ଣ ଘଟଣା। ଆମେରିକାର ଏକ ଲୋକପ୍ରିୟ ବ୍ୟବସାୟିକ ଓ୍ବେବ୍‌ସାଇଟରେ ଦିନେ ପ୍ରକାଶ ପାଇଲା ଏକ ସମ୍ବେଦନଶୀଳ ବିଜ୍ଞାପନ। ଜଣେ ବ୍ୟବହୃତ ପତ୍ନୀଙ୍କୁ ବିକ୍ରି ପାଇଁ ନିଲାମ ଆହ୍ବାନ କରାଯାଉଛି। ଯିଏ ସର୍ବାଧିକ ମୂଲ୍ୟ ଦେବ ତାଙ୍କୁ ବିକ୍ରି କରାଯିବ। ବିଜ୍ଞାପନଦାତା ଥିଲେ ଓ୍ବାଶିଂଟନରେ ଟେଲିକମ୍‌ ଇଞ୍ଜିନିୟର ଭାବରେ କାର୍ଯ୍ୟରତ ବ୍ରିଟେନର ମୂଳବାସିନ୍ଦା ସାଇମନ୍‌ ଓ’ କାନେ ନାମକ ଜଣେ ୩୩ବର୍ଷ ବୟସ୍କ ଯୁବକ। ସେ ତାଙ୍କର ୨୭ ବର୍ଷୀୟା ପତ୍ନୀ ଲିଆଣ୍ଡୋଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ। ଆଶ୍ଚର୍ଯ୍ୟର କଥା ସେହି ନିଲାମରେ ଅନେକ ଲୋକ ଭାଗ ନେଲେ ଏବଂ ଉଚିତ ମୂଲ୍ୟ ଦେବା ପାଇଁ ଆଗ୍ରହ ପ୍ରକାଶ କଲେ। ଶେଷରେ ଜଣେ ବ୍ୟକ୍ତି ୬୫,୮୦୦ ପାଉଣ୍ଡ ଦେଇ ନିଲାମ ଧରିଥିଲେ। ଏ ଘଟଣା ସାରା ପୃଥିବୀରେ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା। ଯେଉଁ ଦେଶରେ ବିବାହ ଏକ ବନ୍ଧନ ନୁହେଁ ଏବଂ ବିବାହ ଅପେକ୍ଷା ଛାଡ଼ପତ୍ର ଅଧିକ ସହଜ ସେଠାରେ ବି ସ୍ତ୍ରୀ ଉପରେ ସ୍ବାମୀର ଏଭଳି ଅଧିକାର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଭାରତୀୟ ପରିପ୍ରେକ୍ଷୀରେ ଏଭଳି ଘଟଣାକୁ ଅନୁଧ୍ୟାନ କଲେ ହତାଶ ହେବାକୁ ପଡ଼େ। ଆମ ଦେଶରେ ବି ଘଟୁଛି ଏହାଠାରୁ ବଳି ଆଶ୍ଚର୍ଯ୍ୟଜନକ ଘଟଣା, ଯାହାର କେତୋଟି ଦୃଷ୍ଟାନ୍ତ ନିମ୍ନରେ ଅବତାରଣା କରାଯାଉଛି।
ମିଥ୍ୟାର ଆଶ୍ରୟ ନେଇ ବିବାହ, ଲୁଚାଛପାରେ ବିବାହ, ଯୌତୁକ ଲୋଭ, ପରକୀୟା ପ୍ରୀତି, ପୁରୁଣା ପ୍ରେମର ମୋହ, ଧନସମ୍ପତ୍ତିର ଲୋଭ, ଏକାଧିକ ବିବାହ ଇତ୍ୟାଦି ଆମର ଦାମ୍ପତ୍ୟ ବନ୍ଧନର ପବିତ୍ରତାକୁ ବିପର୍ଯ୍ୟସ୍ତ କରିଦେଉଛି। ଏଥିପାଇଁ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କର ଭୂମିକା ଥିଲେ ବି ଆମର ପୁରୁଷପ୍ରଧାନ ସଂସ୍କୃତିରେ ସ୍ବାମୀମାନଙ୍କର ଆଧିପତ୍ୟ ଓ ସ୍ବେଚ୍ଛାଚାରିତା ମୁଖ୍ୟତଃ ଦାୟୀ। କେତେକ ନୀଚ ପ୍ରବୃତ୍ତିର ଲୋକ ନିଜ ପତ୍ନୀକୁ କ୍ରୀତଦାସ କିମ୍ବା ପଣ୍ୟଦ୍ରବ୍ୟର ସ୍ତରକୁ ଖସେଇଦିଅନ୍ତି। ସ୍ବାପିଂ (କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ନିଜ ନିଜର ପତ୍ନୀ ବିନିମୟ) ଭଳି ବିଦେଶରେ ପ୍ରଚଳିତ ଏକ ଘୃଣ୍ୟପ୍ରଥାକୁ ଅନୁକରଣ କରନ୍ତି। ନିର୍ମମ ଭାବରେ ନିଜ ପତ୍ନୀକୁ ଜଳନ୍ତା ତନ୍ଦୁର ଚୁଲାରେ ପୋଡ଼ି ମାରନ୍ତି (କୁଖ୍ୟାତ ନୈନାସାହାଣୀ କେସ୍‌)। କିଛିମାସ ତଳେ ହରିୟାଣାର ଫରିଦାବାଦ ଅନ୍ତର୍ଗତ ଏକ ଗ୍ରାମର ନୀରବ ନାମକ ବ୍ୟକ୍ତି ତାଙ୍କ ପତ୍ନୀକୁ ସାମାନ୍ୟ ମନୋମାଳିନ୍ୟ ପାଇଁ ଏସିଡ୍‌ ଫିଙ୍ଗିଥିଲେ। ରାଜସ୍ଥାନର ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଆଇଏଏସ୍‌ ଅଫିସର ଓମ୍‌ପ୍ରକାଶ ମିନା ତାଙ୍କର ପ୍ରଶାସନିକ ଅଧିକାରୀ ପତ୍ନୀ ଗୀତା ସିଂଦେଓଙ୍କୁ ଏତେ ମାଡ଼ ମାରୁଥିଲେ ଯେ ଶେଷରେ କଥା କୋର୍ଟ ପର୍ଯ୍ୟନ୍ତ ଗଲା। ଓଡ଼ିଶାରେ ଘଟିଛି ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା। ବାଲେଶ୍ୱର ଜିଲାର ଜଣେ ଲୋକ ତା’ ସ୍ତ୍ରୀକୁ ବାଜି ଲଗେଇ ଜୁଆ ଖେଳୁଥିଲାବେଳେ ହାରିଯିବାରୁ ସ୍ତ୍ରୀକୁ ଉପଭୋଗ କରିବା ପାଇଁ ଅନ୍ୟ ଜୁଆଡିମାନଙ୍କୁ ସମର୍ପଣ କରିଦେଇଥିଲେ। ରାଉରକେଲାର ଛେଣ୍ଡ କଲୋନୀ ବାସିନ୍ଦା ଜଣେ ଷ୍ଟେଟ ବ୍ୟାଙ୍କ ଅଫିସର ଭାଉଜ ପ୍ରେମରେ ପଡ଼ି ନିଜ ସ୍ତ୍ରୀକୁ ଛଅ ଲକ୍ଷ ଟଙ୍କା ସୁପାରି ଦେଇ ହତ୍ୟା କରାଇଥିଲେ। କେଉଁଠି ବୃଦ୍ଧ ବୟସରେ ପୁରୁଷଟିଏ ତିରିଶ, ଚାଳିଶ ବର୍ଷର ବିବାହିତା ପତ୍ନୀ ଓ ପରିବାରକୁ ଛାଡି ଅନ୍ୟତ୍ର ସମ୍ପର୍କ ଯୋଡୁଛି ଓ ଅନ୍ୟ କେଉଁଠି ନିଃସନ୍ତାନ କିମ୍ବା କନ୍ୟା ସନ୍ତାନର ଜନନୀ ହେବା କାରଣରୁ ପତି ତା’ର ନିରୀହା ପତ୍ନୀକୁ ଛାଡ଼ି ବିକଳ୍ପ ଖୋଜୁଛି। କେହି କେହି ପତ୍ନୀକୁ ଅନେକ ଆଶ୍ୱାସନା ଦେଇ ବିଦେଶ ଗଲା ପରେ ସେଠାରେ ବିଦେଶିନୀର ପ୍ରେମରେ ପଡ଼ି ନିଜ ସ୍ତ୍ରୀକୁ ଭୁଲିଯାଆନ୍ତି। ପୁଣି କେହି ନିଜର ଅତିସୁନ୍ଦରୀ ସ୍ତ୍ରୀ (ଘରବାଲୀ)କୁ ଅବହେଳା କରି ବାହାରର (ବାହାରବାଲୀ) କଦାକାର ନାରୀ ପଛରେ ଧାଆନ୍ତି ଓ କେହି ‘ଶାଲୀ ଆଧା ଘରବାଲୀ’ ନୀତି ଆପଣେଇ ନିଜ ପରିବାରକୁ ଅଣଦେଖା କରନ୍ତି। ଏସବୁ ପୁରୁଷକୈନ୍ଦ୍ରିକ ସ୍ବେଚ୍ଛାଚାରିତା ଓ ବିଶ୍ୱାସଘାତକତା।
ହେଲେ ସମ୍ଭ୍ରାନ୍ତ ସୁଶୀଳା ମହିଳାଟିଏ ଏସବୁକୁ ନୀରବରେ ମୁଣ୍ଡପାତି ସହିଯାଏ। କାରଣ ସେ ସର୍ବଂସହା, ତା’ର ହୃଦୟ ମହାନ୍‌, ଧୈର୍ଯ୍ୟ ଅସୀମ। ସ୍ବାମୀର ଯେତେ ଦୋଷ ଥିଲେ ବି ପଦେ କଥାରେ ସବୁ ଭୁଲିଯାଏ। ଆବଶ୍ୟକ ହେଲେ କୁପଥଗାମୀ ପତିକୁ ସୁଧାରିବା ପାଇଁ କେବେ ସେ ‘ଅନସୂୟା’ ସାଜି ପତି (ବିଷ୍ଣୁଦାଶ)ଙ୍କୁ ‘ଲକ୍ଷହୀରା’ ନିକଟରେ ଅର୍ପଣ କରିଦିଏ ତ କେବେ ପୁଣି ‘ସୁଲୋଚନା’ ରୂପରେ ‘ପେଟେଣ୍ଟ ମେଡିସିନ୍‌’ ଦେଇ ପଥଭ୍ରଷ୍ଟ ସ୍ବାମୀ (ଚନ୍ଦ୍ରମଣି)କୁ ବାଟକୁ ଆଣେ। ସ୍ବାମୀ ମରିଗଲେ ସ୍ତ୍ରୀଟି ତାଙ୍କର ସ୍ମୃତିଚାରଣ କରି ଆଜୀବନ ଏକାକିନୀ ରହିଯାଏ। ଅଥଚ ସ୍ତ୍ରୀ ମରିଗଲେ ଦିନ କେଇଟା ନ ପୂରୁଣୁ ସ୍ବାମୀ ଦ୍ୱିତୀୟ (ଦରକାର ପଡ଼ିଲେ ତୃତୀୟ କିମ୍ବା ଚତୁର୍ଥ) ବିବାହ ପାଇଁ ବ୍ୟସ୍ତ ହୋଇପଡ଼େ। ତେଣୁ ଯଥାର୍ଥରେ କୁହାଯାଏ, ନାରୀର ପ୍ରେମ ତା’ର ହୃଦୟରେ ଥାଏ। ପୁରୁଷର ପ୍ରେମ ତା’ର ଦେହରେ ଥାଏ। ଏ କଥା ଯଦି ସବୁ ପୁରୁଷ (ଏବଂ ଆବଶ୍ୟକ ସ୍ଥଳେ ନାରୀ) ବୁଝନ୍ତେ ତେବେ ଉତ୍ତରଜୀବନ ସୁଖମୟ ହୁଅନ୍ତା ଏବଂ ଧରା ପାଲଟି ଯାଆନ୍ତା ‘ମର୍ତ୍ତ୍ୟ ବୈକୁଣ୍ଠ’।
ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri